Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ବିଶେଷ ଖବର

ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

September 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
'Banaka Lagi' ritual for the Deities; Darshan of Lord Jagannath to remain suspended for 4 hours.
'Banaka Lagi' ritual for the Deities; Darshan of Lord Jagannath to remain suspended for 4 hours.

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ଓ ଗୁପ୍ତ ସେବା ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାର ଅର୍ଥାତ୍ ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଏହି ନୀତି ସମ୍ପାଦନ କରାଯିବ। ଏହି ଗୁପ୍ତ ନୀତି କାନ୍ତି ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ, ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ସ୍ୱତନ୍ତ୍ର ବନକଲାଗି ସେବା ଆରମ୍ଭ ହେବ। ଏହି ଅବସରରେ ଦତ୍ତମହାପାତ୍ର ସେବକମାନେ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକଲାଗି ହେଉଛି ଶ୍ରୀବିଗ୍ରହମାନଙ୍କର ଏକ ପ୍ରାକୃତିକ ପ୍ରସାଧନ ପ୍ରକ୍ରିୟା, ଯାହା ଦ୍ୱାରା ଠାକୁରଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ। ଏହି ବିଶେଷ ନୀତି ପାଇଁ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ଓ ଦ୍ରବ୍ୟ ଯଥା- ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଏବଂ କଳା ଆଦି ବ୍ୟବହାର କରାଯାଇଥାଏ।

ଏହି ସେବା ଅତ୍ୟନ୍ତ ଗୁପ୍ତ ଓ ସୂକ୍ଷ୍ମ ହୋଇଥିବାରୁ ଗର୍ଭଗୃହରେ ଦତ୍ତମହାପାତ୍ର ସେବକମାନେ କାର୍ଯ୍ୟରତ ଥିବା ସମୟରେ ଅନ୍ୟ କାହାର ପ୍ରବେଶ ନିଷେଧ ରହିଥାଏ। ସେଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଯାତ୍ରୀ ଓ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ ମହାପ୍ରଭୁଙ୍କ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ପୁନର୍ବାର ସାଧାରଣ ଦର୍ଶନ ସ୍ୱାଭାବିକ ହେବ। ଭକ୍ତମାନେ ଏହି ନୀତି ନିଘଣ୍ଟକୁ ଧ୍ୟାନରେ ରଖି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବାକୁ ଅନୁରୋଧ କରାଯାଇଛି।

ପୁରୀ ଶ୍ରୀମନ୍ଦିର ବନକଲାଗି ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ପୁଞ୍ଜିନିବେଶ ବଢ଼ାଇବାକୁ ସରକାରଙ୍କ ନୂଆ ପଦକ୍ଷେପ, ଜାଣନ୍ତୁ କଣ?

October 20, 2026

ଟଙ୍କା ମାଗିବାରୁ ଗଣ୍ଡଗୋଳ, ଛୁରି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

October 20, 2026

ବାଲେଶ୍ୱରରେ ଅଢ଼େଇ କୋଟିର ସାଇବର ଠକେଇ, ୩ ଗିରଫ

October 20, 2026

ସାରା ଦେଶରେ ଆଜି ଦଶହରା ପର୍ବ ଆନନ୍ଦର ସହ ହେଉଛି ପାଳନ, ସଂଧ୍ୟାରେ ରାବଣପୋଡି

October 20, 2026
Latest News

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026

ପାର୍ବଣରେ ରେଳବାଇର ବଡ଼ ଘୋଷଣା! ପାର୍ସଲ ବୁକିଂରେ ୨୫% ରିହାତି, କିଏ ପାଇବେ ଏହି ସୁବିଧା?

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.