Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ
ବିଶେଷ ଖବର

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଜାପାନୀ ସଂସ୍ଥା
ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ଜାପାନୀ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ଯେ, ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରାଯିବ।

ଆଜି ଲୋକସେବା ଭବନର କନଭେନସନ୍‌ ସେଣ୍ଟରଠାରେ ଜାପାନର ବିଜିନେସ୍ ଡେଲିଗେଟ୍ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ଅବସରରେ ରାଜ୍ୟ ସରକାର ACME ଗ୍ରୁପ ଓ IHI Corporation ସହିତ ଏକ ସହଯୋଗ ପତ୍ର ବା Memorandum of Cooperation (MoC) ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଏହି ଦୁଇଟି କମ୍ପାନୀ ଓଡିଶାରେ ସ୍ୱଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ରୂପରେ ନିବେଶ କରିବା ପାଇଁ ଉଦ୍ୟମ କରିବେ। ଏହି ସହଯୋଗ ଦ୍ୱାରା ଟେକ୍ନୋଲୋଜି ଟ୍ରାନ୍ସଫର, ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ସହିତ ଓଡିଶାରେ ବ୍ୟାପକ ନିଯୁକ୍ତି ଓ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ।

ଏହି ଦୁଇଟି କମ୍ପାନୀ ACME ଓ IHI ଓଡିଶାରେ ୩ଟି ପ୍ରକଳ୍ପ ସ୍ଥାପନ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି। ଏହାର ସମୁଦାୟ ନିବେଶ ମୂଲ୍ୟ ପ୍ରାୟ ୬୭,୦୦୦ କୋଟି ଟଙ୍କା ଏବଂ ଏହା ଦ୍ୱାରା ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ପ୍ରକଳ୍ପ ଗୁଡିକ ହେଲା ଗୋପାଳପୁରରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ ଆମୋନିଆ ପ୍ରକଳ୍ପ। ଏଥିରେ ୨୦,୦୦୦ କୋଟି ଟଙ୍କା ନିବେଶ ହେବ ଏବଂ ଏହାଦ୍ୱାରା ୩,୪୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ସହିତ ଏହି ପ୍ରକଳ୍ପରେ ଅତିରିକ୍ତ ୧,୦୦୦ କୋଟି ଟଙ୍କା ନିବେଶରେ ଏକ ଜେଟି ବିହୀନ ଫ୍ଲୋଟିଙ୍ଗ୍ ଟର୍ମିନାଲ୍ ଭିତ୍ତିଭୂମି ସୃଷ୍ଟି କରାଯିବ।

ଏହା ସହିତ ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୩,୬୦୦ ନିଯୁକ୍ତି ସୃଷ୍ଟି ହେବ। ତୃତୀୟ ପ୍ରକଳ୍ପଟି ହେଉଛି ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୦.୧ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ କରାଯିବ। ଏହା ଦ୍ୱାରା ୬୦୦ ନିଯୁକ୍ତି ସୃଷ୍ଟି ହେବ।

ଏହି ଅବସରରେ ଦେଶର ଅନ୍ୟତମ ବୃହତ୍ତମ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋସିଷ୍ଟମ ପ୍ରତିଷ୍ଠା ନେଇ ଓଡ଼ିଶାର ଦୂରଦୃଷ୍ଟି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି। ଗତକାଲି ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ୧୧ ବିଲିୟନ ଡଲାରର ଚୁକ୍ତି ପରେ ଆଜି ଦୂର ପ୍ରାଚ୍ୟ ବନ୍ଧୁ ଜାପାନ ସହିତ ହୋଇଥିବା ଏହି ସହଭାଗିତା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ଉଜ୍ଜ୍ୱଳ କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୧୨ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇସାରିଛି। ଏହାଦ୍ୱାରା ରାଜ୍ୟକୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୩୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ‘ଇସ୍ପାତ ରାଜଧାନୀ’ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ।

ଏହି କାର୍ଯ୍ୟକ୍ରମରେ ACME, IHI ଓ MITSUBISHI ଆଦି ଅନ୍ତର୍ଜାତୀୟ ସ୍ତରର କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ IHI କର୍ପୋରେସନ୍‌କୁ ରାଜ୍ୟରେ ଏକ ‘ଜାପାନୀ ଗ୍ରୀନ୍ ଇଞ୍ଜିନିୟରିଂ ଏବଂ ଇନୋଭେସନ୍ ସେଣ୍ଟର’ ଏବଂ MITSUBISHI କର୍ପୋରେସନ୍‌କୁ ଗ୍ରୀନ୍ କେମିକାଲ୍ସ ଓ ସ୍ଥାୟୀ ଇନ୍ଧନ କ୍ଷେତ୍ରରେ ନିବେଶ ପାଇଁ ବିଶେଷ ଆମନ୍ତ୍ରଣ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜାନୁଆରୀର ‘ଉତ୍କର୍ଷ ଓଡ଼ିଶା’ ପରଠାରୁ ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଏବଂ ବିଗତ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସରକାର ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ରାଜ୍ୟର ୨୯ଟି ଜିଲ୍ଲାରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ଉଦ୍ୟୋଗ ପ୍ରତିଷ୍ଠା କରାଯାଇ ସମାବେଶୀ ଶିଳ୍ପାୟନର ଲକ୍ଷ୍ୟକୁ ହାସଲ କରାଯିବ।

