Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମାଜର ସର୍ବୋଦୟ ହେଉ, ରାଜନୀତିରେ ନବୋଦୟ ହେଉ; ନୂଆ ବର୍ଷ ପାଇଁ “ସମୀକ୍ଷା”ର ଚିନ୍ତନ
ବିଶେଷ ଖବର

ସମାଜର ସର୍ବୋଦୟ ହେଉ, ରାଜନୀତିରେ ନବୋଦୟ ହେଉ; ନୂଆ ବର୍ଷ ପାଇଁ “ସମୀକ୍ଷା”ର ଚିନ୍ତନ

December 31, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗୋଟେ ବର୍ଷ ସରୁଛି, ଆଉ ଗୋଟେ ବର୍ଷ କବାଟ ଠକ ଠକ କରୁଛି। ଭାରତୀୟ ଦର୍ଶନରେ ଏହାକୁ କୁହାଯାଏ ସନ୍ଧିକାଳ। ଏମିତି ଏକ ସନ୍ଧିକାଳରେ ଆମେ ଯେତିକି ଆନନ୍ଦିତ, ସେତିକି ଆତ୍ମମନସ୍କ ମଧ୍ୟ। ଆମ ସମୟ ଓ ସମାଜକୁ ନେଇ ଏମିତି ଏକ କ୍ଷଣରେ ଅନେକ କିଛି ଚିନ୍ତା କରାଯାଇପାରେ। ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ଆସନ୍ତା କାଲି ନଥିବ।  ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀ ର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି ଦେଖୁଛୁ, ତାରି ଉପରେ ଆମର ଭବିଷ୍ୟତ ତିଆରି ହେବ। ଗୋଟେ ନୂଆ ସମୟର କଥା କହିବାବେଳେ ଇତିହାସର ଗୋଟେ କଥା ଆମକୁ ଆଜି ଅଧିକ ପ୍ରାସଙ୍ଗିକ ମନେହେଉଛି। ଆଜିର ରାଜନୀତିରେ ଯେତେପ୍ରକାର ବିଭେଦ, ବିଭାଜନ, ହିଂସା, ଅସହିଷ୍ଣୁତା ଓ ବିଷକଥା ଭାରି ରହିଛି, ସେତେବେଳେ ଇତିହାସର ଛୋଟିଆ ଉଦାହରଣ ଟିଏ ହୁଏତ ଆମଲାଗି ନୂଆ ବାର୍ତ୍ତା ଦେଇପାରେ ।

୧୯୦୪ ମସିହାରେ ମୋହନଦାସ କରମଚାନ୍ଦ ଗାନ୍ଧୀ, ଗୋଟେ ଲମ୍ବା ଟ୍ରେନ ଯାତ୍ରାରେ ବାହାରିଥାନ୍ତି। ବାଟରେ ପଢିବାଲାଗି ତାଙ୍କୁ ଗୋଟେ ବହି ମିଳିଥିଲା। ବହିଟି ଥିଲା ବ୍ରିଟିଶ ଦାର୍ଶନିକ ଜନ ରସ୍କିନଙ୍କର “ଅନ ଟୁ ଦିସ ଲାଷ୍ଟ” ଓ ବହିଟି ଗାନ୍ଧୀଙ୍କ ପାଖକୁ ଆସିଥିଲା ଦକ୍ଷିଣ ଆଫ୍ରିକାର ସାମ୍ବାଦିକ ହେନେରୀ ପୋଲକଙ୍କ ସୌଜନ୍ୟରୁ। ବାଟ ସାରା ବହିଟି ପଢିଲାପରେ ଗାନ୍ଧୀଙ୍କ ନିଦ ହଜିଯାଇଥିଲା। ସତେକି ସେ ନିଜ ରାଜନୈତିକ ଲକ୍ଷ୍ୟ ବିନ୍ଦୁକୁ ସେ ବହିରେ ପାଇ ଯାଇଥିଲେ। ଗାନ୍ଧୀ ପରବର୍ତ୍ତୀ ସମୟରେ ଏ ବହିର ମର୍ମାନୁବାଦ ପ୍ରସ୍ତୁତ କଲେ ଓ ବହିର ନାଁ ରଖିଲେ “ସର୍ବୋଦୟ”। ଜୀବନ ଓ ସଭ୍ୟତାର ବିକାଶର ଲାଭ ପ୍ରତ୍ୟେକ ମଣିଷ ପାଖରେ ପହଞ୍ଚୁ ଓ ପ୍ରତ୍ୟେକ ଶ୍ରମଜୀବୀ ମଣିଷ ସମାନ ସାମାଜିକ ସମ୍ମାନ ପାଉ ବୋଲି ରଷ୍କିନ ଚାହୁଁଥିଲେ। ଗାନ୍ଧୀ ଏହି ଦାର୍ଶନ ର ମୂଳ ସକ୍ରେଟିସଙ୍କ ପାଖରେ ଦେଖିଥିଲେ ଓ ସେଥିରେ ଉପନିଷଦ ବିଚାରର ସର୍ବଜନ ହିତାୟ, ସର୍ବ ଜନ ସୁଖାୟ କୁ ସାମିଲ କରିଥିଲେ। ଗୁଜୁରାଟୀରେ ଗାନ୍ଧୀ ଏହାର ନାଁ ରଖିଥିଲେ “ସର୍ବୋଦୟ”।

