Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି
ବିଶେଷ ଖବର

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pramila Mallick changes her statement.
Pramila Mallick changes her statement.

ଭୁବନେଶ୍ୱର: ମଙ୍ଗଳବାର ଦିନ ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟ ମଞ୍ଚରେ ବିଜୁ ଜନତା ଦଳ (ବିଜେଡି)ର ଉପସ୍ଥିତି ଏବଂ ବୁଧବାର ଓଡ଼ିଶା ବନ୍ଦକୁ ସମର୍ଥନ ଘୋଷଣାକୁ ନେଇ ରାଜ୍ୟ ରାଜନୀତିରେ ବଡ଼ ଧରଣର ହଲଚଲ ସୃଷ୍ଟି ହୋଇଛି। ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସରି ବାହାରିବା ପରେ ବନ୍ଦକୁ ସମର୍ଥନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଗୋଟିଏ ବୟାନ ରାଜ୍ୟ ରାଜନୀତିକୁ ଗରମ କରିଦେଇଥିଲା। ବିଜେଡି ସତରେ ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହୋଇଗଲା କି ବୋଲି ସବୁଠି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ସୃଷ୍ଟ ଝଡ଼ ଶାନ୍ତ ନହେଉଣୁ ଅଧ ଘଣ୍ଟା ଯାଇନି, ପ୍ରମିଳା ମଲ୍ଲିକ ସମ୍ପୂର୍ଣ୍ଣ ପଲଟି ଯାଇଥିଲେ ଏବଂ ନିଜର ବୟାନ ବଦଳାଇ ଦେଇଥିଲେ। ନିଜ ସରକାରୀ ବାସଭବନରେ ଗଣମାଧ୍ୟମକୁ ଡାକି ସେ ସ୍ପଷ୍ଟ କରିଥିଲେ ଯେ ବିଜେଡି ଓଡ଼ିଶା ବନ୍ଦକୁ ସମର୍ଥନ କରିବ ନାହିଁ ଏବଂ କଂଗ୍ରେସ ପ୍ରତି ଦଳର କୌଣସି ଦୁର୍ବଳତା ନାହିଁ। ଏଥିସହିତ ସେ ପୁଣି ଥରେ ଦଳର ପୁରୁଣା ସମଦୂରତା ନୀତିର ପାଠ ପଢ଼ାଇଥିଲେ।

ତେବେ ମାତ୍ର ଅଧ ଘଣ୍ଟା ମଧ୍ୟରେ ପ୍ରମିଳା ମଲ୍ଲିକ କାହିଁକି ନିଜ ମତ ବଦଳାଇଲେ, ତାଙ୍କୁ କିଏ ବାଧ୍ୟ କଲା ଏବଂ କାହା ଚାପରେ ଏହି ନିଷ୍ପତ୍ତି ବଦଳାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନବୀନ ନିବାସ ବୈଠକରେ ଯଦି ଚର୍ଚ୍ଚା ହୋଇନଥିଲା, ତେବେ ପ୍ରମିଳା ମଲ୍ଲିକଙ୍କ ଭଳି ଜଣେ ଅନୁଭବୀ ନେତ୍ରୀ ଏତେ ବଡ଼ ବୟାନ କିପରି ଦେଲେ ବୋଲି ପ୍ରଶ୍ନ ଉଠୁଛି। ଦିଲ୍ଲୀରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସି.ବି.ଆଇ.) ନିର୍ଦ୍ଦେଶକଙ୍କ ଇସ୍ତଫା ଦାବି ରାଲିରେ ‘ଇଣ୍ଡିଆ’ ମେଣ୍ଟ ସହ କାନ୍ଧକୁ କାନ୍ଧ ମିଶାଇବା ପରେ ଆଜି ଏହି ନିଷ୍ପତ୍ତି ବଦଳାଇବା ରାଜନୀତିକୁ ନୂଆ ମୋଡ଼ ଦେଇଛି। ବିଜେଡିର ଏହି ଆଭିମୁଖ୍ୟକୁ କଂଗ୍ରେସ କଡ଼ା ସମାଲୋଚନା କରି କହିଛି ଯେ ବିଜେଡି ଏବେ ସମ୍ପୂର୍ଣ୍ଣ ଦିଗହରା ହୋଇପଡ଼ିଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି (ବିଜେପି) କଟାକ୍ଷ କରି କହିଛି ଯେ, ଦିଲ୍ଲୀରୁ ଫୋନ୍ ଆସିବା ପରେ ବିଜେଡି ନେତାମାନେ ଡରିଗଲେ, ପ୍ରମିଳା ମଲ୍ଲିକ କାହିଁକି ସ୍ୱର ବଦଳାଇଲେ ସେ ନିଜେ ହିଁ କହିପାରିବେ, କିନ୍ତୁ ଶହେଟା ମିଛ ମିଶି କେବେ ହେଲେ ସତ ହୋଇପାରିବ ନାହିଁ।

ଓଡ଼ିଶାରେ ସରକାରରୁ ଯିବା ପରେ ଗତ କେତୋଟି ରାଜନୈତିକ ଘଟଣାବଳୀକୁ ଦେଖିଲେ, ବିଜେଡି ଧୀରେ ଧୀରେ ‘ଇଣ୍ଡିଆ’ ମେଣ୍ଟ ଆଡ଼କୁ ଢଳୁଥିବା ଅନୁମାନ କରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ହତାଶ ହୋଇପଡ଼ିଥିବା କର୍ମୀ ଓ ଭୋଟରଙ୍କୁ ଭରସା ଦେବା ପାଇଁ ନବୀନ ପଟ୍ଟନାୟକ ବିଜେପି ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ଦିଲ୍ଲୀରୁ ଭୁବନେଶ୍ୱର, ରାଲିରୁ ବନ୍ଦ ଏବଂ ସମର୍ଥନରୁ ନିଷ୍ପତ୍ତି ବଦଳାଇବା ଭଳି ଘଟଣାବଳୀ ଦର୍ଶାଉଛି ଯେ, ନବୀନଙ୍କ ପୁରୁଣା ସମଦୂରତା ନୀତି ଏବେ ସମ୍ପୂର୍ଣ୍ଣ କାଠଗଡ଼ାରେ ଛିଡ଼ା ହୋଇଛି, ଯାହାକୁ ନେଇ ଦଳ ଭିତରେ ଓ ବାହାରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜୁ ଜନତା ଦଳ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନର ଲକ୍ଷ୍ୟ: ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 7, 2026

ସରକାରର ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

October 7, 2026

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

October 7, 2026
Latest News

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026

ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ

October 7, 2026

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନର ଲକ୍ଷ୍ୟ: ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 7, 2026

ଅନିଲ ଅମ୍ବାନୀଙ୍କୁ ସରକାରୀ ଝଟକା: ପ୍ରତ୍ୟାହାର ହେଲା ରିଲାଏନ୍ସ କମ୍ୟୁନିକେସନ୍ସର ସ୍ପେକ୍ଟ୍ରମ୍

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.