Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’
ବିଶେଷ ଖବର

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପିଏମ ସୂର୍ଯ୍ୟ ଘର
ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

ନୂଆଦିଲ୍ଲୀ: ସାରା ଦେଶରେ ୫୦.୦୬ ଲକ୍ଷରୁ ଅଧିକ ପରିବାର ଏବେ ଛାତଉପରେ ସୌର ବିଜୁଳି ସ୍ଥାପନ କରି  ଲାଭାନ୍ୱିତ ହେବା ସହ “ପିଏମ୍ ସୂର୍ଯ୍ୟ ଘର- ମାଗଣା ବିଜୁଳି ଯୋଜନା” ଦେଶରେ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି।

ଏହାର ଶୁଭାରମ୍ଭର ମାତ୍ର ଦୁଇ ବର୍ଷରୁ ସାମାନ୍ୟ ଅଧିକ ସମୟ ମଧ୍ୟରେ ଏହି ସଫଳତା ହାସଲ ହୋଇଛି, ଯାହା ବିଗତ ଦଶ ବର୍ଷ ମଧ୍ୟରେ ହୋଇଥିବା ୭.୯୪ ଲକ୍ଷ ରୁଫଟପ୍ ସୋଲାର ସଂଯୋଗ ତୁଳନାରେ ଏକ ବଡ଼ ଅଗ୍ରଗତିକୁ ଦର୍ଶାଉଛି। ୭୫,୦୨୧ କୋଟି ଟଙ୍କାର ବ୍ୟୟବରାଦ ସହ ବିଶ୍ୱର ଏହି ବୃହତ୍ତମ ରୁଫଟପ୍ ସୋଲାର କାର୍ଯ୍ୟକ୍ରମର ଦ୍ରୁତ ରୂପାୟନକୁ ଏହା ପ୍ରତିଫଳିତ କରୁଛି। ‘ପିଏମ୍ ସୂର୍ଯ୍ୟ ଘର-ମାଗଣା ବିଜୁଳି ଯୋଜନା’ ହେଉଛି ଭାରତ ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ପ୍ରମୁଖ ରୁଫଟପ୍ ସୋଲାର ଯୋଜନା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ, ଏହି ଯୋଜନା ଆଜି ପ୍ରତ୍ୟେକ ଛଅ ଦିନରେ ୧ ଲକ୍ଷ ପରିବାରକୁ ଲାଭାନ୍ୱିତ କରୁଛି, ଯାହା ଏହାକୁ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମରେ ପରିଣତ କରିଛି। ଗତ ନଅ ମାସ ମଧ୍ୟରେ ସ୍ଥାପନର ଗତି ୩.୨ ଗୁଣ ବୃଦ୍ଧି ପାଇଛି। ଅକ୍ଟୋବର ୨୦୨୫ରେ ଦୈନିକ ୫,୦୩୮ ଟି ସ୍ଥାପନରୁ ବୃଦ୍ଧି ପାଇ ଜୁଲାଇ ୨୦୨୬ ରେ ଦୈନିକ ପ୍ରାୟ ୧୬,୩୨୮ ଟି ସୌର ପ୍ରକଳ୍ପ ସ୍ଥାପନ କରାଯାଇ ପାରିଛି।

କେବଳ ଜୁଲାଇ ୨୦୨୬ରେ ୫.୦୬ ଲକ୍ଷ ପରିବାର ଏହି ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି, ଯାହା ଯୋଜନା ଆରମ୍ଭ ହେବା ପରଠାରୁ ସର୍ବକାଳୀନ ସର୍ବାଧିକ ମାସିକ ସଂଖ୍ୟା।

