ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରସ୍ଥିତ ଲୋୟର ମ୍ୟାନହାଟନ୍ର ସ୍ପ୍ରିଙ୍ଗ୍ ଷ୍ଟ୍ରିଟ୍ ସବ୍ୱେ ଷ୍ଟେସନ୍ରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଯାଇଛି। ରେଳ ଟ୍ରାକ୍ରେ ବସିଥିବା ସମୟରେ ଦ୍ରୁତଗାମୀ ଟ୍ରେନ୍ ଚାପାରେ ଆସି ଜଣେ ୨୪ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ତାଙ୍କର ୨୪ ବର୍ଷୀୟ ନେପାଳୀ ପୁରୁଷ ବନ୍ଧୁଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ନ୍ୟୁ ଜର୍ସିର ଡେଟନ୍ ବାସିନ୍ଦା ମଲାଇକା ଚିତ୍ରେ ଏବଂ ଯୁବକ ଜଣକ ସେରେଭିଲ୍ ବାସିନ୍ଦା ନବମ୍ କୌଲ ବୋଲି ଚିହ୍ନଟ ହୋଇଛନ୍ତି। ରାତ୍ର ସମୟରେ ଦୁହେଁ ରେଳ ଟ୍ରାକ୍ ଉପରେ ବସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ୍ ଆସିବାର କିଛି ସେକେଣ୍ଡ ପୂର୍ବରୁ ଦୁହେଁ ଟ୍ରାକ୍ରେ ବସି ହସଖୁସି ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରେନ୍ ଚାଳକଙ୍କ କହିବାନୁସାରେ, ସେ ଯୁବତୀଙ୍କୁ ହସୁଥିବା ଓ ବନ୍ଧୁଙ୍କୁ ନିଜ ଆଡ଼କୁ ଟାଣୁଥିବା ଦେଖି ତୁରନ୍ତ ଏମରଜେନ୍ସି ବ୍ରେକ୍ ଲଗାଇଥିଲେ, ମାତ୍ର ଟ୍ରେନ୍ର ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣାକୁ ଏଡ଼ାଯାଇ ପାରିନଥିଲା। ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।


