ଭୁବନେଶ୍ବର: ପିପିଲି କଂଗ୍ରେସ ପୁଣି କଡ ଲେଉଟାଇଲା। କାରଣ ଏହି ଅଞ୍ଚଳର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ ସାମନ୍ତରାୟ ପୁଣି କଂଗ୍ରେସକୁ ଫେରିଛନ୍ତି। ପିପିଲିରେ ଆୟୋଜିତ ଏକ ବିରାଟ ମିଶ୍ରଣ ପର୍ବରେ ପ୍ରିୟବ୍ରତ କଂଗ୍ରେସରେ ସାମଲି ହୋଇଛନ୍ତି। ଏଥିରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ।
ସ୍ବର୍ଗତ ଯୁଧିଷ୍ଠିର ଦାସ 1995 ମସିହାରୁ 2000 ମସିହା ପର୍ଯ୍ୟନ୍ତ ପିପିଲିର କଂଗ୍ରେସ ବିଧାୟକ ଥିଲେ। ସେଠାରେ ସେ ଏକ ଦୃଢ ସଂଗଠନ ତିଆରି କରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଲଗାତର ଛିଡା ହୋଇଥିଲେ ମଧ୍ୟ ଆଉ ଜିତି ପାରି ନ ଥିଲେ। ବିଜେଡିରୁ ପ୍ରଦୀପ ମହାରଥୀ ଜିତିବାରେ ଲାଗିଥିଲେ। ଏହାପରେ ସେ ଦଳିୟ ରାଜନୀତିରୁ ଏକ ପ୍ରକାରର ସନ୍ୟାସ ନେଇଯାଇଥିଲେ। ବର୍ତ୍ତମାନ ତାଙ୍କ ପୁତ୍ର କଂଗ୍ରେସର ସାମିଲ ହେବା ପରେ ପିପିଲ କଂଗ୍ରେସ କଡ ଲେଉଟାଇଲା ବୋଲି କୁହାଯାଉଛି।


