Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
ବିଶେଷ ଖବର

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

July 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତର ଏକ ଅଂଶ ସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇସ୍ତାନା ମେରଡେକା (ଇଣ୍ଡୋନେସିଆର ରାଷ୍ଟ୍ରପତି ଭବନ) ଠାରେ ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋୱୋ ସୁବିଆନ୍ତୋଙ୍କ ଦ୍ୱାରା ସ୍ନେହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା ଏବଂ ଏକ ଔପଚାରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଭାରତର ୭୬ତମ ଗଣତନ୍ତ୍ର ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଜାନୁଆରୀ ୨୦୨୫ରେ ରାଷ୍ଟ୍ରପତି ପ୍ରବୋୱୋଙ୍କ ଭାରତ ଗସ୍ତ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା।

ଦୁଇ ନେତା ସୀମିତ ଏବଂ ପ୍ରତିନିଧି ଦଳ ସ୍ତରୀୟ ଉଭୟ ଫର୍ମାଟରେ ଆନୁଷ୍ଠାନିକ ଆଲୋଚନା କରିଥିଲେ। ସେମାନେ ବାଣିଜ୍ୟ ଏବଂ ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା, ସାମୁଦ୍ରିକ ସହଯୋଗ, ଡିଜିଟାଲ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା, ଶକ୍ତି, ସ୍ୱାସ୍ଥ୍ୟ ସେବା ଏବଂ ଫାର୍ମାସ୍ୟୁଟିକାଲ୍ସ, ମହାକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ବିରଳ ମୃତ୍ତିକା, ସଂସ୍କୃତି, ପର୍ଯ୍ୟଟନ, କୃଷି ଏବଂ ଜନସାଧାରଣଙ୍କ ମଧ୍ୟରେ ଆଦାନପ୍ରଦାନକୁ ଅନ୍ତର୍ଭୁକ୍ତ କରୁଥିବା ବ୍ୟାପକ ରଣନୀତିକ ସହଭାଗିତାର ସମଗ୍ର ଦିଗର ସମୀକ୍ଷା କରିଥିଲେ। ଭାରତର ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ(ଓଏନଡିସି) ଉପରେ ଆଧାରିତ ଇଣ୍ଡୋନେସିଆ ଓପନ ନେଟୱାର୍କ(ଆଇଓଏନ) ର ଶୁଭାରମ୍ଭକୁ ଦୁଇ ନେତା ସ୍ୱାଗତ କରିଥିଲେ। ୨୦୨୭ ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଇଣ୍ଡୋନେସିଆ ଗସ୍ତର ଶତାବ୍ଦୀ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଦୁଇ ଦେଶ ମିଳିତ ଭାବେ ଏହି ଅବସରକୁ “ସାଂସ୍କୃତିକ ଏବଂ ଶୈକ୍ଷିକ କୂଟନୀତି ପାଇଁ ଟାଗୋର-ଦେବନ୍ତର ବର୍ଷ” ଭାବେ ପାଳନ କରିବେ।

ଦୁଇ ରାଷ୍ଟ୍ରନେତା ପାରସ୍ପରିକ ସ୍ୱାର୍ଥ ରହିଥିବା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ନିଜ ନିଜର ଦୃଷ୍ଟିକୋଣ ବିନିମୟ କରିଥିଲେ। ସେମାନେ ଆସିଆନ୍-ଭାରତ ବ୍ୟାପକ ରଣନୀତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନେ ଏକ ମୁକ୍ତ ଏବଂ ନିୟମ-ଆଧାରିତ  ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଭାରତର ‘ମହାସାଗର’ (MAHASAGAR – Mutual and Holistic Advancement for Security and Growth Across Regions) ଭିଜନ ବା ଦୂରଦୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି ପ୍ରବୋୱୋ ୨୦୨୬ ମସିହାରେ ଭାରତର ଜାରି ରହିଥିବା ବ୍ରିକ୍ସ  ଅଧ୍ୟକ୍ଷତା ପାଇଁ ଇଣ୍ଡୋନେସିଆର ସୂର୍ଣ୍ଣ ସମର୍ଥନ ଜଣାଇଥିଲେ।

