Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ
ବିଶେଷ ଖବର

୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

September 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ
୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ HLCAର ୪୬ତମ ବୈଠକରେ ୧୫ଟି ଜିଲ୍ଲାରେ ସମୁଦାୟ ₹୨,୪୭,୧୧୫.୭୦ କୋଟି ପୁଞ୍ଜିନିବେଶ ସମ୍ବନ୍ଧୀୟ ୨୭ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରାଯିବା ସହିତ ଓଡ଼ିଶାର ପୁଞ୍ଜିନିବେଶ ପାଇପଲାଇନରେ ଏକ ବଡ଼ ସମ୍ପ୍ରସାରଣ ଘଟିଛି।

ଏହି ପ୍ରକଳ୍ପଗୁଡ଼ିକରେ ୫୦,୧୬୨ଟି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ଏହି ନିବେଶ ଆସିଛି । ଏଥିରେ ଡାଟା ସେଣ୍ଟର ଏବଂ ଏଆଇ, ଶକ୍ତି ଓ ଇସ୍ପାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଲାବୋରେଟୋରୀରେ ପ୍ରସ୍ତୁତ ହୀରା (ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ), ସବୁଜ ହାଇଡ୍ରୋଜେନ୍, ସ୍ୱାସ୍ଥ୍ୟସେବା, ରାସାୟନିକ ପଦାର୍ଥ, ବୟନଶିଳ୍ପ, ଜାହାଜ ନିର୍ମାଣ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ସାମିଲ ରହିଛି। ଏହାଦ୍ୱାରା ଶିଳ୍ପାୟନ କ୍ଷେତ୍ରରେ ବିବିଧତାର ଲକ୍ଷ୍ୟ ପୂରଣ ହେବାର ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି।

୪୬ତମ ଏଚ୍.ଏଲ୍.ସି.ଏ. ଅଧୀନରେ ଅନୁମୋଦିତ ୨୭ଟି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ପୁରୀ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଭଳି ୧୫ଟି ଜିଲ୍ଲାରେ ସ୍ଥାପନ କରାଯିବ।

୪୬ତମ ଏଚ୍.ଏଲ୍.ସି.ଏ. ଅନୁମୋଦନଗୁଡ଼ିକର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତା ହେଉଛି ଆଇ.ଟି., ଆଇ.ଟି.ଇ.ଏସ୍. ଏବଂ ଡାଟା ସେଣ୍ଟରରେ ପ୍ରସ୍ତାବିତ ବ୍ୟାପକ ପରିମାଣର ପୁଞ୍ଜିନିବେଶ। କେବଳ ଏହି କ୍ଷେତ୍ରର ଚାରୋଟି ପ୍ରକଳ୍ପ ପ୍ରାୟ ₹୧,୪୨,୯୪୧ କୋଟିର ମିଳିତ ପୁଞ୍ଜିନିବେଶ ଅନୁମୋଦିତ ହୋଇଛି।

ଡିଜିଟାଲ କ୍ଷେତ୍ରରେ ଅନୁମୋଦିତ ହୋଇଥିବା ନିବେଶ ମଧ୍ୟରୁ ହାଇ ଡେନ୍ସିଟି ଡାଟାସେଣ୍ଟର୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ସମନ୍ୱିତ ଡାଟାସେଣ୍ଟର୍ ପ୍ରତିଷ୍ଠା କରିବ, ଯେଉଁଥିରେ ₹୧,୦୪,୫୫୦ କୋଟି ପୁଞ୍ଜିନିବେଶ ଏବଂ ୧,୦୦୦ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି ହେବ। ଏଚ୍.ସି.ଏଲ୍. ଟେକ୍ନୋଲୋଜିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ₹୧୪,୨୫୭ କୋଟି ପୁଞ୍ଜିନିବେଶ ସହିତ ଏକ ଏଆଇ-ଅପ୍ଟିମାଇଜ୍ଡ଼ ଡାଟା ସେଣ୍ଟର ପ୍ରତିଷ୍ଠା କରିବ, ଯାହା ୩୮୫ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କରିବ। ପୁରୀରେ ସେଣ୍ଟ୍ରାଫର୍ଜ ଏଆଇ ଲିମିଟେଡ୍ ₹୨୨,୬୩୪ କୋଟି ପୁଞ୍ଜିନିବେଶ ଏବଂ ୨,୩୨୦ ଜଣଙ୍କ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କ୍ଷମତା ସହିତ ଏକ ଏଆଇ ଡାଟା ସେଣ୍ଟର ଏବଂ ଏକ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର ପ୍ରତିଷ୍ଠା କରିବ। ଆର୍.କେ.ଡି. କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ କଟକରେ ₹୧,୫୦୦ କୋଟି ପୁଞ୍ଜିନିବେଶ ଏବଂ ୨୨୦ ଜଣଙ୍କ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କ୍ଷମତା ସହିତ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବ।

