Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ
ବିଶେଷ ଖବର

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମାତୃତ୍ଵ ଲାଭ ପରେ
ମାତୃତ୍ଵ ଲାଭ ପରେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

ଭୁବନେଶ୍ୱର: ମାତୃତ୍ଵ ଲାଭ ପରେ କ୍ୟାରିଅର ପଥକୁ ଫେରିବାର ଜଟିଳତା ଓ ଆହ୍ୱାନ ଅନେକ ପ୍ରତିଭାବାନ ମହିଳାଙ୍କ ଆକାଂକ୍ଷା ଓ ପ୍ରତିଭାକୁ ସଂକୁଚିତ କରିଦେଇଥାଏ। ମାତୃତ୍ଵ ଲାଭ ପରେ କର୍ମକ୍ଷେତ୍ରରେ ପୁନଃ ପ୍ରବେଶ କରିବାକୁ ଚାହୁଁଥିବା ମା’ମାନଙ୍କ ସଫଳତା ପାଇଁ ମୁଖ୍ୟତଃ ବ୍ୟକ୍ତିଗତ ଦୃଢ଼ ସଂକଳ୍ପ, ପରିବାରର ସମର୍ଥନ ଏବଂ ଏକ ଉପଯୁକ୍ତ ସୁଯୋଗର ଆବଶ୍ୟକତା ରହିଥାଏ ଯାହା ବୃତ୍ତିଗତ ଲକ୍ଷ୍ୟ ଏବଂ ମା’ ହେବାର ଦାୟିତ୍ୱ ଉଭୟକୁ ସନ୍ତୁଳିତ କରିବା ପାଇଁ ନମନୀୟ ରହିବ। ଓଡ଼ିଶାର ବ୍ରହ୍ମପୁରର ଗାୟତ୍ରୀ କରଙ୍କ ପାଇଁ, ସ୍ମାର୍ଟ ଜିଓ ସେଲସ ସ୍ପେସାଲିଷ୍ଟ (ସ୍ମାର୍ଟ-ଜେଏସଏସ) କାର୍ଯ୍ୟକ୍ରମ ମାତୃତ୍ଵ ଲାଭ ପରେ କ୍ୟାରିଅର ପଥକୁ ଫେରିବାର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି।

ଏଥିରେ ରହିଥିବା କାର୍ଯ୍ୟ ସମୟର ନମନୀୟତା ଓ ସୁରକ୍ଷିତ କାର୍ଯ୍ୟ ପରିବେଶ ସହିତ ନିଜର ଦୃଢ଼ ବ୍ୟକ୍ତିଗତ ସଂକଳ୍ପକୁ ଆଧାର କରି, ଗାୟତ୍ରୀ ମାତୃତ୍ୱ ଲାଭ ପରେ କର୍ମକ୍ଷେତ୍ରକୁ ଫେରିବାର ଯାତ୍ରାକୁ ସଫଳତାର ସହିତ ପୂର୍ଣ୍ଣ କରିଛନ୍ତି।
ଗାୟତ୍ରୀଙ୍କ ସଫଳ କ୍ୟାରିଅର ପ୍ରାୟ ଚାରି ବର୍ଷ ପୂର୍ବରୁ ମାତୃତ୍ଵ ଲାଭ ପାଇଁ ଏକ ଆବଶ୍ୟକୀୟ ବିରାମ ନେଇଥିଲା। ଏନେଇ ସେ କହିଛନ୍ତି “ମୁଁ ମା ହେବାକୁ ଯାଉଥିଲି ଏବଂ ବିଶ୍ରାମ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୋତେ ମୋର ପୂର୍ବ ଚାକିରି ଛାଡିବାକୁ ପଡିଥିଲା।

ଏବେ ମୋ ପୁଅ ତିନି ବର୍ଷ ପୁରଣ କରିବା ପରେ, ମୁଁ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ଥିବା ଅନୁଭବ କଲି ଏବଂ ଏଭଳି ଏକ କାମ ଖୋଜୁଥିଲି ଯାହା ମୋତେ ସୁରକ୍ଷା ଓ କାର୍ଯ୍ୟ ସମୟର ନମନୀୟତା ଉଭୟ ପ୍ରଦାନ କରିବ। ଜଣେ ସମ୍ପର୍କୀୟଙ୍କ ଠାରୁ ସ୍ମାର୍ଟ- ଜେଏସଏସ ସୁଯୋଗ ବିଷୟରେ ଜାଣିବା ପରେ, ମୁଁ ଜିଓ ସହିତ ଯୋଗାଯୋଗ କରିଥିଲି। ଏହି କାର୍ଯ୍ୟକ୍ରମର ଢାଞ୍ଚା ମତେ ଏକ ସ୍ମାର୍ଟ ଷ୍ଟୋରର ସୁରକ୍ଷିତ ପରିବେଶ ମଧ୍ୟରେ କାମ କରିବାକୁ ସୁଯୋଗ ଦେବା ସହିତ ଜଣେ ଶିଶୁର ମା ଭାବରେ ଦାୟିତ୍ୱ ନିର୍ବାହ ପାଇଁ ଆବଶ୍ୟକ ନମନୀୟ କାର୍ଯ୍ୟ ସମୟ ସୁବିଧା ଦେଇଛି।”