ଆଲୋଚନା ପରେ ଦୁଇ ନେତାଙ୍କ ଉପସ୍ଥିତିରେ ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ବିରଳ ମୃତ୍ତିକା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନିର୍ବାଚନ ପ୍ରକ୍ରିୟା, ଦୂରସଂଚାର, କୃଷି, ସାମୁଦ୍ରିକ ସୁରକ୍ଷା, ମହାକାଶ, ଇସ୍ପାତ ଯୋଗାଣ ଶୃଙ୍ଖଳା, ବିପର୍ଯ୍ୟୟ ପରିଚାଳନା, ଚିକିତ୍ସା ସାମଗ୍ରୀ ନିୟାମକ, ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବୁଝାମଣାପତ୍ର ବା ଚୁକ୍ତିନାମା ଗୁଡ଼ିକର ଆଦାନପ୍ରଦାନ ହୋଇଥିଲା। ଯୋଗ୍ୟକର୍ତ୍ତା ସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ପ୍ରମ୍ବନନ ମନ୍ଦିର ପରିସରର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଭାରତର ସହଯୋଗ ସମ୍ପର୍କିତ ଏକ ଆଗ୍ରହ ପତ୍ର ମଧ୍ୟ ଆଦାନପ୍ରଦାନ କରାଯାଇଥିଲା।

ଆଲୋଚନା ପରେ, ରାଷ୍ଟ୍ରପତି ପ୍ରବୋୱୋ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସୌଜନ୍ୟମୂଳକ ଆତିଥେୟତା ପାଇଁ ରାଷ୍ଟ୍ରପତି ପ୍ରବୋୱୋଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।

ଇଣ୍ଡୋନେସିଆ ଦ୍ୱିପାକ୍ଷିକ ଆଲୋଚନା ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ଯୋଗଦେବେ ଶରଦ ପାୱାର?: ମହାରାଷ୍ଟ୍ରରେ ବଢିଲା ରାଜନୈତିକ ଉଷ୍ମତା

July 7, 2026

ରାଜସ୍ଥାନ ATS ର ବଡ଼ କାର୍ଯ୍ୟାନୁଷ୍ଠାନ!: ଆତଙ୍କବାଦୀ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ମହିଳା ଗିରଫ

July 7, 2026

NEET-UG 2027 ରେ ବଡ଼ ପରିବର୍ତ୍ତନ: 5-6 ଦିନ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

July 7, 2026

ପରବର୍ତ୍ତୀ ଟି-୨୦ ସିରିଜରୁ ପ୍ରଶିକ୍ଷକ ଦାୟିତ୍ଵରୁ ମୁକ୍ତ ହେବେ ଗୌତମ ଗମ୍ଭୀର!: ଜାଣନ୍ତୁ କାହାକୁ ମିଳିବ ଦାୟିତ୍ଵ?

July 7, 2026
Latest News

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

July 7, 2026

ବିଜେପିରେ ଯୋଗଦେବେ ଶରଦ ପାୱାର?: ମହାରାଷ୍ଟ୍ରରେ ବଢିଲା ରାଜନୈତିକ ଉଷ୍ମତା

July 7, 2026

ରାଜସ୍ଥାନ ATS ର ବଡ଼ କାର୍ଯ୍ୟାନୁଷ୍ଠାନ!: ଆତଙ୍କବାଦୀ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ମହିଳା ଗିରଫ

July 7, 2026

NEET-UG 2027 ରେ ବଡ଼ ପରିବର୍ତ୍ତନ: 5-6 ଦିନ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

July 7, 2026

ପରବର୍ତ୍ତୀ ଟି-୨୦ ସିରିଜରୁ ପ୍ରଶିକ୍ଷକ ଦାୟିତ୍ଵରୁ ମୁକ୍ତ ହେବେ ଗୌତମ ଗମ୍ଭୀର!: ଜାଣନ୍ତୁ କାହାକୁ ମିଳିବ ଦାୟିତ୍ଵ?

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.