Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିରେ ଅପରାଜିତାଙ୍କ ଭୂମିକା ଅତ୍ୟନ୍ତ ସୀମିତ ନା ତାଙ୍କ ଲାଗି ଏକ ବୃହତ୍ତର ଭୂମିକା ସତରେ ବାକି ଅଛି!
ବିଶେଷ ଖବର

ବିଜେପିରେ ଅପରାଜିତାଙ୍କ ଭୂମିକା ଅତ୍ୟନ୍ତ ସୀମିତ ନା ତାଙ୍କ ଲାଗି ଏକ ବୃହତ୍ତର ଭୂମିକା ସତରେ ବାକି ଅଛି!

December 25, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଅପରାଜିତା ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁର୍ଦ୍ଧା ସଭାରେ କୌଣସି ବିଶେଷ ଭୂମିକାରେ ଦେଖିବାକୁ ମିଳିନଥିଲା। ଏହି ସଭାରେ ତାଙ୍କୁ ଗୋଟେ ବଡ ଭୂମିକା ନେବାକୁ ହୁଏତ ସୁଯୋଗ ସୃଷ୍ଟି କରାଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେ ଚର୍ଚ୍ଚା ଏହା ଫଳରେ ଥମି ଯାଇଛି। ଏପରିକି ତାଙ୍କୁ ମୋଦୀ ଆସିବା ପୂର୍ବରୁ ଭାଷଣ ଦେବାକୁ ଡକାଯାଇନଥିଲା।ବେମାନ ବନ୍ଦର କିମ୍ବା ହେଲିପ୍ୟାଡରେ  ମୋଦୀଙ୍କୁ ସ୍ଵାଗତ କରିବା ଲାଗି ମଧ୍ୟ ସେ ସୁଯୋଗ ପାଇନଥିଲେ। ବରଂ ଅପରାଜିତାଙ୍କ ଜାଗାରେ ବିଜେପିର ପୁରୁଣା ମହିଳା ନେତ୍ରୀ ସଞ୍ଚିତା ମହାନ୍ତି ଓ ସୁରମା ପାଢି ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଅଧିକ ସୁଯୋଗ ପାଇଥିଲେ। ଅପରାଜିତାଙ୍କର ଭୂମିକାକୁ ସଙ୍କୁଚିତ କରିବା ଲାଗି ରାଜ୍ୟ ନେତୃତ୍ୱ ସଚେତନ ଭାବରେ ପ୍ରୟାସ କରିଥିଲା ନା ଅପରାଜିତାଙ୍କ ଭୂମିକା ମୂଳରୁ ଅନାବଶ୍ୟକ ଭାବରେ ବଡ ଦିଶୁଥିଲା, ସେ କଥାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରାଜିତା ନିଜକୁ ରାଜ୍ୟ ବିଜେପିର ଏଲିଟ ଗୋଷ୍ଠୀର ବୋଲି ଏକପ୍ରକାର ଧାରଣା ସୃଷ୍ଟି କରୁଥିଲେ। ସେ ସିଧାସଳଖ ଉପର ମହଲରୁ ନିର୍ଦ୍ଦେଶ ପାଇ ଆସିଛନ୍ତି ଓ ତାଙ୍କୁ ସେ ଭୂମିକା ଦେବାକୁ ରାଜ୍ୟ ନେତୃତ୍ୱ ଏକପ୍ରକାର ବାଧ୍ୟ ବୋଲି ଏକ ଖବର ବ୍ୟାପକ ହୋଇଥିଲା। ତେଣୁ ତୁରନ୍ତ ତାଙ୍କର ପକ୍ଷ ଛେଦନ ଦରକାର ବୋଲି ଜଣେ ତୁଙ୍ଗ ବିଜେପି ନେତା ତାଙ୍କର ଅନୁଗତ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏପରିକି ଅପରାଜିତାଙ୍କ ନୂଆପଲ୍ଲୀ କାର୍ୟାଳୟ ଉପରେ ରାଜ୍ୟ ନେତୃତ୍ୱ ତରଫରୁ ସତର୍କ ଦୃଷ୍ଟି ରଖାଯାଇଛି। ତାଙ୍କ ସହିତ ଭେଟା ହେଉଥିବା ଦଳୀୟ ନେତା ଓ ସାମ୍ବାଦିକଙ୍କ ଖବର ତୁରନ୍ତ ରାଜ୍ୟ ନେତୃତ୍ୱ ପାଖରେ ପହଞ୍ଚି ଯାଉଛି। ଗତ ପନ୍ଦର ଦିନ ଧରି ଗଣମାଧ୍ୟମରେ ଅପରାଜିତାଙ୍କ ପ୍ରଭାବ ଦଳ ଭିତରେ ଏକପ୍ରକାର ଗୋଷ୍ଠୀ ବିବାଦକୁ ତୀବ୍ରତର କରିଛି। ସେଥିପାଇଁ ବୋଧହୁଏ ଅପରାଜିତାଙ୍କୁ ଦଳୀୟ ନେତୃତ୍ୱ ତାଙ୍କ ସୀମା ସମ୍ପର୍କରେ ସଚେତନ କରିଦେଇଛନ୍ତି। ସମୀକ୍ଷା ସହ କଥାବାର୍ତ୍ତା ବେଳେ ଜନୈକ ସଂଘ କର୍ମକର୍ତ୍ତା କହିଛନ୍ତି ଯେ ଅପରାଜିତା ନିଜର ପ୍ରଶାସକୀୟ ଆଦବ କାଇଦା ଦଳ ଭିତରେ ଯଦି ଦେଖେଇବେ ତାହେଲେ ତାଙ୍କୁ କୌଣସି ବିଶେଷ ସୁଯୋଗ ମିଳିବ ନାହିଁ।

ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତାଙ୍କୁ ଟିକେଟ ମିଳିବା ଏତେ ସହଜ ନୁହଁ ବୋଲି କୁହାଯାଉଛି। ପାଇକ ବିଦ୍ରୋହକୁ ନିର୍ବାଚନର କେନ୍ଦ୍ରୀୟ ବିଷୟ କରିବାକୁ ବିଜେପି ଚାହୁଁ ଥିବାରୁ ଓ ଖୁର୍ଦ୍ଧା ରେ ଖଣ୍ଡାୟତ ଭୋଟରଙ୍କର ନିର୍ଣ୍ଣାୟକ ଭୂମିକା ରହୁଥିବାରୁ ଗତ କାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ପୁରୁଖା ନେତା ବିଶ୍ଵ ଭୂଷଣ ହରିଚନ୍ଦନଙ୍କୁ ଅଧିକ ଗୁରୁତ୍ଵ ଦିଆ ଯାଇଥିଲା। ବିଶ୍ବଭୂଷଣଙ୍କ ପରିବାର ଖୁର୍ଦ୍ଧା ରାଜନୀତିରେ ସବୁବେଳେ ପ୍ରମୁଖ ଭୂମିକା ନେଇ ଆସୁଛନ୍ତି। ୨୦୧୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଶ୍ବଭୂଷଣଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ବିଜେପି ଟିକେଟରେ ଲଢିଥିଲେ। ଅପରାଜିତାଙ୍କ ଆଗମନ ହରିଚନ୍ଦନ ପରିବାର ଭିତରେ ଅସନ୍ତୋଷ ସୃଷ୍ଟି କରିଛି।

ଏତେ ସବୁ ଜଟିଳ ରାଜନୈତିକ ସମୀକରଣ ଭିତରେ ଅପରାଜିତା କିନ୍ତୁ ନିଜର ରାଜନୈତିକ ଲକ୍ଷ୍ୟ ସ୍ଥିର କରି ଆଗେଇ ଚାଲିଛନ୍ତି। ଗତ କାଲିର ସଭା ଆଦୌ ଅନ୍ତିମ ଦୃଶ୍ୟ ନୁହେଁ, ବରଂ ଆଗକୁ ଆହୁରି ଅନେକ ଚକିତ କଲା ପରି ଖବର ଅପରାଜିତାଙ୍କ ଶିବିରରୁ ଆସିପାରେ ବୋଲି ସୂଚନା ମିଳୁଛି!

aparajita bjpodisha
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ: ୧୦,୦୦୦ ହେକ୍ଟରକୁ ବୃଦ୍ଧି ପାଇବ ପୁଷ୍ଟିଯୁକ୍ତ ଧାନ ଚାଷ

October 3, 2026

ବନ୍ୟପ୍ରାଣୀ ସପ୍ତାହ ଶୁଭାରମ୍ଭ: ପ୍ରକୃତି ଓ ମଣିଷ ସମ୍ପର୍କ ମଜଭୁତ କରିବାକୁ ଗୁରୁତ୍ୱ

October 3, 2026

ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

October 3, 2026
Latest News

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.