Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର ଦାବୀ କେନ୍ଦ୍ରର ଦାଦାଗିରି ବିରୋଧରେ ଏକ ବୃହତ୍ତର ରାଜନୈତିକ ଅସ୍ତ୍ର
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର ଦାବୀ କେନ୍ଦ୍ରର ଦାଦାଗିରି ବିରୋଧରେ ଏକ ବୃହତ୍ତର ରାଜନୈତିକ ଅସ୍ତ୍ର

December 27, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ବିଜୁ ବାବୁ ଠିକ କହିଥିଲେ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢି ତୋଳିବି। ବିଜୁ ବାବୁଙ୍କ ସହ ମୁଁ ଏକମତ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ। ମୋର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ, ମୋର କେନ୍ଦ୍ରୀୟ ପାଣ୍ଠି, ଅନୁଦାନ କିଛି ଦରକାର ନାହିଁ। ମୋର ଆର୍ଥିକ ସ୍ଵାୟତ୍ତତା ଦରକାର। ଓଡିଶାର ଟଙ୍କାରେ ମୁଁ ଓଡିଶାବାସୀଙ୍କର  ଉନ୍ନତି କରିବି।“

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଏକଥା କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୋଧହୁଏ ଗତ ଦଶ ବର୍ଷ ଭିତରେ ନବୀନ ବାବୁ ଦେଇଥିବା ବକ୍ତବ୍ୟ ଗୁଡିକ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ ଓ ବର୍ତ୍ତମାନ ର ରାଜନୈତିକ ପରିସ୍ଥିତିରେ ସବୁଠୁ ବେଶୀ ପ୍ରାସଙ୍ଗିକ। ମୋଦୀ ସରକାର ଅମଳରେ ରାଜ୍ୟ ଓ କେନ୍ଦ୍ର ଗୁଡିକ ମଧ୍ୟରେ ବଢିଚାଲିଥିବା ଦୂରତ୍ଵ କାରଣରୁ ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ଏପ୍ରକାର ଦାବୀ କୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କିଛି ଦିନ ତଳେ ଏ ପ୍ରସଙ୍ଗ ଉଠାଇଥିଲେ। ଦକ୍ଷିଣ ଭାରତର ମୁଖ୍ୟମନ୍ତ୍ରୀମାନେ ଏ ପ୍ରସଙ୍ଗକୁ ନେଇ ମିଳିତ ଭାବରେ ଏକ ଚାପ ଗୋଷ୍ଠୀ ଗଠନ କରିଛନ୍ତି। ଯେଉଁ ରାଜ୍ୟ ଗୁଡିକ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଉପାୟରେ ସର୍ବାଧିକ ଟିକସ ଓ ଖଣିଜ ରୟାଲିଟି ଦେଉଛନ୍ତି, ସେମାନେ ସ୍ଵାଭାବିକ ଭାବରେ କେନ୍ଦ୍ର ସରକାରଙ୍କଠାରୁ ଅଧିକ ଲାଭାଂଶ ଚାହିଁବେ। ଏ କ୍ଷେତ୍ରରେ ସମ୍ବଳର ଯଥାର୍ଥ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ନାହିଁ। ପୂର୍ବରୁ ଯୋଜନା କମିଶନ ଏ ବିଷୟରେ ରାଜ୍ୟ ଗୁଡିକ ସହିତ ବ୍ୟାପକ ପରାମର୍ଶ କରୁଥିଲେ। ଅର୍ଥ କମିଶନ ଓ ଯୋଜନା କମିଶନ ସହିତ ରାଜ୍ୟ ସରକାର ଗୁଡିକର ନିୟମିତ ସମ୍ପର୍କ କାରଣରୁ ଅନେକ ସମସ୍ୟାର ସହଜ ସମାଧାନ ବାହାରି ପାରୁଥିଲା।

ମୋଦୀ ସରକାର ଆସିଲା ପରେ ସଙ୍ଘୀୟ ଢାଞ୍ଚାକୁ ଉପେକ୍ଷ କରି ଯୋଜନା କମିଶନକୁ ଭାଙ୍ଗିଦେଲେ ଓ ଏହାକୁ ନୀତି ଆୟୋଗ ଭାବରେ କେବଳ ଏକ ଉପଦେଷ୍ଟା ଭୂମିକାରେ ସୀମିତ ରଖିଲେ। ଏବେ କେନ୍ଦ୍ର ଓ ରାଜ୍ୟ ଭିତରେ ସମ୍ବଳ ଆବଣ୍ଟନ ର ଦାୟିତ୍ଵ ସିଧା ସଳଖ କେନ୍ଦ୍ର ଅର୍ଥ ବିଭାଗକୁ ଚାଲିଗଲା। ଯୋଜନା କମିଶନ ଯେଉଁ ପେଷାଦାର ମନୋଭାବ ନେଇ କାମ କରୁଥିଲେ, ତାହା ଅର୍ଥ ମନ୍ତ୍ରଣାଳୟ ବା ନୀତି ଆୟୋଗ ଦ୍ଵାରା ଆଉ ସମ୍ଭବ ହେଲାନାହିଁ। ରାଜନୈତିକ ସ୍ବାର୍ଥକୁ କେନ୍ଦ୍ରରେ ରଖି ଅର୍ଥ ବିଭାଗ ରାଜ୍ୟ ଗୁଡିକ ଉପରେ ନିଜର ଦାଦାଗିରି ଦେଖାଇଲେ। ଯାହାର ପରିଣତି ସ୍ଵରୂପ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କଲେ।  ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏ ପ୍ରସଙ୍ଗରେ ନିଜର ଅସହଜତା ପ୍ରକାଶ କରିଛନ୍ତି।

