Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ
ଆଜିର ଖବର

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ

July 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ସାକ୍ଷାତକାର ସମୟରେ ଓଡ଼ିଶାର ବିକାଶ, ଭାଜପାର ସାଂଗଠନିକ ସୁଦୃଢ଼ୀକରଣ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ‘ସମୃଦ୍ଧ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ସରକାର କାର୍ଯ୍ୟ କରୁଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଗୁରୁବାର ରାତିରେ ଦିଲ୍ଲୀରେ ଏହି ସାକ୍ଷାତକାର ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଛନ୍ତି। ସାକ୍ଷାତକାରର କିଛି ଫଟୋ ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି।

ଏପଟେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଦିଲ୍ଲୀରେ ଘନଘନ ବୈଠକ ହେଉଛି। ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ବିଭିନ୍ନ ମହଲରେ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରର ସରକାରୀ ଘୋଷଣା କରିନାହାନ୍ତି । ରାଜଧାନୀ ଗସ୍ତ ପରେ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ଏହି ବୈଠକକୁ ନେଇ କୌତୁହଳ ବଢିଛି ।

ଓଡ଼ିଶା ବିକାଶ ନୀତିନ ନବୀନ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପେପର୍ ଲିକ୍ ପ୍ରସଙ୍ଗ: ମୋଦି ସରକାରଙ୍କ ସମ୍ମୁଖରେ ଏହି ସର୍ତ୍ତ ରଖିଲା କଂଗ୍ରେସ

July 23, 2026

ରାମ ମନ୍ଦିରରେ ଦାନ ଚୋରି ପରେ ସନ୍ଥ ସମାଜର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

July 23, 2026

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର କାର୍ଯ୍ୟସୂଚୀ ନିଶ୍ଚିତ କଲା ICC : ଜାଣନ୍ତୁ ତାରିଖ ଏବଂ ସ୍ଥାନ

July 23, 2026

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026
Latest News

ପେପର୍ ଲିକ୍ ପ୍ରସଙ୍ଗ: ମୋଦି ସରକାରଙ୍କ ସମ୍ମୁଖରେ ଏହି ସର୍ତ୍ତ ରଖିଲା କଂଗ୍ରେସ

July 23, 2026

ରାମ ମନ୍ଦିରରେ ଦାନ ଚୋରି ପରେ ସନ୍ଥ ସମାଜର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

July 23, 2026

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର କାର୍ଯ୍ୟସୂଚୀ ନିଶ୍ଚିତ କଲା ICC : ଜାଣନ୍ତୁ ତାରିଖ ଏବଂ ସ୍ଥାନ

July 23, 2026

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.