Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର
ବିଶେଷ ଖବର

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

September 26, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Gajapati Maharaja Dibyasingha Deb presiding over the Shree Jagannath Temple Managing Committee meeting in Puri.
Gajapati Maharaja Dibyasingha Deb presiding over the Shree Jagannath Temple Managing Committee meeting in Puri.

ଭୁବନେଶ୍ବର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସୁନାବେଶ ପାଇଁ ଏକ ନୂତନ ସୁନା ଅଳଙ୍କାର ସେଟ୍ ପ୍ରସ୍ତୁତ କରାଯିବ। ଏନେଇ ଖୁବଶୀଘ୍ର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ଏହି ଅଳଙ୍କାର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ତେବେ ମହାପ୍ରଭୁଙ୍କ ଏହି ନୂତନ ସୁନା ଅଳଙ୍କାର ସେଟ୍ ନିର୍ମାଣ ପାଇଁ ଯେଉଁ ଭକ୍ତମାନେ ଦାନ କରିବାକୁ ଇଚ୍ଛୁକ, ସେମାନେ ଶ୍ରୀମନ୍ଦିର ପ୍ରଶାସନ ସହ ସିଧାସଳଖ ଆଲୋଚନା କରି ଦାନ ଦେଇପାରିବେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଚଳିତ ବର୍ଷ ସ୍ନାନଯାତ୍ରାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର ଭିଡିଓ ପ୍ରଦର୍ଶିତ କରାଯିବା ସହ ସେହି ସମୟରେ ଦେଖାଦେଇଥିବା ଅସଙ୍ଗତି, ତ୍ରୁଟି ଓ ବିଚ୍ୟୁତିର ବ୍ୟାପକ ସମୀକ୍ଷା କରାଯାଇଥିଲା। ଆଗାମୀ ରଥଯାତ୍ରାରେ ଏଭଳି ତ୍ରୁଟି ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଆବଶ୍ୟକୀୟ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।

ଆସନ୍ତା ନଭେମ୍ବର ମାସରେ ଶ୍ରୀମନ୍ଦିର ସେବାୟତ ଗୁରୁକୂଳର ଭୂମିପୂଜନ କରାଯିବ। ଗୁରୁକୂଳ ପରିସରରେ ଅତ୍ୟାଧୁନିକ ଖେଳପଡ଼ିଆ, ପ୍ରେକ୍ଷାଗୃହ, ଶ୍ରେଣୀକକ୍ଷ, ମନ୍ଦିର ସମେତ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କୋପୋରେସନ ମାଧ୍ୟମରେ କରାଯିବ। ସେହିପରି ଶ୍ରୀମନ୍ଦିର ପ୍ରମୋଦ ଉଦ୍ୟାନର ଉନ୍ନତିକରଣ କାର୍ଯ୍ୟ କରାଯିବା ସହ ରଘୁନନ୍ଦନ ଲାଇବ୍ରେରୀର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ-୨୦୨୬କୁ ସରକାର ଅନୁମୋଦନ କରିଥିବା ବେଳେ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଠିକ୍ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କକ୍ଷ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ପ୍ରକାଶ କରିଛନ୍ତି।

ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଅଧିକ ପ୍ରଚାର ପ୍ରସାର ସହ ଏହାକୁ ବିକୃତ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବା ପାଇଁ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ଉପ-କମିଟି ଗଠନ କରାଯାଇଛି। ଏହି କମିଟି ଆଗାମୀ ଦିନରେ ଦିଲ୍ଲୀ ଗସ୍ତ କରି ଭାରତ ସରକାରଙ୍କ ସହ ଆଲୋଚନା କରିବ। ରାଷ୍ଟ୍ରପତି ଭବନରେ ମହାପ୍ରଭୁଙ୍କ ତିନି ରଥର ଚକ ସ୍ଥାପନ, ହରଚଣ୍ଡୀ ସାହିରେ ବେଦ ବିଶ୍ୱବିଦ୍ୟାଳୟ, ଜଟଣୀ ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଏବଂ ଶ୍ରୀମନ୍ଦିର ଐତିହ୍ୟ ଆଲୋକୀକରଣ ଆଦି ପ୍ରସଙ୍ଗର ଶୀଘ୍ର କାର୍ଯ୍ୟକାରିତା ନେଇ ବୈଠକରେ ସବିଶେଷ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ, ଆସନ୍ତା ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ। ଏଥିପାଇଁ ପ୍ରବେଶ ଶୁଳ୍କ ୧୦ ଟଙ୍କା ରଖାଯାଇଥିବା ବେଳେ ମନ୍ଦିର ଖୋଲିବାର ପ୍ରଥମ ତିନିଦିନ ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଛୋଟ ପିଲା ଓ ଦିବ୍ୟାଙ୍ଗଙ୍କ ପାଇଁ ପ୍ରବେଶ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବରୁ ଏହାର ପରୀକ୍ଷାମୂଳକ ପ୍ରୟୋଗ କରାଯିବ। ଭୁବନେଶ୍ୱର ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ପକ୍ଷରୁ ପ୍ରସ୍ତୁତ ମଡେଲର ଅନୁଧ୍ୟାନ ପାଇଁ ପରିଚାଳନା କମିଟିର ଏକ ଦଳ ଯାଇ ସ୍ଥିତି ପରଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ ଏବଂ ଏଥିପାଇଁ ପ୍ରତିଦିନ ନିର୍ଦ୍ଦିଷ୍ଟ ସଂଖ୍ୟକ ସ୍ଲଟ୍ ବୁକିଂ ବ୍ୟବସ୍ଥା ରହିବ। ଏହାସହିତ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ କେବଳ ପୁରୀ ସହରାଞ୍ଚଳର ବାସିନ୍ଦାଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ଲଟ୍ ବୁକିଂ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟରେ ପ୍ରବେଶ ସୁବିଧା ଦିଆଯିବ। ଏନେଇ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସବିଶେଷ ପ୍ରସ୍ତୁତି କରିବା ପରେ ନିୟମ କାର୍ଯ୍ୟକାରୀ ହେବ। ଶ୍ରୀମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ଏବଂ ବିଭିନ୍ନ ମନ୍ଦିର ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ପାଇଁ ପରିଚାଳନା କମିଟି ସଦସ୍ୟମାନେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପରାମର୍ଶ ନେବେ ଏବଂ ତାଙ୍କ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଶ୍ୱପ୍ରସିଦ୍ଧ ସୁନାବେଶ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ନେତାରୁ ହୋଇଛନ୍ତି ବିଧାୟକ ଓ ମନ୍ତ୍ରୀ, ଏବେ ହେଲେ କବି; ଲୋକାର୍ପିତ ହେଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପୁସ୍ତକ

September 26, 2026

ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

September 26, 2026

୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ

September 26, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026
Latest News

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

September 26, 2026

ନେତାରୁ ହୋଇଛନ୍ତି ବିଧାୟକ ଓ ମନ୍ତ୍ରୀ, ଏବେ ହେଲେ କବି; ଲୋକାର୍ପିତ ହେଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପୁସ୍ତକ

September 26, 2026

ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

September 26, 2026

୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.