ଭୁବନେଶ୍ବର: ଶ୍ରୀମନ୍ଦିରରେ ଭକ୍ତମାନେ ଧାଡି ଦର୍ଶନ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। କାଠର ବ୍ୟାରିକେଡ ନିର୍ମାଣ କରାଯାଇଛି। ଏହା ମନ୍ଦିରରେ ଭିତର ଦର୍ଶନ ବେଳେ ଭକ୍ତମାନେ ଶୃଙ୍ଖଳିତ ଭାବେ ଯିବା ପାଇଁ ଏହି କାଠର ବ୍ୟାରିକେଡ ନିର୍ମାଣ କରାଯାଇଛି। ଓଡିଶା ବ୍ରିଜ ଏବଂ କନଷ୍ଟ୍ରକସନ କର୍ପୋରେସନ ବା ଓବିସିସି ଦ୍ବାରା ଏହା ନିର୍ମାଣ କରାଯାଇଛି। ଯାହାକୁ ତଦରଖ କରିଛନ୍ତି ଆଇନି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଏହି ବ୍ୟାରେକଡ ମନ୍ଦିର ଭିତରେ ସ୍ଥାପନା କରାଯିବ। ସେଥିରେ ଭକ୍ତମାନେ ଧାଡିରେ ଯାଇ ଶ୍ରୀଜିୟୁଙ୍କୁ ଦର୍ଶନ କରିବେ। ଏହି ବ୍ୟବସ୍ଥା କରାଯିବା ପାଇଁ ବହୁ ଦିନରୁ ନିଷ୍ପତି କରାଯାଇଥିଲା। ହେଲେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ବର୍ତ୍ତମାନ ଏହି କାଠର ବ୍ୟାରିକେଡ ନିର୍ମାଣ ଶେଷ ହେଲେ ତାହା ଖୁବ ଶିଘ୍ର ସ୍ଥାପନ କରାଯିବ ବୋଲି ଜଣାପଡିଛି।


