ନିମ୍ବୁଡା ନିମ୍ବୁଡା ତାକତ୍: ବହୁ ସମାଲୋଚନା ପରେ ଆଜି ଗିରଫ ହେଲେ ଏସସିଇଆରଟି ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ। ଆଜି ତାଙ୍କୁ କ୍ରାଇମ ବ୍ରାଞ୍ଚର ଏକ ଟିମ ଘରୁ ଉଠାଇ ନେଇଥିଲା। ଏହାପରେ ଦୀର୍ଘ ସମୟ ଜେରା ପରେ ଗିରଫ କରି କୋର୍ଟ ଚାଲଣ କରିଥିଲା। କଟକ ଜେଏମଏଫସି ତାଙ୍କର ଜାମିନୀ ନାମଞ୍ଜୁର କରିବା ପରେ ମନୋଜଙ୍କୁ ଜେଲ ପଠାଇ ଦିଆଯାଇଛି। ଏହାପରେ କ୍ରାଇବ ବ୍ରାଞ୍ଚ ତାଙ୍କୁ ରିମାଇଣ୍ଡରରେ ଆଣିବ ବୋଲି ଜଣାପଡିଛି।
ମନୋଜ ପାଢୀ ଗିରଫ କରିବା ପରେ ବର୍ତ୍ତମାନ ଅନ୍ୟମାନେ ପ୍ରମାଦ ଗଣିବା ଆରମ୍ଭ କରି ଦେଇଛନ୍ତି। କାରଣ ପାଠ୍ୟପୁସ୍ତକ ତ୍ରୁଟି ନେଇ ମନୋଜଙ୍କ ସହିତ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ସେମାନଙ୍କୁ ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଜେରା କରିବା ବୋଲି ଜଣାପଡିଛି।


