Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୋଲିସରେ ଏତଲା ଦେଲେ ଇତିହାସ ବଦଳି ଯିବ ନାହିଁ କିମ୍ବା ସ୍ଵାଧୀନତା ଆନ୍ଦୋଳନରେ ଆରଏସଏସର ଭୂମିକା ଥିଲା ବୋଲି ନୂଆ ଇତିହାସ ତିଆରି ହେବ ନାହିଁ 
ବିଶେଷ ଖବର

ପୋଲିସରେ ଏତଲା ଦେଲେ ଇତିହାସ ବଦଳି ଯିବ ନାହିଁ କିମ୍ବା ସ୍ଵାଧୀନତା ଆନ୍ଦୋଳନରେ ଆରଏସଏସର ଭୂମିକା ଥିଲା ବୋଲି ନୂଆ ଇତିହାସ ତିଆରି ହେବ ନାହିଁ 

August 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କିଛିଦିନ ତଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମୁଖ୍ୟ କୁମାର ପ୍ରଶାନ୍ତ ଓଡିଶାର ବିଭିନ୍ନ ସହରରେ “ଗାନ୍ଧୀ କଥା” କାର୍ୟକ୍ରମରେ ଯୋଗ ଦେଇ ବାପୁଙ୍କ ଜୀବନ ଓ ଦର୍ଶନ ବିଷୟରେ ଆଲୋଚନା କରିଥିଲେ। ନିଜ ଆଲୋଚନା ଭିତରେ କୁମାର ପ୍ରଶାନ୍ତ ଏକଥା କହିଥିଲେ ଯେ, ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଶେଷ ଭୂମିକା ନଥିଲା। ତେବେ ଏକଥା କେବଳ କୁମାର ପ୍ରଶାନ୍ତ କହିଛନ୍ତି ନୁହଁ, ଏକଥା ଭାରତୀୟ ସ୍ଵାଧୀନତା ଆଂଦୋଳନର ଇତିହାସ ଲେଖିଥିବା ପ୍ରାୟ ସବୁ ଐତିହାସିକ ସ୍ଵୀକାର କରିଛନ୍ତି। କୁମାର ପ୍ରଶାନ୍ତ ସତ୍ୟନିଷ୍ଠ ଭାବରେ ଐତିହାସିକ ତଥ୍ୟକୁ ଲୋକଙ୍କ ପାଖରେ ରଖିଛନ୍ତି। ସବୁଠୁ ମଜାର କଥା ହେଉଛି, କୁମାର ପ୍ରଶାନ୍ତଙ୍କ ଏହି ବକ୍ତବ୍ୟ ବିରୋଧରେ ଦୁଇଜଣ ସଂଘ ସମର୍ଥକ ଓକିଲ ଫୁଲବାଣୀ ଓ କଟକରେ ଏଫଆଇଆର ଦାଖଲ କରିଛନ୍ତି। ଏ ପ୍ରକାର ପୋଲିସ ଏତଲାର ମାନେ କଣ? ଇତିହାସରେ ଲେଖା ଯାଇଥିବା ସତ୍ୟ କହିବା କଣ ଅପରାଧ? ସ୍ଵାଧୀନତା ଆନ୍ଦୋଳନରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଭୂମିକା ସତରେ କିଛି ଥିଲା କି?

