Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବିଶେଷ ଖବର

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ପାରାଦୀପ ବନ୍ଦରରେ ରହିଥିବା ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ (ଆଇଏମଓ ୯୩୮୮୭୯୨)କୁ ଆରେଷ୍ଟ କରିବା ପାଇଁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ କାରବାରକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଅଦାଲତ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଇଣ୍ଟରଓସିନ ସିପିଙ୍ଗ୍ ପ୍ରାଇଭେଟ ଲିମିଟେଡ’ ନାମକ ସଂସ୍ଥା ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ସଂକ୍ରାନ୍ତୀୟ ଆବେଦନର ବିଚାର କରି ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ଏହି ଆଦେଶ ଜାରି କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ସଂସ୍ଥା ପ୍ରତିପକ୍ଷ ଜାହାଜ ବିରୋଧରେ ୪୨ ଲକ୍ଷ ୮୩ ହଜାର ୨୭୧ ଟଙ୍କା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମୂଳ ମାମଲା ବିଚାରାଧୀନ ଥିବା ବେଳେ ପ୍ରତିପକ୍ଷ ଜାହାଜଟି ଖୁବ୍‌ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯିବାର ସମ୍ଭାବନା ଥିଲା। ଯଦି ଜାହାଜଟି ବନ୍ଦରରୁ ଅନ୍ୟତ୍ର ଚାଲିଯାଏ, ତେବେ ଆବେଦନକାରୀ ସଂସ୍ଥାର ପ୍ରାପ୍ୟ ଅର୍ଥ ଆଦାୟ ହୋଇପାରିବ ନାହିଁ ଏବଂ ମାମଲା ଅପ୍ରାସଙ୍ଗିକ ହୋଇପଡ଼ିବ ବୋଲି ଅଦାଲତରେ ଦର୍ଶାଯାଇଥିଲା। ଏହାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ଜାହାଜଟିକୁ ପାରାଦୀପ ବନ୍ଦରରେ ଅଟକ ବା ଗିରଫ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷରେ, ଏହି ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ‘ଏମ୍‌ଟି ୟୁନିଟି’ ଜାହାଜ କର୍ତ୍ତୃପକ୍ଷ ଏବଂ ପାରାଦୀପ ବନ୍ଦର ଟ୍ରଷ୍ଟକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଏହାସହ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଜାହାଜ ସଂପର୍କିତ କୌଣସି ଦେୟ ବାବଦ ଅର୍ଥ ଆବେଦନକାରୀ ସଂସ୍ଥାର ଜମା ରାଶିରୁ ନ କାଟିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଏମ୍‌ଟି ୟୁନିଟି ଓଡିଶା ହାଇକୋର୍ଟ ପାରାଦୀପ ବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ଇସ୍ରାଏଲ ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ପାଇଁ ମୋଦୀଙ୍କୁ ନେତାନ୍ୟାହୁଙ୍କ ଆମନ୍ତ୍ରଣ

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026
Latest News

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! CNG ଦର ବୃଦ୍ଧିରେ ଚିନ୍ତାରେ ଗ୍ରାହକ

October 23, 2026

ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ହିଂସା: TDP-YSRCP ମୁହାଁମୁହିଁ, ଜଳିଲା କାର୍‌, ମହିଳା ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ!

October 23, 2026

ନିର୍ବାଚନ କମିଶନରେ କ’ଣ ଚାଲିଛି? RTI ଦଲିଲରେ ଖୋଲିଲା ପ୍ରଶାସନିକ ବିବାଦ

October 23, 2026

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.