ଓଡିଶା ମୁଖ୍ୟମନ୍ତ୍ରୀ ଗତ କିଛି ବର୍ଷ ଧରି ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ଦେବାକୁ ଦାବି କରି ଆସୁଥିଲେ। ଗତ କାଲି ପ୍ରଥମଥର ପାଇଁ ନବୀନଙ୍କ ସ୍ଵରରେ କିଛିଟା ବିଦ୍ରୋହର ଆଭାସ ଦେଖିବାକୁ ମିଳିଛି। ଖଣି ନିଲାମିରୁ ଓଡିଶା ସତୁରୀ ହଜାର କୋଟି ଟଙ୍କା ପାଇବା ବୋଲି କୁହା ଯାଉଥିଲା। ହେଲେ ଗତ ତିନି ବର୍ଷରେ ରାଜ୍ୟ ମାତ୍ର ୩୭୦ କୋଟି ଟଙ୍କା ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ। ଖଣି ନିଲାମିରୁ ମିଳିଥିବା ଅର୍ଥରେ ରାଜ୍ୟ ଗୁଡିକର ବିକାଶ ପାଇଁ ପ୍ରଚୁର ଅର୍ଥ ଆସିବା ବୋଲି ସେତେବେଳେ କୁହାଯାଇଥିଲା। ସେ ଅର୍ଥ ଗଲା କୁଆଡେ?

ରାଜ୍ୟର ଆର୍ଥିକ ସ୍ଵାୟତ୍ତତାକୁ ନେଇ ବୃହତ୍ତର ବିତର୍କର ଆବଶ୍ୟକତା ଥିବାବେଳେ ଆମର ଗଣମାଧ୍ୟମ ଚିରାଚରିତ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାଦୀପାଲା ଦେଖାଉଛନ୍ତି। ମୂଳ ପ୍ରସଙ୍ଗ ଉପରେ ଆଲୋଚନା ନକରି ଅଯଥା ନାଟକବାଜିରେ ରାଜ୍ୟର ମଙ୍ଗଳ ହେବାର ନାହିଁ। ସ୍ଵତନ୍ତ୍ର ରାଜ୍ୟ ପାହ୍ୟାରୁ ଆର୍ଥିକ ସ୍ଵାୟତ୍ତତାର ଦାବୀ ବିଜେଡି ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବାର ସୂଚନା ଦେଉଛି। ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ସ୍ଵାୟତ୍ତତା ପ୍ରସଙ୍ଗ ଉଠାଇ ସବୁ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଚିମୁଟି ଦେଇଛନ୍ତି। ସଙ୍ଘୀୟ ଢାଞ୍ଚାରେ କେନ୍ଦ୍ର ସରକାରର ସୀମାକୁ ନେଇ ଏଇଠୁ ବ୍ୟାପକ ବିତର୍କ ଆରମ୍ଭ ହେବ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇବା ପଛରେ ମଧ୍ୟ ନବୀନ ବାବୁଙ୍କର ଭିନ୍ନ ଉଦ୍ଦେଶ୍ୟ ରହିଛି। ଏହି ପ୍ରସଙ୍ଗକୁ ଆଳ କରି ଆଞ୍ଚଳିକ ଦଳ ଗୁଡିକ ନିଜର ରାଷ୍ଟ୍ରୀୟ ଏଜେଣ୍ଡା ପ୍ରସ୍ତୁତ କରିପାରନ୍ତି। ପ୍ରସ୍ତାବିତ ସଙ୍ଘୀୟ ସାମ୍ମୁଖ୍ୟ ଏହି ଦାବି ଉପରେ ଗଠିତ ହୋଇପାରେ। ନବୀନ ବିଜେଡି ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କର ଏହି ପୁରୁଣା ଦାବୀ କଥା ଉଠାଇ ପୁଣିଥରେ କେନ୍ଦ୍ର ସରକାରକୁ କାଠଗଡାରେ ଠିଆ କରାଇବାରେ ସଫଳ ହୋଇଛନ୍ତି

bjdfoundationday kedarmishra naveen
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.