Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ ଏବେ ନନ୍ଦନକାନନରେ: ଚାଲିଛି ସ୍ୱତନ୍ତ୍ର ଯତ୍ନ
ବିଶେଷ ଖବର

ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ ଏବେ ନନ୍ଦନକାନନରେ: ଚାଲିଛି ସ୍ୱତନ୍ତ୍ର ଯତ୍ନ

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Orangutan rescued from Balasore is now at Nandankanan.
Orangutan rescued from Balasore is now at Nandankanan.

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବନଞ୍ଚଳ ଅନ୍ତର୍ଗତ ଚନ୍ଦନେଶ୍ୱର ନିକଟସ୍ଥ ବଡ଼ପଡ଼ା ଝାଉଁ ଜଙ୍ଗଲରୁ ପାଞ୍ଚଟି ଅତି ବିରଳ ଓରାଙ୍ଗଉଟାନ ଛୁଆ ଉଦ୍ଧାର ହେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାଧାରଣତଃ ଭାରତର କୌଣସି ଜଙ୍ଗଲରେ ଏହି ପ୍ରଜାତିର ବନ୍ୟଜନ୍ତୁ ଦେଖାଯାଉନଥିବା ବେଳେ, ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଦଳ ଗ୍ରଫ୍ତାର ଭୟରେ ଏମାନଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଥିବା ସନ୍ଦେହ କରାଯାଉଛି। ଉଦ୍ଧାର ପରେ ଏହି ସମସ୍ତ ଅତିଥିଙ୍କୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇ ସ୍ୱତନ୍ତ୍ର ପରିଚର୍ଯ୍ୟାରେ ରଖାଯାଇଛି।

ସ୍ଥାନୀୟ ଲୋକେ ଗଛ ଡାଳରେ ଏହି ବିରଳ ପ୍ରାଣୀଗୁଡ଼ିକୁ ଡେଉଁଥିବାର ଦେଖି ପ୍ରଥମେ କୌଣସି ଅଜଣା ପ୍ରଜାତିର ମାଙ୍କଡ଼ ଭାବି ବନ ବିଭାଗକୁ ଖବର ଦେଇଥିଲେ। ବନ ପ୍ରଭାଗୀୟ ଅଧିକାରୀ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଗୁଡ଼ିକ ଓରାଙ୍ଗଉଟାନ ବୋଲି ଚିହ୍ନଟ ହୋଇଥିଲା। ଉଦ୍ଧାର କରାଯାଇଥିବା ପାଞ୍ଚଟି ଓରାଙ୍ଗଉଟାନ ମଧ୍ୟରୁ ତିନୋଟି ଅଣ୍ଡିରା ଓ ଦୁଇଟି ମାଈ ରହିଛନ୍ତି ଏବଂ ସମସ୍ତଙ୍କ ବୟସ ଏକ ବର୍ଷରୁ କମ୍। ଏହି ଜନ୍ତୁଗୁଡ଼ିକ ଅତ୍ୟନ୍ତ ଶାନ୍ତ ସ୍ୱଭାବର ଥିବାରୁ ବନ ବିଭାଗ କର୍ମଚାରୀମାନେ କୌଣସି ନିଶାଔଷଧ ବ୍ୟବହାର ନକରି ନିଜ ହାତରେ ସେମାନଙ୍କୁ ସୁରକ୍ଷିତ ଭାବେ ପିଞ୍ଜରାରେ ରଖିବାରେ ସଫଳ ହୋଇଥିଲେ।

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରାଣୀ ଚିକିତ୍ସା ବିଭାଗର ପୃଥକୀକରଣ କେନ୍ଦ୍ରରେ ରଖାଯାଇଛି। ବିଶେଷଜ୍ଞ ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଆହାର ଉପରେ କ୍ରମାଗତ ନଜର ରଖିଛନ୍ତି। ବିଶେଷକରି ଇଣ୍ଡୋନେସିଆ ଓ ମାଲେସିଆ ଭଳି ଚିରହରିତ କ୍ରାନ୍ତୀୟ ଜଙ୍ଗଲରେ ଦେଖାଯାଉଥିବା ଏହି ଅତି ପ୍ରବଳ ସଂକଟାପନ୍ନ ଜୀବଗୁଡ଼ିକ କେଉଁ ମାଧ୍ୟମରେ ଓଡ଼ିଶା ଆସିଲେ, ସେ ନେଇ ବନ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ସନ୍ଦେହ କରାଯାଉଛି ଯେ ଏହି ବିରଳ ଜୀବଗୁଡ଼ିକୁ ମାଲେସିଆରୁ ଜଳପଥ ଦେଇ କୋଲକାତା ବନ୍ଦରକୁ ଅଣାଯାଇଥିଲା ଏବଂ ସେଠାରୁ ଜାତୀୟ ରାଜପଥ-୧୬ ଦେଇ ଏକ ଗାଡ଼ିରେ ଓଡ଼ିଶା ସୀମାକୁ ଚାଲାଣ କରାଯାଉଥିଲା। ବିଭିନ୍ନ ଦେଶରେ ଧନୀ ଲୋକମାନେ ଏଭଳି ବିରଳ ଜନ୍ତୁଙ୍କୁ ପୋଷା ଜୀବ ଭାବେ ରଖିବା ପାଇଁ ବେଆଇନ ଭାବେ ଚୋରା ଚାଲାଣ କରିଥାନ୍ତି। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସର ଅପରାଧ ଶାଖା ଅଧୀନରେ ଥିବା ସ୍ୱତନ୍ତ୍ର କାର୍ଯ୍ୟବଳ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ, କେନ୍ଦ୍ରୀୟ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଏକ ବିଶେଷଜ୍ଞ ଦଳ ବାଲେଶ୍ୱର ଅଭିମୁଖେ ବାହାରିଛନ୍ତି। ଏହି ଅନ୍ତର୍ଜାତୀୟ ଚୋରା ଚାଲାଣ ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହାର ପୂର୍ଣ୍ଣାଙ୍ଗ ତଦନ୍ତ କରାଯିବ ବୋଲି ରାଜ୍ୟ ବନ ମନ୍ତ୍ରୀ ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି।

ଓରାଙ୍ଗଉଟାନ ନନ୍ଦନକାନନ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ଇସ୍ରାଏଲ ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ପାଇଁ ମୋଦୀଙ୍କୁ ନେତାନ୍ୟାହୁଙ୍କ ଆମନ୍ତ୍ରଣ

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026
Latest News

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ମେଗନ୍ ଶଟ୍ ଦୁଇଟି ମ୍ୟାଚ୍‌ରୁ ସସ୍‌ପେଣ୍ଡ

October 23, 2026

ଏମସିଡି ଗୃହରେ ହଙ୍ଗାମା: ବିଜେପି-ଆପ୍ ମୁହାଁମୁହିଁ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.