ଏହି ଗତିଶୀଳତାକୁ ଆଗକୁ ନେବା ପାଇଁ ପ୍ରତ୍ୟକ୍ଷ ଲାଭାଂଶ ହସ୍ତାନ୍ତରଣ (ଡିବିଟି) ଜରିଆରେ ହିତାଧିକାରୀଙ୍କୁ ସିଧାସଳଖ ୨୮,୦୨୪ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ଫଳରେ, ପ୍ରାୟ ୧୯ ଲକ୍ଷ ପରିବାର ଏବେ ଶୂନ୍ୟ ବିଜୁଳି ବିଲ୍ ପାଉଛନ୍ତି, ଯାହା ପରିବାରଗୁଡ଼ିକର ଆର୍ଥିକ ବୋଝକୁ ଯଥେଷ୍ଟ କମ୍ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୨ ଲକ୍ଷରୁ ଅଧିକ ପରିବାର ବଳକା ବିଜୁଳି ବିକ୍ରି କରି ମୋଟ ୪୨୧ କୋଟି ଟଙ୍କା ରୋଜଗାର କରିଛନ୍ତି, ଯାହା ଗ୍ରୀଡ୍‌କୁ ବିଜୁଳି ଯୋଗାଉଥିବା ପ୍ରତି ପରିବାର ପାଇଁ ବାର୍ଷିକ ପ୍ରାୟ ୩,୫୦୦ ଟଙ୍କାର ଅତିରିକ୍ତ ଆୟ ସୃଷ୍ଟି କରିଛି।

‘ୟୁଟିଲିଟି ଭିତ୍ତିକ ଏଗ୍ରିଗେସନ୍’ ମଡେଲ୍ ଅଧୀନରେ, ୪ ଟି ରାଜ୍ୟରେ ପିଏମ୍‍ଏଓ୍ୱାଇ, ବିପିଏଲ୍‍ ଏବଂ ଅନୁସୂଚିତ ଜାତି ଓ ଜନଜାତି ପରିବାର ପାଇଁ ୧.୬ ଲକ୍ଷ ସ୍ଥାପନ ସମ୍ପୂର୍ଣ୍ଣ ହୋଇଛି, ଏବଂ ୧୨ ଟି ରାଜ୍ୟରେ ଏହି ମଡେଲ୍ କାର୍ଯ୍ୟକାରୀ କରିବାକୁ ମଞ୍ଜୁରୀ ମିଳିଛି। ଏହି ମଡେଲ୍ କମ୍ ଆୟକାରୀ ପରିବାରଗୁଡ଼ିକୁ ରୁଫ୍‌ଟପ୍ ସୋଲାର ସୁବିଧା ପାଇବାରେ ସାହାଯ୍ୟ କରୁଥିବାବେଳେ ରାଜ୍ୟଗୁଡ଼ିକୁ ସେମାନଙ୍କର ଟ୍ୟାରିଫ୍ ସବସିଡି ବୋଝ କମାଇବାରେ ସାହାଯ୍ୟ କରୁଛି।  ଅପରପକ୍ଷେ ହିତାଧିକାରୀଙ୍କୁ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ସହଜରେ କମ୍‍ ସୁଧ ହାରରେ ଋଣ ମଧ୍ଯ ଯୋଗାଇ ଦିଆଯାଉଛି। ୨୧.୮୭ ଲକ୍ଷ ଆବେଦନକାରୀଙ୍କ ପାଇଁ ୫.୭୫% ସୁଧ ହାରରେ ରିହାତି ଋଣ ମଞ୍ଜୁର କରାଯାଇଛି, ଯେଉଁଥିରୁ ୧୭.୫ ଲକ୍ଷ ସ୍ଥାପନ ଋଣ ଆର୍ଥିକ ସହାୟତା ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇସାରିଛି। ଜନ ସମର୍ଥର ସଂଯୋଜନା କାଗଜପତ୍ର ବିହୀନ (ପେପରଲେସ୍) ଋଣ ପ୍ରକ୍ରିୟାକରଣକୁ ସକ୍ଷମ କରିଛି।

ଏହି ଯୋଜନା ଏକ ବ୍ୟାପକ ଭେଣ୍ଡର ଏବଂ ନିଯୁକ୍ତି ଇକୋସିଷ୍ଟମ୍ ମଧ୍ୟ ସୃଷ୍ଟି କରିଛି, ଯେଉଁଥିରେ ୩୪,୨୧୯ଟି ପଞ୍ଜିକୃତ ବିକ୍ରେତା ଅଛନ୍ତି, ଯେଉଁଥିରୁ ୨୯,୪୬୯ଟି ସାରା ଦେଶରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ରୁଫ୍‌ଟପ୍ ସୋଲାର ଭାଲ୍ୟୁ ଚେନ୍‌କୁ ସହାୟତା କରୁଥିବା କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ୨.୩୨ ଲକ୍ଷରୁ ଅଧିକ ଲୋକଙ୍କୁ ତାଲିମ ଦିଆଯାଇଛି। ସମୁଦାୟ ଭାବେ, ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୪.୮ ଗିଗାୱାଟ୍ ରୁଫ୍‌ଟପ୍ ସୋଲାର କ୍ଷମତା କାର୍ଯ୍ୟକ୍ଷମ କରାଯାଇଛି।

