Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ
ବିଶେଷ ଖବର

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି। ନିର୍ବାଚନ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ବି ଗାଁରୁ ସହର- ସବୁଠି ସଂଗଠନ ସଜାଡ଼ିବା ସହ ଗୋଟି ଚାଳନା ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ରାଜ୍ୟ ନିର୍ବାଚନ ଆୟୋଗ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଓ ଡୋର୍-ଟୁ-ଡୋର୍ ସର୍ଭେ ପରି ବଡ଼ ପଦକ୍ଷେପ ନେଉଥିବା ବେଳେ, ଅନ୍ୟପଟେ କ୍ଷମତା ଦଖଲ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ- ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ଯଦିଓ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇନି, ତଥାପି ଏବେଠୁ ଧିରେ ଧିରେ ରାଜନୈତିକ ପାଣିପାଗ ଗରମ ହେଉଛି।

ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଚାଲିଛି ଟ୍ରେନିଂ ଓ ବଡ଼ ପ୍ରସ୍ତୁତି। ଅନ୍ୟପଟେ ନିର୍ବାଚରେ ବାଜିମାତ ପାଇଁ ୩ ଦଳର କସରତ ଆରମ୍ଭ ହୋଇଯାଇଛି। ବିଜେପିକୁ ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଟିପ୍ସ ଦେଇଛନ୍ତି। ଦାୟିତ୍ୱ ନେବା ପରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ରାଜ୍ୟ ପ୍ରଭାରୀ ମାନସ ମନ୍ଥନ କରିଛନ୍ତି। ଦଳୀୟ ନେତା ଓ ପଦାଧିକାରୀଙ୍କ ସହ ଘନଘନ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ , ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ବିଜେପି ରାଜ୍ୟ ପ୍ରଭାରୀଙ୍କ ପ୍ରଥମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ଦଳର କର୍ମୀମାନଙ୍କୁ ଭେଟିଛନ୍ତି। ଦଳକୁ ଆଗକୁ କେମିତି ମଜଭୁତ କରାଯିବ ସେ ନେଇ ଆଲୋଚନା ହୋଇଛି। ପଞ୍ଚାୟତ ନିର୍ବାଚନ ଜିତିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି। ଏହାସହ ବର୍ତ୍ତମାନ ଦଳର ନେତାଙ୍କ ମନଭାବ କିପରି ରହିଛି ତା’ ଉପରେ ମଧ୍ୟ ଆଲୋଚନା ହୋଇଛି। ବିଜେପିକୁ ମଜଭୁତ କରିବା ହିଁ ଆମର ଲକ୍ଷ୍ୟ। ଏହାସହ ଆଗକୁ ଦଳ କେମିତି ଯିବ ତା ଉପରେ ବିଶେଷ ଫୋକସ କରାଯାଇ ଥିବା ରାଜ୍ୟ ବିଜେପି ପ୍ରଭାରୀ କହିଛନ୍ତି।

