Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ନିରାଶ ହୁଅନ୍ତୁ ନାହିଁ, ଶ୍ରେଷ୍ଠତ୍ବ ଆସିବା ବାକି ଅଛି
ବିଶେଷ ଖବର

ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ନିରାଶ ହୁଅନ୍ତୁ ନାହିଁ, ଶ୍ରେଷ୍ଠତ୍ବ ଆସିବା ବାକି ଅଛି

September 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prime Minister Narendra Modi interacting with the scientists, at ISRO, in Bengaluru on Saturday
Prime Minister Narendra Modi interacting with the scientists, at ISRO, in Bengaluru on Saturday. UNI PHOTO-2U

ସମୀକ୍ଷା ବ୍ୟୁରୋ

ଗତକାଲି ବିଳମ୍ବିତ ରାତ୍ରିରେ ଭାରତର ଚନ୍ଦ୍ରଯାନ ମିଶନ ବିଫଳ ହୋଇଛି। ଏହାକୁ ନେଇ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରୁ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରୋର ବୈଜ୍ଞାନିକଙ୍କୁ ସମ୍ବୋଧିତ କରି  ମୋଦି କହିଛନ୍ତି ବିଜ୍ଞାନରେ ବିଫଳତା ବୋଲି କିଛି ଜିନିଷ ନଥାଏ। ବିଫଳତା ସର୍ବଦା ସଫଳତାର ଉତ୍ସ ହୋଇଥାଏ। ଇସ୍ରୋର ବୈଜ୍ଞାନିକ ମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ପାଇଁ ଦେଶବାସୀ ଗର୍ବିତ, ଆପଣ ମାନେ ଦେଶର ମସ୍ତକ ଉଚ୍ଚରେ ରଖିବା ପାଇଁ ସର୍ବଦା ନିଜର ସ୍ବପ୍ନ ସହିତ ସାଲିସ କରିଥାନ୍ତି, ତେଣୁ ଏହି ବିଫଳତାରେ ବୈଜ୍ଞାନିକ ମାନେ ନିରାଶ ନହୋଇ ଆଗକୁ ବଢିବା ଉଚିତ୍‌ ବୋଲି ମୋଦି କହିଥିଲେ। ନିଜର ୩୦ ମିନିଟର ଅଭିଭାଷଣ ପରେ ଇସ୍ରୋ ଚେୟାରମ୍ୟାନ୍‌ କେ ଶିବନଙ୍କୁ ଆଲିଙ୍ଗନ କରି ସାନ୍ତ୍ବନା ପ୍ରଦାନ କରିଥିଲେ ମୋଦି। ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ହାସଲ କରିବା ଆମେ ଭଲଭାବରେ ଜାଣିଛେ ଏବଂ ଆମେ ଏହା କରି ଦେଖାଇବା ବୋଲି ମୋଦି କହିଥିଲେ।

Prime Minister Narendra Modi interacting with the scientists, at ISRO, in Bengaluru on Saturday.

ଗତକାଲି ରାତିରେ ମିଶନର ସିଧା ପ୍ରସାରଣକୁ ଉଭୟ ଶିବନ ଏବଂ ମୋଦି ଦେଖୁଥିଲେ ମାତ୍ର ମିଶନର ବିଫଳତା ନେଇ ଶିବନଙ୍କ ସୂଚନା ପରେ ମୋଦି ତଳକୁ ଚାଲି ଆସିଥିଲେ। ଏହାକୁ ନେଇ ମୋଦି କହିଛନ୍ତି, ବିଫଳତା ପରେ ସମସ୍ତଙ୍କ ମୁହଁରେ ଚିନ୍ତାର ଏକ ଝଲକ ଦେଖିବାକୁ ମିଳିଥିଲା ତେଣୁ ସେହି ସମୟରେ ସେଠାରୁ ଚାଲିଯାଇଥିଲି। ଉଲ୍ଲେଖଯୋଗ୍ୟ ଯେ, ଏହି ମିଶନର ମାତ୍ର ୫ ପ୍ରତିଶତ ବିଫଳ ହୋଇଛି, କିନ୍ତୁ ଯେହେତୁ ଅର୍ବିଟର କାର୍ଯ୍ୟ କରୁଛି ଏହା ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଏହା ଚନ୍ଦ୍ର ପୃଷ୍ଠର ଫଟୋ ଉତ୍ତୋଳନ କରିବା ସହିତ ଅନ୍ୟାନ୍ୟ ଅନୁଧ୍ୟାନ କରିପାରିବ ବୋଲି ଜଣାପଡିଛି। ଆମେରିକାର ଚନ୍ଦ୍ର ମିଶନ ଆପୋଲୋରେ ସମୁଦାୟ ୧୦୦ ବିଲିୟନ୍‌ ଡଲାର ଖର୍ଚ୍ଚ ହୋଇଥିବା ବେଳେ ଭାରତ ମାତ୍ର ୧୪୦ ମିଲିୟନ୍‌ ଡଲାରରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି। ତେଣୁ ଏହି ମିଶନରୁ ମିଳିଥିବା ଅଭିଜ୍ଞତା ଭାରତ ନିଜର ଗଗନାୟନ ମିଶନରେ ଉପଯୋଗ କରିପାରିବ ବୋଲି ମୋଦି କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026

ବଙ୍ଗଳାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ

May 30, 2026
Latest News

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

“ମୁଁ ହାରିନାହିଁ…”: ଏସୀୟ କ୍ରୀଡ଼ା ସ୍ୱପ୍ନ ଭାଙ୍ଗିବା ପରେ ଭାବପ୍ରବଣ ହେଲେ ଭିନେଶ ଫୋଗାଟ  

May 31, 2026

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

May 31, 2026

କେମିକାଲ କମ୍ପାନୀରେ ନିଆଁ : ଜଣେ ଜୀବନ୍ତ ଦଗ୍ଧ 

May 31, 2026

ଲୁଟି ନେଲେ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.