Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କର
ବିଶେଷ ଖବର

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କର

October 7, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
A meeting held at Lok Seva Bhawan under the chairmanship of Chief Secretary Anu Garg.
A meeting held at Lok Seva Bhawan under the chairmanship of Chief Secretary Anu Garg.

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ବୁଧବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ପୁଲିସ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚେ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲାମାନଙ୍କରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ସୁପରିଚାଳିତ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ଦିନ ପ୍ରାର୍ଥୀମାନଙ୍କର ନୋମିନେସନ୍ ଫାଇଲିଂ ଥିବାବେଳେ ଅକ୍ଟୋବର ୧୫ ତାରିଖ ଦିନ ନିର୍ବାଚନ ହେବା ସହ ନିର୍ବାଚନର ଫଳାଫଳ ଘୋଷଣା ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ହିଂସା ବା ବିଶୃଙ୍ଖଳା ପରିସ୍ଥିତି ନ ଉପୁଜେ, ତାହାକୁ ଜିଲ୍ଲାପାଳ ଓ ଏସ୍‌ପିମାନେ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ଏଥିସହ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ସମୟରେ ଅଣଛାତ୍ରମାନଙ୍କର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ମଧ୍ୟରେ ପ୍ରବେଶ ଓ ଅଯଥା ହସ୍ତକ୍ଷେପ ଏବଂ ବିଶୃଙ୍ଖଳା ସୃଷ୍ଟିକୁ ନିଷେଧ କରାଯାଇଛି। ଏହା ଉପରେ ମଧ୍ୟ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ,ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିବା ସହ ଛାତ୍ର ସଂସଦ ନିର୍ବାଚନ ଓ ଏହାର ପରିଚାଳନା ସମ୍ବନ୍ଧରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଛାତ୍ର ସଂସଦ ନିର୍ବାଚନର ସମୟ ସାରଣୀ ଓ ନିୟମାବଳୀ ଉପରେ ଆଜିର ବୈଠକରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଉଚ୍ଚ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ନିର୍ବାଚନ ପରିଚାଳନାର ଏସ୍‌ଓପି ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏଥିସହ ନିର୍ବାଚନ ସମୟରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଓ ଉଚ୍ଚଶିକ୍ଷା ବିଭାଗର ନିୟମାବଳୀକୁ ପାଳନ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ କହିଥିଲେ ଯେ, ନୋମିନେସନ୍ ଫାଇଲିଂ ପୂର୍ବରୁ ଏସ୍‌ପିମାନେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରିଦର୍ଶନ କରିବେ। ନୋମିନେସନ୍ ଫାଇଲିଂ ଠାରୁ ଆରମ୍ଭ କରି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ଓ ନିର୍ବାଚନ ପରବର୍ତ୍ତୀ ସମୟର କଲେଜ ବାତାବରଣକୁ ଅନୁଧ୍ୟାନ କରିବା ସହ ଶାନ୍ତି ଓ ଶୃଙ୍ଖଳା ପରିସ୍ଥିତିକୁ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଯୁଗ୍ମ ଶାସନ ସଚିବ ମୌସୁମୀ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଛାତ୍ର ସଂସଦ ନିର୍ବାଚନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ମହିଳାଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲଣ୍ଡା କରି ଇଟାରେ ଛେଚିଲେ ଦୁର୍ବୃତ୍ତ

October 7, 2026

ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି: ବିଏମସି ଅଞ୍ଚଳରେ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼

October 7, 2026

ଏସ୍‌ଇବିସିଙ୍କ ପାଇଁ କମିଶନ ଗଠନ

October 7, 2026

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026
Latest News

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କର

October 7, 2026

କଟକରେ ମହିଳାଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲଣ୍ଡା କରି ଇଟାରେ ଛେଚିଲେ ଦୁର୍ବୃତ୍ତ

October 7, 2026

ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି: ବିଏମସି ଅଞ୍ଚଳରେ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼

October 7, 2026

ଏସ୍‌ଇବିସିଙ୍କ ପାଇଁ କମିଶନ ଗଠନ

October 7, 2026

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.