ଏହି ଯୋଜନା ଆବେଦନଠାରୁ ଆରମ୍ଭ କରି ସବସିଡି ପ୍ରଦାନ ପର୍ଯ୍ୟନ୍ତ ୧୦୦ ପ୍ରତିଶତ ଅନଲାଇନ୍, ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ଚାଲିଥାଏ, ଯେଉଁଥିରେ ଗ୍ରାହକଙ୍କ ପାଇଁ କୌଣସି ଭୌତିକ କାଗଜପତ୍ର କିମ୍ବା ଅଫିସ ପରିଦର୍ଶନର ଆବଶ୍ୟକତା ନଥାଏ। ପେପରଲେସ୍ ଋଣ ପାଇଁ ‘ଜନ ସମର୍ଥ’ ସଂଯୋଜନା, ୧୫ ଦିନ ମଧ୍ୟରେ ସବସିଡି ପ୍ରଦାନ ପାଇଁ ପିଏଫଏମ୍‍ଏସ୍‍ ସଂଯୋଜନା, ସହଜ ପ୍ରକ୍ରିୟାକରଣ ପାଇଁ ୮୦ ରୁ ଅଧିକ ଡିସକମ୍‍ ଗୁଡ଼ିକ ସହିତ ଏପିଆଇ  ସଂଯୋଜନା, ଜାତୀୟ ପୋର୍ଟାଲ୍ ମାଧ୍ୟମରେ ଏକ ଡିଜିଟାଲ୍ ନେଟ୍ ମିଟରିଂ ଚୁକ୍ତିନାମା, ଏବଂ ଗ୍ରାହକଙ୍କୁ ଦୃଶ୍ୟମାନ ହେଉଥିବା ଷ୍ଟାର୍ ରେଟିଂ ପ୍ରଦାନ କରୁଥିବା ଏକ ବିକ୍ରେତା ମାନକ ଢାଞ୍ଚା ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ଡିସିଆର ପୋର୍ଟାଲ୍ ସହିତ ସଂଯୋଜନା ଦେଶୀୟ ସାମଗ୍ରୀର ଅନୁପାଳନକୁ ସୁନିଶ୍ଚିତ କରୁଛି।

ସୌର ଶକ୍ତି ଆପଣାଇବାର ପ୍ରକ୍ରିୟାକୁ ସହଜ କରିବା ପାଇଁ, ୧୦ କିଲୋୱାଟ୍ ପର୍ଯ୍ୟନ୍ତ ରୁଫଟପ୍ ସୋଲାର ପାଇଁ ସ୍ୱତଃ ମଞ୍ଜୁରୀ ଏବଂ ଫିଜିବିଲିଟି ଛାଡ଼ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାସହ ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରୁଫଟପ୍ ସୋଲାର ପାଇଁ ଆବେଦନ ଏବଂ ନେଟ୍ ମିଟରିଂ ଶୁଳ୍କକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକୁ ପ୍ରୋତ୍ସାହନ ରାଶି ଭାବେ ୩,୮୦୭.୬ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ ଗୁଡ଼ିକୁ ପ୍ରାୟ ୧୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ୪୬ଟି ସହରରେ ‘ସିଟି ଆକ୍ସିଲେରେଟର ପ୍ରୋଗ୍ରାମ’ ଆରମ୍ଭ କରାଯାଇଛି ଏବଂ ଭେଣ୍ଡର ଉତ୍ତରଦାୟିତ୍ୱ ଢାଞ୍ଚା ଅଧୀନରେ ପ୍ରାୟ ୨୩,୦୦୦ ତୃତୀୟ-ପକ୍ଷ ଗୁଣବତ୍ତା ଯାଞ୍ଚ ସମ୍ପାଦନ କରାଯାଇଛି।

କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକ ପ୍ରାୟ ୪୧,୫୪୨ଟି ଉପଯୁକ୍ତ ସରକାରୀ କୋଠା ଚିହ୍ନଟ କରିଛନ୍ତି, ଯାହାର ମୋଟ କ୍ଷମତା ୧,୪୧୮ ମେଗାୱାଟ୍। ସେଥିମଧ୍ୟରୁ ୮୭୨ ମେଗାୱାଟ୍ କ୍ଷମତାବିଶିଷ୍ଟ ୨୫,୨୫୫ଟି କୋଠାରେ ଆଗରୁ ସୌର ପ୍ରକଳ୍ପ ସ୍ଥାପନ ସରିଛି। ସେହିପରି ରାଜ୍ୟଗୁଡ଼ିକ ୪,୪୦୦ ମେଗାୱାଟ୍ ସମ୍ଭାବ୍ୟ କ୍ଷମତାବିଶିଷ୍ଟ ପ୍ରାୟ ୩,୨୦,୦୦୦ଟି ଉପଯୁକ୍ତ ସରକାରୀ କୋଠା ଚିହ୍ନଟ କରିଛନ୍ତି, ଯାହା ମଧ୍ୟରୁ ୧,୪୫୦ ମେଗାୱାଟ୍ କ୍ଷମତାବିଶିଷ୍ଟ ୮୧,୩୨୯ଟି କୋଠାରେ ସୌର ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି। ଉଭୟକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୧.୦୬ ଲକ୍ଷ ସରକାରୀ କୋଠାରେ ସୌର ଶକ୍ତି ବ୍ୟବସ୍ଥା ଲାଗୁ କରାଯାଇସାରିଛି। ଏହାସହିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସୋଲାରାଇଜେସନ୍ ପ୍ରକଳ୍ପରେ ଆର୍ଥିକ ଝୁଙ୍କି ହ୍ରାସ କରିବା ଏବଂ ସମୟସୀମା ମଧ୍ୟରେ ପାଣ୍ଠି ପରିଶୋଧ ନିଶ୍ଚିତ କରି ରେସ୍କୋ ନିଲାମଦାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ‘ପେମେଣ୍ଟ ସୁରକ୍ଷା ବ୍ୟବସ୍ଥା’ ଆରମ୍ଭ କରାଯାଇଛି।

‘ପିଏମ୍ ସୂର୍ଯ୍ୟ ଘର- ମାଗଣା ବିଜୁଳି ଯୋଜନା’ରେ ଏବେ ୫୦ ଲକ୍ଷରୁ ଅଧିକ ପରିବାର ଲାଭାନ୍ୱିତ ହେଉଛନ୍ତି। ଅନ୍ୟ ସ୍ଥାନରେ ଏହି ପ୍ରକଳ୍ପ ସ୍ଥାପନ ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଥିବା ବେଳେ, ବିକେନ୍ଦ୍ରୀକୃତ, ନାଗରିକ-ଚାଳିତ ସ୍ୱଚ୍ଛ ଶକ୍ତି ଆପଣେଇବା କ୍ଷେତ୍ରରେ ଏହି ଯୋଜନା ବିଶ୍ୱସ୍ତରୀୟ ଅଗ୍ରଣୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରୁଛି, ଏବଂ ଭାରତୀୟ ପରିବାରଗୁଡ଼ିକ ପାଇଁ ଶକ୍ତି ସୁରକ୍ଷା ଓ ଶକ୍ତି ଆତ୍ମନିର୍ଭରଶୀଳତାର ଦ୍ୱୈତ ଲକ୍ଷ୍ୟକୁ ଆଗେଇ ନେଉଛି।

ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ରୁଫଟପ୍ ସୋଲା ସୌରଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବେଦାନ୍ତ ଝାରସୁଗୁଡାକୁ ଝଟକା, ବେଆଇନି ଭାବେ ଭୂତଳ ଜଳ ବ୍ୟବହାର ନେଇ ନୋଟିସ କଲା CGWB

August 5, 2026

ଆଜିଠାରୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ

August 5, 2026

ବୀମା ନାହିଁ ତ ପେଟ୍ରୋଲ ନାହିଁ!

August 5, 2026

ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି

August 5, 2026
Latest News

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026

ବେଦାନ୍ତ ଝାରସୁଗୁଡାକୁ ଝଟକା, ବେଆଇନି ଭାବେ ଭୂତଳ ଜଳ ବ୍ୟବହାର ନେଇ ନୋଟିସ କଲା CGWB

August 5, 2026

ଆଜିଠାରୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ

August 5, 2026

ବୀମା ନାହିଁ ତ ପେଟ୍ରୋଲ ନାହିଁ!

August 5, 2026

ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.