କର୍ମକ୍ଷେତ୍ରକୁ ଫେରିବା ପରେ ଜିଓର ବ୍ୟାପକ ତାଲିମ ଏବଂ ପରାମର୍ଶ ଅଧିବେଶନ ଗାୟତ୍ରୀଙ୍କ ଦକ୍ଷତା ବୃଦ୍ଧି ସହିତ ଆତ୍ମବିଶ୍ୱାସକୁ ଦୃଢ଼ କରିଥିଲା। ସ୍ମାର୍ଟ ବିକ୍ରୟ କୌଶଳ, ଗ୍ରାହକ ପରିଚାଳନା ଏବଂ ଯୋଗାଯୋଗ କ୍ଷେତ୍ରରେ ନିଜର ଦକ୍ଷତାକୁ ଉନ୍ନତ କରି ସେ ଗ୍ରାହକମାନଙ୍କ ପାଖରେ ନିଜ କଥାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ଆତ୍ମବିଶ୍ୱାସ ଫେରି ପାଇଥିଲେ।

ଏସମ୍ପର୍କରେ ଗାୟତ୍ରୀ କହିଛନ୍ତି “ପ୍ରଶିକ୍ଷଣ ମୋତେ ପୁଣି ଥରେ ସକ୍ଷମ ଅନୁଭବ କରାଇଲା। ମୁଁ ଏବେ ଷ୍ଟୋରକୁ ଆସୁଥିବା ଲୋକମାନଙ୍କୁ ଜିଓ ନେଟୱାର୍କର ଲାଭ ସମ୍ପର୍କରେ ଅବଗତ କରାଇବା ସହିତ ଦୃଢ଼ ଆତ୍ମବିଶ୍ୱାସର ସହିତ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ନେଟୱାର୍କରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ସହଜରେ ବୁଝାଇପାରୁଛି। ବୃତ୍ତିଗତ ସନ୍ତୋଷ ସହିତ ଏହି ଭୂମିକା ମୋତେ ଆମ ପରିବାରର ଆବଶ୍ୟକତା ପୂରଣ କରିବାରେ ଏବଂ ମୋ ପୁଅର ଭବିଷ୍ୟତ ଶିକ୍ଷା ପାଇଁ ସଞ୍ଚୟ କରିବାରେ ସହାୟକ ହୋଇଛି।”

ଗାୟତ୍ରୀଙ୍କ ଏହି ଯାତ୍ରା ନିକଟରେ ଜିଓର ଓଡ଼ିଶା ବ୍ୟବସାୟ ମୁଖ୍ୟ ଗୌରବ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସେ ଭିଡିଓ କଲ୍ ମାଧ୍ୟମରେ ଗାୟତ୍ରୀଙ୍କ ସହ କଥାହୋଇ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଏବଂ ସଫଳତାର ପ୍ରଶଂସା କରିଥିଲେ।

ସ୍ମାର୍ଟ ଜିଓ ସେଲସ ସ୍ପେସାଲିଷ୍ଟ (ସ୍ମାର୍ଟ-ଜେଏସଏସ) କାର୍ଯ୍ୟକ୍ରମ ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ଏକ ଆକାଂକ୍ଷୀ ପଥ ଭାବରେ ଡିଜାଇନ୍ କରାଯାଇଛି। ଏହା ଏକ ଫ୍ରିଲାନ୍ସିଂ କାର୍ଯ୍ୟ ମଡେଲ୍ ପ୍ରଦାନ କରେ ଯାହା ସେମାନଙ୍କୁ ସ୍ମାର୍ଟ ଷ୍ଟୋରଗୁଡ଼ିକର ସୁରକ୍ଷିତ ଏବଂ ଆରାମଦାୟକ ପରିବେଶରେ କାମ କରିବା ସୁଯୋଗ ଦେବା ସହିତ ଆତ୍ମନିର୍ଭରଶୀଳ ହେବାକୁ ସଶକ୍ତ କରିଥାଏ।

ସାରା ଓଡ଼ିଶାରେ ସ୍ମାର୍ଟ-ଜେଏସଏସ କାର୍ଯ୍ୟକ୍ରମ ଶହ ଶହ ଝିଅ ଏବଂ ମହିଳାମାନଙ୍କୁ ସଶକ୍ତ କରିଛି। ଗାୟତ୍ରୀଙ୍କ ପରି ନୂତନ ଭାବରେ ମାତୃତ୍ଵ ଲାଭ କରିଥିବା ମା’ମାନଙ୍କ ପାଇଁ, ଏହା ରୋଜଗାର ସମ୍ଭାବନା, ନମନୀୟତା ଏବଂ ସୁରକ୍ଷାର ଏକ ସମିଶ୍ରଣ ପ୍ରଦାନ କରିଛି, ଯାହା ପ୍ରମାଣିତ କରିଛି ଯେ କ୍ୟାରିଅର ଆକାଂକ୍ଷା ଏବଂ ମାତୃତ୍ୱ ଏକ ସାଙ୍ଗରେ ଚାଲିପାରିବ।

jio Reliance JIO ଜିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026

SBI Account Safety: ଡାଟା ଲିକ୍‌ ହେଲେ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରିବ କି?

October 22, 2026

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026
Latest News

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026

ନଦୀରେ ଡଙ୍ଗା ବୁଡ଼ି ଜଣେ ମୃତ, ଦୁଇ ନିଖୋଜ

October 22, 2026

ମେଲାଣି ନେବେ ମା’ : ଦୁର୍ଗାଙ୍କ ଭସାଣୀ ପାଇଁ ଟ୍ରାଫିକ୍ କଟକଣା, ଡିଜେ ଉପରେ ରୋକ୍‌

October 22, 2026

ଚେକ୍ ବାଉନ୍ସ ମାମଲାରେ ବଡ଼ ରାୟ: ୬ ମାସ ଜେଲ୍ ସହ ୪ ଲକ୍ଷ ଟଙ୍କା ଜରିମାନା

October 22, 2026

ଭିଜିଲାନ୍ସ ଜାଲରେ ବଡ଼ଚଣା R&B AEE: କଟକ-ଭୁବନେଶ୍ୱର ସହ ୭ଟି ସ୍ଥାନରେ ଚଢାଉ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.