ସବୁ ମଣିଷକୁ ସମାନ ଭାବରେ ସଭ୍ୟତାର ଲାଭ ଦେବା ପାଇଁ ଉଦ୍ଦିଷ୍ଟ ବିଚାର ହେଉଛି ସର୍ବୋଦୟ। ସେତେବେଳେ ପୁଞ୍ଜିବାଦର ଲାଭଖୋର ମନୋବୃତ୍ତି ବିରୋଧରେ ଏହା ଥିଲା ଏକ ସଶକ୍ତ ପ୍ରତିବାଦ। ତେବେ ଆଜିର ବଜାରତନ୍ତ୍ର ଆଗରେ ସର୍ବୋଦୟର ଗୁରୁତ୍ଵ ଅଛି କି?

  • ଆମ ସମୟର ରାଜନୀତିରେ ବୈଷମ୍ୟ ବିରୋଧରେ ଠିଆ ହେବାର ସାହସ କେତେଜଣ ରାଜନେତାଙ୍କର ରହିଛି?
  • ଆମ ରାଜନୀତି ବିକାଶକୁ ସମସ୍ତଙ୍କର ପ୍ରାପ୍ୟ ବୋଲି ଭାବୁଛି କି?
  • ଆମ ରାଜନୀତି କ୍ଷମତା ଦଖଲ ଲାଗି ମଣିଷ ସମାଜ ଭିତରେ ଧର୍ମ, ଜାତି ଓ ଗୋଷ୍ଠୀ ଭିତ୍ତିରେ ବିଭାଜିତ କରୁନାହିଁ କି?
  • ଆମ ରାଜନୀତିରେ ମିଛ ପ୍ରଚାର କୌଶଳ ଏକ ସର୍ବଗ୍ରାସୀ ଭିଡତନ୍ତ୍ରକୁ ଜନ୍ମ ଦେଇନାହିଁ କି?

ଏସବୁ ପ୍ରଶ୍ନର ଉତ୍ତର ଗାନ୍ଧୀଙ୍କ ସର୍ବୋଦୟରେ ରହିଛି। ତେବେ ଗାନ୍ଧୀଙ୍କୁ ପଢିବ କିଏ? ଆଜିର ତାରିଖରେ ଗାନ୍ଧୀ କେବଳ ଏକ ଛବି ଓ ଗାନ୍ଧୀଙ୍କ ଚଷମା କେବଳ ବିଜ୍ଞାପନ ର ଏକ ପ୍ରତୀକ। ଗାଈ ଓ ମଣିଷ ର ତୁଳନା କରି ଆମେ ଆଜି ମଣିଷମରା କୁ ନ୍ୟାୟ ସଙ୍ଗତ ବୋଲି କହୁଛୁ। ଆମର ଭିଡ ଏଠି ଶକ୍ତିଶାଳୀ ହୋଇ ଚାଲିଛି। ବୈଚାରିକ ସହିଷ୍ଣୁତା ରାଜନୀତିରେ ମରିସାରିଛି। ସେତେବେଳେ ଆଉଥରେ ଆମେ ସର୍ବୋଦୟର କଥା ଭାବି ପାରିବା କି?

ଆଜି ନୂଆ ବର୍ଷ ଅବସରରେ ଆମେ ଆଶା କରିବା ଆମ ରାଜନୀତିରେ ନବୋଦୟ ହେଉ। ବିଭାଜନ ଓ ଘୃଣାର ଭାଷାରୁ ଆମର ରାଜନୀତି ଓ ସମାଜ ମୁକ୍ତି ପାଉ। ଭଲପାଇବାର ଭାଷା ଆମର ରାଜନେତାମାନେ ଶିଖନ୍ତୁ। ପ୍ରତି କଥାରେ ବିଷ ଉଦଗାରୁଥିବା ନେତାମାନେ ଅନ୍ତତଃ ଥରେ ମଣିଷକୁ ଭଲପାଇବାର କଥା କୁହନ୍ତୁ। ସମୟ ଓ ସମାଜରେ ଶାନ୍ତିର ଫୁଲ ଟି ଫୁଟୁ।

ଆପଣମାନଙ୍କୁ ସମସ୍ତଙ୍କୁ ସମୀକ୍ଷା ପରିବାର ତରଫରୁ ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା।

Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026
Latest News

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026

ଅସଲ ଟିଏମସି କିଏ? ପ୍ରଶ୍ନରେ ଉଠିଲା ଝଡ଼; କୋର୍ଟ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

June 15, 2026

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.