ଏହି ପ୍ରସ୍ତାବଗୁଡ଼ିକ ଓଡ଼ିଶାର ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିଭୂମି ଇକୋସିଷ୍ଟମର ସମ୍ପ୍ରସାରଣକୁ ପ୍ରତିଫଳିତ କରୁଛି, ଯାହା ଡାଟା ସେଣ୍ଟର, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଗ୍ଲୋବାଲ୍ କେପାବିଲିଟି ସେଣ୍ଟର ଏବଂ ପ୍ରଯୁକ୍ତିବିଦ୍ୟା-ସକ୍ଷମ ସେବାଗୁଡ଼ିକ ପାଇଁ ରାଜ୍ୟର ଅବସ୍ଥିତିକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଦୃଢ଼ କରୁଛି।

ଏହା ସହିତ ଶକ୍ତି ଏବଂ ବିଜୁଳି ଭିତ୍ତିଭୂମି ପାଇଁ ₹୫୪,୨୮୮ କୋଟିର ନିବେଶ, ଦେବଗଡ଼ରେ ୩୪,୭୬୩ କୋଟି ଟଙ୍କା ବିନିଯୋଗରେ ୩୨୦୦ ମେଗାୱାଟ ବିଶିଷ୍ଟ ଥର୍ମାଲ ପାୱାର ପ୍ଲାଣ୍ଟ, ଏହି କମ୍ପାନୀ ପକ୍ଷରୁ ଅନୁଗୋଳରେ ୧୧,୬୦୪.୧୯ କୋଟି ଟଙ୍କାର ୧୦୮୦ ମେଗାୱାଟ କ୍ଷମତା ସମ୍ପନ୍ନ ଏକ ଥର୍ମାଲ ପାୱାର ପ୍ଲାଣ୍ଟ ସ୍ଥାପନ, ରାୟଗଡ଼ାରେ ୪୦୨୦ କୋଟି ଟଙ୍କା ବିନିଯୋଗରେ ୬୦୦ ମେଗାୱାଟ ବିଶିଷ୍ଟ Pumped Storage Hydro Power Plant, କୋରାପୁଟରେ ୩୯୦୦ କୋଟି ଟଙ୍କା ବିନିଯୋଗରେ ୭୫୦ ମେଗାୱାଟ ବିଶିଷ୍ଟ ଏକ Pumped Storage Hydro Power Plant, ଇସ୍ପାତ ଓ ଇସ୍ପାତ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ସୁନ୍ଦରଗଡ଼ରେ ଦୁଇଟି ପ୍ରକଳ୍ପରେ ₹୧୪,୦୦୦ କୋଟି ପୁଞ୍ଜିନିବେଶ, ଲାବ୍ ଗ୍ରୋନ୍ ଡାଇମଣ୍ଡ କ୍ଷେତ୍ରରେ ୧୦,୬୮୦ କୋଟି ଟଙ୍କା ବିନିଯୋଗ, ଖୋର୍ଦ୍ଧାରେ ସିଲିକନ୍ କାର୍ବାଇଡ୍ ୱେଫର୍ ଏବଂ ଗାଲିୟମ୍ ନାଇଟ୍ରାଇଡ୍ ପାଇଁ ₹୨,୦୭୮ କୋଟି ପୁଞ୍ଜିନିବେଶ, ନୂଆପଡ଼ାରେ ୧୦୫୦ କୋଟି ଟଙ୍କା ବିନିଯୋଗରେ Battery Energy Storage System, କେନ୍ଦ୍ରାପଡ଼ାରେ ସବୁଜ ହାଇଡ୍ରୋଜେନ୍, ସବୁଜ ଆମୋନିଆ ଏବଂ ଇ-ସାଫ୍ ପ୍ରକଳ୍ପ ପାଇଁ ₹୩,୦୦୦ କୋଟିର ନିବେଶ, ଏଲ୍ ଆଣ୍ଡ ଟି ଦ୍ୱାରା ଗଞ୍ଜାମରେ ₹୨,୧୦୦ କୋଟିର ଉନ୍ନତ ଉତ୍ପାଦନ ଏବଂ ଜାହାଜ ନିର୍ମାଣ ସୁବିଧା ପ୍ରତିଷ୍ଠା, ଯାଜପୁରରେ ଟାଟା ଷ୍ଟିଲ୍ ଲିମିଟେଡ୍ ସ୍ଲରି ପାଇପଲାଇନ ସହିତ ୭ ଏମ୍.ଟି.ପି.ଏ. ଲୁହାପଥର ଗ୍ରାଇଣ୍ଡିଂ ୟୁନିଟ୍ ପାଇଁ ₹୩,୩୨୯ କୋଟି ପୁଞ୍ଜିନିବେଶ ରହିଛି, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଗଞ୍ଜାମରେ ₹୧,୪୨୫ କୋଟି ପୁଞ୍ଜିନିବେଶ ଅନୁମୋଦିତ ହୋଇଛି ।
ସେହିପରି ତାଳଚେର ଗ୍ୟାସିଫାୟାର୍ ଆଣ୍ଡ କେମିକାଲ୍ସ ଏଲ୍.ଏଲ୍.ପି. ଢେଙ୍କାନାଳରେ ରାସାୟନିକ ଉତ୍ପାଦନ ୟୁନିଟ୍ ପାଇଁ ଏକ ସୁବିଧା ପ୍ରତିଷ୍ଠା କରିବ, ଯେଉଁଥିରେ ₹୧,୭୫୦ କୋଟି ପୁଞ୍ଜିନିବେଶ, କଳାହାଣ୍ଡିରେ ଲିଓମାକ୍ସ ଟେକ୍ସଟାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ₹୧,୨୦୦ କୋଟି ପୁଞ୍ଜିନିବେଶ, ଚିରିପାଲ ପଲି ଫିଲ୍ମସ୍ ଲିମିଟେଡ୍ ଭଦ୍ରକରେ ଏକ ଓ.ଏଚ୍.ଟି. ଟାୟାର୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଯେଉଁଥିରେ ₹୧,୧୨୫ କୋଟି ପୁଞ୍ଜିନିବେଶ ହେବ ।

