Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ
ବିଶେଷ ଖବର

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ

May 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ
ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଘଟିଥିବା ଜଣେ ଗର୍ଭବତୀ ମହିଳାଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ। ସୂଚନା ଅନୁଯାୟୀ, ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ମନକୁ ଆଘାତ ଦେଇଥିବା ସେ କହିଛନ୍ତି।

ବିରୋଧୀ ଦଳନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର ଆଇନୁଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି।

ଏଥିସହ ମହିଳା ଧାରଣାରେ ବସିଥିବା ସମୟରେ ପୋଲିସ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇନଥିଲା, ସେନେଇ ମଧ୍ୟ ତଦନ୍ତ କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଗଞ୍ଜାମ ଜିଲ୍ଲା ଗର୍ଭବତୀ ମହିଳାଙ୍କୁ ହତ୍ୟା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ମୋହନ ଚରଣ ମାଝୀ ହିଞ୍ଜିଳି
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଚିଲିକା ହ୍ରଦରେ ବାଧ୍ୟତାମୂଳକ ହେବ ଜୀବନ ରକ୍ଷାକାରି ଜ୍ୟାକେଟ ଏବଂ ଭାସମାନ ବଳୟ

May 6, 2026

ଥାଲାପତି ବିଜୟଙ୍କୁ ସମର୍ଥନ କରିବ କଂଗ୍ରେସ: କିନ୍ତୁ ରଖିଲା ଏହି ବଡ଼ ସର୍ତ୍ତ

May 6, 2026

ମମତା ବାନାର୍ଜୀ ଇସ୍ତଫା ନଦେଲେ କିପରି ସରକାର ଗଠନ କରିବ ବିଜେପି?: ଜାଣନ୍ତୁ ବିଶେଷଜ୍ଞଙ୍କ ମତ

May 6, 2026

ବସନ୍ତ ଭିଲ୍ଲାରେ ଅଗ୍ନିକାଣ୍ଡ : ୨ ଜୀବନ୍ତ ଦଗ୍ଧ

May 6, 2026
Latest News

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ

May 6, 2026

ଥରେ ଦଳର ପୋଷ୍ଟର ବୟ, କିନ୍ତୁ ଏବେ…: ​​ଅନ୍ନାମଲାଇଙ୍କ ଅନୁପସ୍ଥିତି ବିଜେପି ଉପରେ ଗମ୍ଭୀର ପ୍ରଶ୍ନ

May 6, 2026

ଏଣିକି ଚିଲିକା ହ୍ରଦରେ ବାଧ୍ୟତାମୂଳକ ହେବ ଜୀବନ ରକ୍ଷାକାରି ଜ୍ୟାକେଟ ଏବଂ ଭାସମାନ ବଳୟ

May 6, 2026

ଥାଲାପତି ବିଜୟଙ୍କୁ ସମର୍ଥନ କରିବ କଂଗ୍ରେସ: କିନ୍ତୁ ରଖିଲା ଏହି ବଡ଼ ସର୍ତ୍ତ

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.