ଏହି ଆଲୋଚନାରେ, ଆଇଏଚ୍‌ଆଇ (IHI) କର୍ପୋରେସନ୍ ର President ଓ CEO Hiroshi Ide ଓଡ଼ିଶାର ସବୁଜ ଶକ୍ତି ନୀତି ଏବଂ ପୁଞ୍ଜିନିବେଶ ପରିବେଶକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ଓଡ଼ିଶାରେ ଶକ୍ତି କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ସହଯୋଗ ଓ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଶକ୍ତି ନୀତି ବେଶ୍ ପ୍ରଶଂସନୀୟ। ଜାପାନ ପାଇଁ ସବୁଜ ଶକ୍ତି (ଗ୍ରୀନ୍ ଏନର୍ଜି) କ୍ଷେତ୍ରରେ ବୃହତ ପୁଞ୍ଜିନିବେଶ କରିବା ନିମନ୍ତେ ଓଡ଼ିଶା ଏକ ସର୍ବୋତ୍ତମ ଏବଂ ସୁଦୃଢ଼ ମାଧ୍ୟମ ସାଜିଛି ବୋଲି ସେ କହିଥିଲେ।

Mitsubishi ଗ୍ୟାସ୍ କେମିକାଲ୍ କମ୍ପାନୀର ପ୍ରତିନିଧି ଓଡ଼ିଶାର ଏକ ସବୁଜ ଓ ସୁଦୃଢ଼ ଭବିଷ୍ୟତ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏସିଏମଇ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡିରେକ୍ଟର ମନୋଜ କୁମାର ଉପାଧ୍ୟାୟ ଓଡ଼ିଶାର ଶିଳ୍ପାନୁକୂଳ ପରିବେଶକୁ ପୁଞ୍ଜିନିବେଶର ଶ୍ରେଷ୍ଠ ଗନ୍ତବ୍ୟସ୍ଥଳ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶା ସବୁଠାରୁ ଅନୁକୂଳ ଏବଂ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହୋଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଜାପାନର ଅଧିକ ନିକଟତର। ତେଣୁ ଓଡ଼ିଶାରେ ଉତ୍ପାଦିତ ସବୁଜ ଶକ୍ତିକୁ ଖୁବ୍ ସହଜରେ ଜାପାନକୁ ରପ୍ତାନି କରାଯାଇପାରିବ ଏବଂ ଆଗାମୀ ଦିନରେ ଓଡ଼ିଶା ସଫଳତାର ସହ ଜାପାନକୁ ଶକ୍ତି ରପ୍ତାନୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜାପାନୀ ପ୍ରତିନିଧିମଣ୍ଡଳ ସମେତ ଟି.ଆର୍‌.ଏଲ୍‌. କ୍ରୋସାକି, ଟି.ୱାଇ.କେ. କର୍ପୋରେସନ୍‌, ଇଣ୍ଡୋ ନିସିନ୍‌, ଏ.ସି.ଏମ୍‌.ଇ. ଗ୍ରୁପ୍‌, ଆଇ.ଏଚ୍‌.ଆଇ. କର୍ପୋରେସନ୍‌ ଓ ମିତ୍‌ସୁବିଶିର ପ୍ରତିନିଧିବୃନ୍ଦ ଏବଂ ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ଅର୍ଥ ନିଗମ (IFC) ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ।

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇପିକଲ୍‌ (IPICOL) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଆବୋଲି ସୁନୀଲ ନରଭାଣେ ଆଲୋଚନା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Read in English: Odisha Strengthens Japan Ties With IHI and ACME Group

Invest Odisha Make in Odisha ଜାପାନୀ ସଂସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ

July 3, 2026
Latest News

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026

କେତେବେଳେ ଆରମ୍ଭ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍?: ଜାଣନ୍ତୁ ସବୁକିଛି

July 3, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ବଢିଲା ଚର୍ଚ୍ଚା: ଅମିତ ଶାହଙ୍କୁ ଭେଟିଲେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧାୱା

July 3, 2026

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.