Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୀର୍ଘ ୮ ବର୍ଷ ପରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ୍‌, ୧୫ରେ ଭୋଟ୍‌ ଗ୍ରହଣ
ବିଶେଷ ଖବର

ଦୀର୍ଘ ୮ ବର୍ଷ ପରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ୍‌, ୧୫ରେ ଭୋଟ୍‌ ଗ୍ରହଣ

October 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Student union election bugle sounded after eight long years; voting on the 15th.
Student union election bugle sounded after eight long years; voting on the 15th.

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାମ୍ପସ ରାଜନୀତି ପୁନରୁଜ୍ଜୀବିତ ହେବାକୁ ଯାଉଛି। ଦୀର୍ଘ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ବିଗୁଲ ବାଜିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚୀ ପ୍ରକାଶ ପାଇବା ସହ ନିର୍ବାଚନ ସମ୍ପର୍କିତ ଦିଗଦର୍ଶନ ଓ ନିୟମାବଳୀ ସ୍ପଷ୍ଟ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ନିର୍ବାଚନ ସୂଚୀ ନେଇ ବିବୃତ୍ତି ଦେଇଛନ୍ତି। ଘୋଷଣାନୁସାରେ, ଆସନ୍ତା ୭ ତାରିଖରେ ନିର୍ବାଚନ ପାଇଁ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। ୯ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ସେହିଦିନ ହିଁ ନାମାଙ୍କନ ପତ୍ର ଯାଞ୍ଚ ହୋଇ ଅପରାହ୍ନ ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୧୦ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ପ୍ରଚାର ଓ ପ୍ରାର୍ଥୀ ଆଭିମୁଖ୍ୟ ଉପସ୍ଥାପନ ପାଇଁ ୧୪ ତାରିଖରେ ପ୍ରାର୍ଥୀ ସଭା ଅନୁଷ୍ଠିତ ହେବ। ଆସନ୍ତା ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ନ ୨ଟାରୁ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା ହେବ। ବିଜୟୀ ପ୍ରାର୍ଥୀମାନେ ୧୬ ତାରିଖ ପୂର୍ବାହ୍ନ ୧୧ଟାରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, କ୍ୟାମ୍ପସରେ ନିର୍ବାଚନୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ କରାଯାଇଛି। ଏଥର ବ୍ୟକ୍ତିଗତ ଶୃଙ୍ଖଳା ଓ ଶୈକ୍ଷିକ ବାତାବରଣ ବଜାୟ ରଖିବା ଉପରେ କଡ଼ା ନଜର ରଖାଯିବ। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ରାଜନୈତିକ ଦଳ ସହ ନିର୍ବାଚନକୁ ଯୋଡ଼ାଯାଇପାରିବ ନାହିଁ। ଯେଉଁ ଛାତ୍ରଛାତ୍ରୀମାନେ ନିୟମିତ ପାଠପଢ଼ୁଛନ୍ତି, କେବଳ ସେହିମାନେ ହିଁ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପିପିପି ମୋଡ୍‌ରେ ଚାଲୁଥିବା କିମ୍ବା ସ୍ୱୟଂଚାଳିତ କୋର୍ସରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏହି ନିର୍ବାଚନରେ ନାମାଙ୍କନ ଦାଖଲ କିମ୍ବା ଭୋଟଦାନ କରିପାରିବେ ନାହିଁ। ଏହା ସହିତ ପ୍ରାର୍ଥୀମାନଙ୍କ ପାଇଁ ବୟସସୀମା ମଧ୍ୟ ନିର୍ଦ୍ଧାରିତ ହୋଇଛି; ସ୍ନାତକ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସସୀମା ୨୫ ବର୍ଷ ରଖାଯାଇଛି। ପ୍ରାର୍ଥୀଙ୍କର ଅତି କମରେ ୭୫ ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ ଏବଂ ପରୀକ୍ଷାରେ କୌଣସି ବିଷୟ ବାକି ରହିନଥିବା ବାଧ୍ୟତାମୂଳକ କରାଯାଇଛି। ୨୦୧୭ ମସିହା ପରଠାରୁ କ୍ୟାମ୍ପସଗୁଡ଼ିକରେ ବିଭିନ୍ନ କାରଣରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ଦୀର୍ଘ ଦିନ ପରେ ପୁଣିଥରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉତ୍ସାହର ବାତାବରଣ ଦେଖାଦେଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ହୃଦ୍ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 5, 2026

୫ ଶିଶୁ ଓରାଙ୍ଗଉଟାନ୍‌ କ୍ୱାରେଣ୍ଟାଇନରେ ରହିବେ ୯୦ ଦିନ

October 5, 2026

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026
Latest News

ଦୀର୍ଘ ୮ ବର୍ଷ ପରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ୍‌, ୧୫ରେ ଭୋଟ୍‌ ଗ୍ରହଣ

October 5, 2026

ହୃଦ୍ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 5, 2026

୫ ଶିଶୁ ଓରାଙ୍ଗଉଟାନ୍‌ କ୍ୱାରେଣ୍ଟାଇନରେ ରହିବେ ୯୦ ଦିନ

October 5, 2026

ଆସନ୍ତାକାଲି ଏକକାଳୀନ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମୟ

October 5, 2026

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.