ଅନ୍ୟପଟେ ବିଜେଡି ଓ କଂଗ୍ରେସ ସବୁବେଳେ ଗ୍ରାଉଣ୍ଡରେ ଥିବା କହୁଛନ୍ତି। କଂଗ୍ରେସ କହିଛି, ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସର୍ଣ୍ଣ ପ୍ରସ୍ତୁତ। ଅଢ଼େଇ ବର୍ଷର ସରକାରରେ ବିଜେପି କିଛି କରି ନାହିଁ, ବିଜେଡିକୁ ମଧ୍ୟ ଜନତା ଗତ ନିର୍ବାଚନରେ ପ୍ରତ୍ୟାଖାନ କରିସାରିଥିବା କଂଗ୍ରେସ ଅଭିଯୋଗ କରିଛି। ସେପଟେ ବିଜେଡିର ଦାବି ଦଳ ସବୁବେଳେ ଗ୍ରାଉଣ୍ଡରେ ରହିଛି। ନିର୍ବାଚନ ବେଳେ ଜଣାପଡ଼ିବ କିଏ କେତେ ପାଣିରେ ଅଛି। ଗୋଟିଏ ପଟେ ରାଜନୈତିକ ଦଳଙ୍କ କମରକଷା, ଅନ୍ୟପଟେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି। ତ୍ରୁଟିଶୂନ୍ୟ ଭୋଟର୍ ଲିଷ୍ଟ ପାଇଁ ଆସନ୍ତା ୨୬ରୁ ୭ ଯାଏଁ ଚାଲିବ ଡୋର୍ ଟୁ ଡୋର୍ ସର୍ଭେ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ଟ୍ରେନିଂ। ଘରକୁ ଘର ସର୍ଭେ ବେଳେ ଭୋଟରଙ୍କ ନାଁ, ଠିକଣା ଓ ଅନ୍ୟାନ୍ୟ ବିବରଣୀରେ ଥିବା ତ୍ରୁଟିକୁ ଚିହ୍ନଟ କରି ସଂଶୋଧନ କରାଯିବ। ସର୍ଭେରୁ ମିଳିବାକୁ ଥିବା ତଥ୍ୟ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନର ଭୋଟର ଲିଷ୍ଟ ପ୍ରସ୍ତୁତିର ଏକ ପ୍ରମୁଖ ଆଧାର ହେବ। ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ସହ ରାଜନୈତିକ ଦଳଗୁଡ଼ିକରେ ବି ବଢ଼ିଲାଣି ତତ୍ପରତା। ଗାଁ ଗାଁରେ ନିଜର ସଂଗଠନକୁ ମଜଭୁତ କରିବା ସହ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଆରମ୍ଭ ହୋଇଛି ରଣନୀତି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କମ ସମୟ ଥିବା ବେଳେ କସରତ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆ ଟିମ ଗଠନ କରିସାରିଛନ୍ତି। ନୂଆ ସୂର୍ଯ୍ୟୋଦୟ ଆଶାରେ କଂଗ୍ରେସ ବଡ଼ ପ୍ଲାନ କରିଛି।

ବିଜେଡି ମଧ୍ୟ ନିର୍ବାଚନକୁ ସାମ୍ନା କରିବାକୁ ସଂଗଠନ ସଜଡ଼ା ପର୍ବ ଆରମ୍ଭ କରିସାରିଛି। ବରିଷ୍ଠଙ୍କୁ ସମ୍ମାନ ସହ ଜେନ-ଜି ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇ ଦଳ ସଂଗଠନ ସଜାଡ଼ୁଛି। ବାଛି ବାଛି ପ୍ରସଙ୍ଗକୁ ଧରି ଲୋକଙ୍କୁ ପୁନର୍ବାର ଯୋଡିବାକୁ ବିଜେଡି ପ୍ରୟାସ କରୁଛି। ସେପଟେ ଶାସକ ଦଳ ବିଜେପ ମଧ୍ୟ ନିକଟେରେ ଶେଷ ହୋଇଥିବା ୨ ଦିନିଆ କାର୍ଯ୍ୟକାରିଣୀରେ ନିର୍ବାଚନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ୨୦୨୪ରେ ଓଡ଼ିଶାରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଥିବା ବିଜେପିର ଟାର୍ଗେଟ୍ ତୃଣମୂଳରେ ନିଜ ସଂଗଠନକୁ ଆହୁରି ମଜଭୁତ କରିବା। ଆଗାମୀ ନିର୍ବାଚନରେ ଜେନ୍‌-ଜି ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଭରପୁର ପ୍ରୟାସ କରିବ।

ପଞ୍ଚାୟତ ଓ ପୌର ନିର୍ବାଚନ ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଲଜ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସାଥି ଯୁବକ ଫେରାର

October 4, 2026

ଯୁବକଙ୍କ ବେକ କାଟି ବିଭତ୍ସ ହତ୍ୟା

October 4, 2026

ଭାରସାମ୍ୟ ହରାଇ ଗଛକୁ ପିଟିଲା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

October 4, 2026

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଟେକାମାଡ଼

October 4, 2026
Latest News

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026

ଲଜ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସାଥି ଯୁବକ ଫେରାର

October 4, 2026

ଯୁବକଙ୍କ ବେକ କାଟି ବିଭତ୍ସ ହତ୍ୟା

October 4, 2026

ପ୍ରାକୃତିକ ଗ୍ୟାସ ମୂଲ୍ୟ ବଢ଼ିଲା: CNG-PNG ଠାରୁ ସାର ଓ ବିଦ୍ୟୁତ୍, କାହା ଉପରେ ପଡ଼ିବ ପ୍ରଭାବ?

October 4, 2026

ଭାରସାମ୍ୟ ହରାଇ ଗଛକୁ ପିଟିଲା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’: ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.