ଖିଲାଫତ ଆନ୍ଦୋଳନ ସମୟରେ ସଂଘର ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାର କଂଗ୍ରେସର ସଦସ୍ୟ ଥିଲେ। ତେବେ ୧୯୨୫ରେ ଆରଏସଏସ ପ୍ରତିଷ୍ଠା କରିବା ପରେ ସ୍ଵାଧୀନତା ଆନ୍ଦୋଳନ ସହିତ ତାଙ୍କର ସବୁ ସମ୍ପର୍କ ଛିନ୍ନ ହୋଇଥିଲା। ୧୯୨୫ ପରେ ଯଦିଓ ବହୁ ସଂଘ ସଦସ୍ୟ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ସେମାନଙ୍କୁ ସଂଘ ନେତୃତ୍ଵ ଏଥି ପାଇଁ ବାରଣ କରିଛି। ୧୯୩୭ ନିର୍ବାଚନରେ ହିନ୍ଦୁ ଓ ମୁସଲମାନ ସାମ୍ପ୍ରଦାୟିକ ରାଜନୀତି କରୁଥିବା ମୁସଲିମ ଲିଗ ଓ ହିନ୍ଦୁ ମହାସଭାକୁ ଭାରତର ଜନ ସାଧାରଣ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ମୁସଲିମ୍‌ ଲିଗ ଓ ହିନ୍ଦୁ ମହାସଭାକୁ ଏକାଠି କରିଥିଲା। ଅବିଭକ୍ତ ଭାରତର ତିନୋଟି ରାଜ୍ୟରେ ହିନ୍ଦୁ ମହାସଭା ଓ ମୁସଲିମ ଲିଗ ମିଳିତ ସରକାର ଗଠନ କରିଥିଲେ। ବେଙ୍ଗଲ, ସିନ୍ଧୁ ପ୍ରଦେଶ ଓ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରେ ହିନ୍ଦୁ ମହାସଭା ଓ ମୁସଲିମ ଲିଗର ମିଳିତ ସରକାର ଭାରତ ଛାଡ ଆନ୍ଦୋଳନ ବେଳେ ବ୍ରିଟିଶ ସରକାରଙ୍କ ସମର୍ଥନରେ ଗଠିତ ହୋଇଥିଲା। ଲୋକଙ୍କ ଦ୍ଵାରା ନିର୍ବାଚିତ କଂଗ୍ରେସ ସରକାର କ୍ଷମତା ଛାଡି ସ୍ଵାଧୀନତା ଲାଗି  ‘କର ବା ମର’ ର  ସଂଘର୍ଷ କରୁଥିବା ବେଳେ ଏହି ଦୁଇ ତଥାକଥିତ ବିରୋଧୀ ବ୍ରିଟିଶ ସରକରାର ସ୍ତାବକତା କରୁଥିଲେ। ହିନ୍ଦୁ ମହାସଭା ଓ ମୁସଲିମ ଲିଗର ମିଳିତ ସରକାର ଗଠନରେ ଆରଏସଏସ ର ଦୁଇ ପ୍ରଧାନ ନେତା ମାଧବ ସଦାଶିବ ଗୋଲୱାଲକର ଓ ବି.ଏଏସ. ମୁଞ୍ଜେଙ୍କର ସମର୍ଥନ ରହିଥିବାରୁ ଏ ଦୁହିଙ୍କୁ ସିଆଲକୋଟର ଏକ ସଭାରେ ମୁସଲିମ ଲିଗର ସର୍ବୋଚ୍ଚ ନେତା ମହମ୍ମଦ ଅଲି ଜିନ୍ନା ଧନ୍ୟବାଦ ଦେଇଥିଲେ।

ଇତିହାସର ସବୁଠୁ ବଡ ବିଡମ୍ବନା ହେଉଛି, ଜନସଙ୍ଘର ପ୍ରତିଷ୍ଠାତା ଓ ବିଜେପିର ସର୍ବୋଚ୍ଚ ଆଦର୍ଶ ଶ୍ୟାମାପ୍ରାସାଦ ମୁଖାର୍ଜୀ ୧୯୪୧ ମସିହାରେ ବେଙ୍ଗଲରେ ଫଜଲୁଲ ହକ ମନ୍ତ୍ରୀ ମଣ୍ଡଳରେ ଅର୍ଥମନ୍ତ୍ରୀ ଭାବରେ କାମ କରୁଥିଲେ। ଫଜଲୁଲ ହକ ହେଉଛନ୍ତି ସେଇ ନେତା ଯିଏ ୧୯୪୦ ମସିହାରେ ମୁସଲିମ ଲିଗର ଲାହୋର ଅଧିବେଶନରେ ଭାରତ ବିଭାଜନ କରି ସ୍ଵତନ୍ତ୍ର ପାକିସ୍ତାନର ପ୍ରସ୍ତାବ ଆଗତ କରିଥିଲେ। (Muslim League and Hindu Mahasabha in Coalitions, Dr. Hari Desai, Asian Voice, 25, September,2017) ଏ ଇତିହାସକୁ କେଉଁ ପୋଲିସ ଷ୍ଟେସନରେ ଏତାଲା ଦେଇ ବଦଳାଇ ହେବ କି?

