Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ନିରାଶ ହୁଅନ୍ତୁ ନାହିଁ, ଶ୍ରେଷ୍ଠତ୍ବ ଆସିବା ବାକି ଅଛି
ବିଶେଷ ଖବର

ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ନିରାଶ ହୁଅନ୍ତୁ ନାହିଁ, ଶ୍ରେଷ୍ଠତ୍ବ ଆସିବା ବାକି ଅଛି

September 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prime Minister Narendra Modi interacting with the scientists, at ISRO, in Bengaluru on Saturday
Prime Minister Narendra Modi interacting with the scientists, at ISRO, in Bengaluru on Saturday. UNI PHOTO-2U

ସମୀକ୍ଷା ବ୍ୟୁରୋ

ଗତକାଲି ବିଳମ୍ବିତ ରାତ୍ରିରେ ଭାରତର ଚନ୍ଦ୍ରଯାନ ମିଶନ ବିଫଳ ହୋଇଛି। ଏହାକୁ ନେଇ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରୁ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରୋର ବୈଜ୍ଞାନିକଙ୍କୁ ସମ୍ବୋଧିତ କରି  ମୋଦି କହିଛନ୍ତି ବିଜ୍ଞାନରେ ବିଫଳତା ବୋଲି କିଛି ଜିନିଷ ନଥାଏ। ବିଫଳତା ସର୍ବଦା ସଫଳତାର ଉତ୍ସ ହୋଇଥାଏ। ଇସ୍ରୋର ବୈଜ୍ଞାନିକ ମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ପାଇଁ ଦେଶବାସୀ ଗର୍ବିତ, ଆପଣ ମାନେ ଦେଶର ମସ୍ତକ ଉଚ୍ଚରେ ରଖିବା ପାଇଁ ସର୍ବଦା ନିଜର ସ୍ବପ୍ନ ସହିତ ସାଲିସ କରିଥାନ୍ତି, ତେଣୁ ଏହି ବିଫଳତାରେ ବୈଜ୍ଞାନିକ ମାନେ ନିରାଶ ନହୋଇ ଆଗକୁ ବଢିବା ଉଚିତ୍‌ ବୋଲି ମୋଦି କହିଥିଲେ। ନିଜର ୩୦ ମିନିଟର ଅଭିଭାଷଣ ପରେ ଇସ୍ରୋ ଚେୟାରମ୍ୟାନ୍‌ କେ ଶିବନଙ୍କୁ ଆଲିଙ୍ଗନ କରି ସାନ୍ତ୍ବନା ପ୍ରଦାନ କରିଥିଲେ ମୋଦି। ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ହାସଲ କରିବା ଆମେ ଭଲଭାବରେ ଜାଣିଛେ ଏବଂ ଆମେ ଏହା କରି ଦେଖାଇବା ବୋଲି ମୋଦି କହିଥିଲେ।

Prime Minister Narendra Modi interacting with the scientists, at ISRO, in Bengaluru on Saturday.

ଗତକାଲି ରାତିରେ ମିଶନର ସିଧା ପ୍ରସାରଣକୁ ଉଭୟ ଶିବନ ଏବଂ ମୋଦି ଦେଖୁଥିଲେ ମାତ୍ର ମିଶନର ବିଫଳତା ନେଇ ଶିବନଙ୍କ ସୂଚନା ପରେ ମୋଦି ତଳକୁ ଚାଲି ଆସିଥିଲେ। ଏହାକୁ ନେଇ ମୋଦି କହିଛନ୍ତି, ବିଫଳତା ପରେ ସମସ୍ତଙ୍କ ମୁହଁରେ ଚିନ୍ତାର ଏକ ଝଲକ ଦେଖିବାକୁ ମିଳିଥିଲା ତେଣୁ ସେହି ସମୟରେ ସେଠାରୁ ଚାଲିଯାଇଥିଲି। ଉଲ୍ଲେଖଯୋଗ୍ୟ ଯେ, ଏହି ମିଶନର ମାତ୍ର ୫ ପ୍ରତିଶତ ବିଫଳ ହୋଇଛି, କିନ୍ତୁ ଯେହେତୁ ଅର୍ବିଟର କାର୍ଯ୍ୟ କରୁଛି ଏହା ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଏହା ଚନ୍ଦ୍ର ପୃଷ୍ଠର ଫଟୋ ଉତ୍ତୋଳନ କରିବା ସହିତ ଅନ୍ୟାନ୍ୟ ଅନୁଧ୍ୟାନ କରିପାରିବ ବୋଲି ଜଣାପଡିଛି। ଆମେରିକାର ଚନ୍ଦ୍ର ମିଶନ ଆପୋଲୋରେ ସମୁଦାୟ ୧୦୦ ବିଲିୟନ୍‌ ଡଲାର ଖର୍ଚ୍ଚ ହୋଇଥିବା ବେଳେ ଭାରତ ମାତ୍ର ୧୪୦ ମିଲିୟନ୍‌ ଡଲାରରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି। ତେଣୁ ଏହି ମିଶନରୁ ମିଳିଥିବା ଅଭିଜ୍ଞତା ଭାରତ ନିଜର ଗଗନାୟନ ମିଶନରେ ଉପଯୋଗ କରିପାରିବ ବୋଲି ମୋଦି କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025
Latest News

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.