ଏହା ସହିତ ଆଦାନୀ ଫାଉଣ୍ଡେସନ୍ ଖୋର୍ଦ୍ଧାରେ ଏକ ୧,୦୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର-ସ୍ପେଶାଲିଟି ହସ୍ପିଟାଲ୍ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପରେ ₹୨,୧୫୦ କୋଟି ପୁଞ୍ଜିନିବେଶ ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି ଯେ, ୪୬ତମ ଏଚ୍.ଏଲ୍.ସି.ଏ.ରେ ଅନୁମୋଦିତ ପୁଞ୍ଜିନିବେଶର ପରିମାଣ ଏବଂ ବିବିଧତା ଓଡ଼ିଶା ପ୍ରତି ପୁଞ୍ଜିନିବେଶକାରୀଙ୍କ ବଢ଼ୁଥିବା ବିଶ୍ୱାସର ପ୍ରତିଫଳନ । ଆମ ଶିଳ୍ପ ଇକୋସିଷ୍ଟମରେ ଯେଉଁ ପରିବର୍ତ୍ତନ ଆସୁଛି ତାହା ଶିଳ୍ପ କ୍ଷେତ୍ରରେ ବିବିଧତାକୁ ପ୍ରୋତ୍ସାହିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡାଟା ସେଣ୍ଟର, କୃତ୍ରିମ ବୁଦ୍ଧିମତ୍ତା ଏବଂ ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନତ ଉତ୍ପାଦନ, ଇସ୍ପାତ, ସ୍ୱାସ୍ଥ୍ୟସେବା ଏବଂ ଉଦୀୟମାନ ଶିଳ୍ପ ପର୍ଯ୍ୟନ୍ତ, ଓଡ଼ିଶାର ପାରମ୍ପାରିକ ଶିଳ୍ପ ଭିତିଭୂମି ମଜବୁତ ହେବା ସହିତ ନୂତନ ଗ୍ରୋଥଇଞ୍ଜିନ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ଓଡ଼ିଶାକୁ ଘରୋଇ ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କ ପାଇଁ ଏକ ସର୍ବୋତ୍ତମ ପସନ୍ଦର ଗନ୍ତବ୍ୟସ୍ଥଳରେ ପରିଣତ କରିବା ନିମନ୍ତେ ଆମେ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ପୁଞ୍ଜିନିବେଶକ-ଅନୁକୂଳ ପରିବେଶ ଯୋଗାଇବା ଜାରି ରଖିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଇଟି ଏଆଇ ଏଚ୍.ଏଲ୍.ସି.ଏ. ଡାଟା ସେଣ୍ଟର ଡିଜିଟାଲ୍ ଭିତ୍ତିଭୂମି ପୁଞ୍ଜିନିବେଶକୁ ଅନୁମୋଦନ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026

୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’

September 24, 2026

ବିଧାନସଭାର ଦ୍ୱିବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କଲେ ସରକାରୀ ଦଳର ବିଧାୟକ

September 24, 2026

ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି: ଆଜି ପକ୍ଷ ରଖିବେ ରାଜ୍ୟ ସରକାର

September 24, 2026
Latest News

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026

୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

September 24, 2026

ପାକିସ୍ତାନ କ୍ରିକେଟ୍‌କୁ ଝଟ୍‌କା: ବୋଲିଂ କୋଚ୍‌ ପଦ ଛାଡ଼ିବେ ଆସ୍‌ଲେ ନାଫ୍‌କେ

September 24, 2026

୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’

September 24, 2026

ବିଧାନସଭାର ଦ୍ୱିବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କଲେ ସରକାରୀ ଦଳର ବିଧାୟକ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.