Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମେୟର ସୁଲୋଚନା ଦାସଙ୍କୁ ଏପରି କାହିଁକି କହିଲେ ସାଂସଦ ଅପରାଜିତା ଷଡଙ୍ଗୀ, ସମସ୍ତେ ଆଶ୍ଚର୍ଯ୍ୟ
ବିଶେଷ ଖବର

ମେୟର ସୁଲୋଚନା ଦାସଙ୍କୁ ଏପରି କାହିଁକି କହିଲେ ସାଂସଦ ଅପରାଜିତା ଷଡଙ୍ଗୀ, ସମସ୍ତେ ଆଶ୍ଚର୍ଯ୍ୟ

June 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମେୟର ସୁଲୋଚନା ଦାସ
ମେୟର ସୁଲୋଚନା ଦାସଙ୍କୁ ଏପରି କାହିଁକି କହିଲେ ସାଂସଦ ଅପରାଜିତା ଷଡଙ୍ଗୀ, ସମସ୍ତେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଭୁବନେଶ୍ବର ମେୟର ସୁଲୋଚନା ଦାସ ହେଉଛନ୍ତି ବିଜେଡି, ଆଉ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ହେଉଛନ୍ତି ବିଜେପି। ହେଲେ ଏକ ସଭାରେ ସାଂସଦ ଅପରାଜିତା ମେୟର ସୁଲୋଚନାଙ୍କୁ ଯାହା କହିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ଅବଶ୍ୟ କଥାଟିକୁ ହସି ହସି କେହି ଗୁରୁତ୍ବ ଦେଲେ ନାହିଁ। ହେଲେ ରାଜ୍ୟ ରାଜନୀତିରେ ତାହା ବେଶ ଆଲୋଚନାର ବିଷୟ ପାଲଟିଛି। କାରଣ ଏହି ସଭାରେ ସାଂସଦ ଅପରାଜିତା ଭାଷଣ ଦେଉ ଦେଉ କହିଦେଲେ ଯେ ମେୟର ସୁଲୋଚନା ଦାସ ବାରମ୍ବାର ମେୟର ହୁଅନ୍ତୁ ମୁଁ ସମର୍ଥନ କରିବି।

ଏପରି କହିବା ପରେ ଖୋଦ ସାଂସଦ ଓ ମେୟର ସମେତ ସମସ୍ତେ ହସିଦେଲେ। ହେଲେ କଥାଟିକୁ ପରେ ସମସ୍ତେ ବେଶ ଗୁରୁତର ସହ ନେଲେ। ପ୍ରଶ୍ନ ଉଠିଲା ଯେ, ମେୟର ସୁଲୋଚନା ଦାସ କଣ ବିଜେପି କୁ ଯିବେ କି। କାରଣ ସେ ଯଦି ବିଜେପିରୁ ପ୍ରାର୍ଥୀ ହେବେ ତେବେ ଯାଇ ବିଜେପି ସାଂସଦ ଅପରାଜିତା ସମର୍ଥନ କରିବେ। ସୁଲୋଚନା ବିଜେଡିରୁ ପୁଣି ପ୍ରାର୍ଥୀ ହେଲେ ଅପରାଜିତା କେବେ ବି ତାଙ୍କୁ ସମର୍ଥନ କରିପାରିବେ ନାହିଁ। ସେହି ସଭାରେ ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ। ସେ କଥାଟିକୁ ହସ ହସରେ ନେଇଥିଲେ ମଧ୍ୟ ତାହାକୁ ଗମ୍ଭିରତାର ସହ ନେଇ ଥିବାର ଜଣାପଡିଛି।

ଅବସର ଥିଲା ଏକାମ୍ର ନିର୍ବାଚନ ମଣ୍ଡଳିର ମେଘେଶ୍ବର କଲୋନୀରେ ଏକ କମ୍ୟୁନିଟି ସେଣ୍ଟର ଉଦଘାଟନ। ଏହି ସଭାରେ ଖୋଦ ସାଂସଦଙ୍କ ସହିତ ମେୟର, ବିଧାୟକ ବାବୁ ସିଂ, ଚାରିଜଣ କର୍ରପୋରେଟର ସହ ବହୁ ନେତା ଉପସ୍ଥିତ ଥିଲେ।

 

Aparajita Sarangi ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମେୟର ସୁଲୋଚନା ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

କଂଗ୍ରେସରେ ମିଶିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ

June 1, 2026

ଆରମ୍ଭ ହେଲା ଜୁନ ମାସ, ଏହି ମାସରେ ଖୁନ୍ଧି ହୋଇ ରହିଛି ବହୁ ପୂଜା ପାର୍ବଣ, ଜାଣନ୍ତୁ କେଉଁ ଦିନ କଣ

June 1, 2026

କଟକ ମାଛ ମାର୍କେଟରେ ନିଆଁ

June 1, 2026
Latest News

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

ଆଜି ପଶ୍ଚିମବଙ୍ଗରେ କ୍ୟାବିନେଟ୍ ସଂପ୍ରସାରଣ: ଶୁଭେନ୍ଦୁ ସରକାରରେ ୩୫ ଜଣ ନୂତନ ମନ୍ତ୍ରୀ ନିଯୁକ୍ତ ହେବେ

June 1, 2026

କଂଗ୍ରେସରେ ମିଶିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.