୪, ମଇ, ୧୯୪୮ରେ ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପାଖକୁ ଏକ ଚିଠି ଲେଖି ସେ ଆରଏସଏସ ତରଫରୁ ରହିଥିବା ବିପଦ ସମ୍ପର୍କରେ ସତର୍କ ରହିବାକୁ ବିଭିନ୍ନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।ସରକାର ଗିରଫ କରୁଥିବା ଆରଏସଏସ କର୍ମୀମାନଙ୍କୁ ହାଇକୋର୍ଟ ଗୁଡିକ ଛାଡି ଦେଉ ଥିବାରୁ ପଟେଲ ଗଭୀର ଚିନ୍ତା ପ୍ରକଟ କରିଥିଲେ। (Nehru-Patel, Agreement within differences, select documents and correspondences -1933-1950, NBT,India, 2010 ) ସର୍ଦ୍ଦାର ପଟେଲଙ୍କୁ ନିଜର ଆଦର୍ଶ ବୋଲି ପ୍ରଚାର କରୁଥିବା ସଂଘ ପଟେଲଙ୍କ ନିଜ ଚିଠିକୁ ନେଇ କଣ କହିବ? ସେହିପରି ୬, ଫେବୃଆରି, ୧୯୪୮ (ଗାନ୍ଧୀଜୀ ହତ୍ୟା ପରେ) ରେ ପଟେଲ ଆଉ ଏକ ଚିଠିରେ ନେହେରୁଙ୍କୁ ଲେଖିଛନ୍ତି- Regarding banning of the RSS in the states, we have already sent telegrams to all the bigger states, including Bharatpur and Alwar, to take parallel action in their own territories.

ଅନେକ ସମୟରେ ଆରଏସଏସ ନିଜକୁ ହିନ୍ଦୁ ମହାସଭାଠାରୁ ଅଲଗା ଦେଖାଇବାର ପ୍ରୟାସ କରିଛି। ବିଶେଷକରି ମହାତ୍ମା ଗାନ୍ଧୀ ହତ୍ୟାକାଣ୍ଡରେ ହିନ୍ଦୁ ମହାସଭା ଓ ଏହାର ନେତା ବିନାୟକ ଦାମୋଦର ସଭରକରଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠିଲା ପରେ ଆରଏସଏସ ନିଜକୁ ହିନ୍ଦୁ ମହାସଭା ଠାରୁ ଦୂରେଇ ରଖିବାର କୌଶଳ ଅବଲମ୍ବନ କରିଛି। ହେଲେ ଆଜି ମଧ୍ୟ ସଭରକର ଓ ଗୋଲୱାଲକରଙ୍କ ବୈଚାରିକ ସମ୍ପର୍କ ଅଭିନ୍ନ। ତେଣୁ ସ୍ଵାଧୀନତା ଆନ୍ଦୋଳନରେ ସଙ୍ଘର ସମ୍ପୃକ୍ତି କେବେ ବି ନଥିଲା। ପୋଲିସରେ ଏତଲା ଦେଲେ ଥାନା ଅଧିକାରୀମାନେ ନୂଆ ଇତିହାସ ଲେଖି ପାରିବେ ନାହିଁ। କୁମାର ପ୍ରଶାନ୍ତ ଯଦି ଭୁଲ କହିଛନ୍ତି ତାର ସପ୍ରମାଣ ଖଣ୍ଡନ ନକରି ପୋଲିସରେ ଏତଲା ଦେବା ସବୁଠୁ ହାସ୍ୟାସ୍ପଦ କଥା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

September 21, 2025

ଚାପରେ ପାକିସ୍ତାନୀ ଖେଳାଳି: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ବିଶେଷ ବ୍ୟକ୍ତିଙ୍କୁ କଲା ସାମିଲ

September 21, 2025

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

ନମୋ ଯୁବ ରନ୍: ଭୁବନେଶ୍ୱରରେ ଆୟୋଜିତ ହେଲା ବିଶାଳ ଗଣ ଦୌଡ଼, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

September 21, 2025
Latest News

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025

ଆଜି ସେପ୍ଟେମ୍ବର ୨୨ ତାରିଖ ସୋମବାରରେ ନଅଟି ରାଶି ପ୍ରତି ସୂର୍ଯ୍ୟ ଦେବଙ୍କର ରହିଛି ଆଶୀର୍ବାଦ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.