Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ମୋ ସରକାର” ଯୋଜନାରେ ସ୍ପଷ୍ଟ ହୋଇ ଯାଇଛି ବିଜେଡି ସରକାରର ଅସଲ ଡୋରି ପାଣ୍ଡିଆନଙ୍କ ହାତରେ
ବିଶେଷ ଖବର

“ମୋ ସରକାର” ଯୋଜନାରେ ସ୍ପଷ୍ଟ ହୋଇ ଯାଇଛି ବିଜେଡି ସରକାରର ଅସଲ ଡୋରି ପାଣ୍ଡିଆନଙ୍କ ହାତରେ

September 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
“ମୋ ସରକାର” ଯୋଜନାରେ ସ୍ପଷ୍ଟ ହୋଇ ଯାଇଛି ବିଜେଡି ସରକାରର ଅସଲ ଡୋରି ପାଣ୍ଡିଆନଙ୍କ ହାତରେ

କେଦାର ମିଶ୍ର

ଆଜି ଯାଏ ବିଜୁ ଜନତା ଦଳ ଓ ଏହାର ସରକାର ପରିଚାଳନାରେ ବରିଷ୍ଠ ପ୍ରଶାସକ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପାଣ୍ଡିଆନଙ୍କୁ ନେଇ ବହୁ ପ୍ରକାର କଳ୍ପନା ଜଳ୍ପନା, ଗୁଜବ-କାହାଣୀ ଓ ସଙ୍କେତ ସବୁ ମିଳୁଥିଲା। ସରକାର ଉପରେ ତାଙ୍କର ପ୍ରଭାବକୁ ନେଇ ଚର୍ଚ୍ଚା ବି ହେଉଥିଲା। ହେଲେ ଖୋଲାଖୋଲି ତାଙ୍କୁ କେହି ଦେଖୁନଥିଲେ ବା ତାଙ୍କ କଥା ଶୁଣିବାକୁ ମିଳୁନଥିଲା। ଅନେକ ତ ତାଙ୍କ  ଚେହେରା ମଧ୍ୟ କେବେ ଦେଖିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ଘନିଷ୍ଠ ଓ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ କେବଳ ନୁହେଁ, ସେ ଏକ ପ୍ରକାର ମୁଖ୍ୟମନ୍ତ୍ରୀଙ୍କ ଛାଇ ଭଳି ରହିଥିବା କଥା ସମସ୍ତେ ଜାଣନ୍ତି। ପାଣ୍ଡିଆନଙ୍କ ଆଗରୁ ଆହୁରି ଅନେକ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିଲେ। ହେଲେ ନବୀନ ବାବୁ କାହା ଉପରେ ଏତେଟା ନିର୍ଭରଶୀଳ କେବେ ବି ନଥିଲେ। ଏବେ ବିଜେଡ଼ିର ଅସଲ ଡୋରି ଯେ ପାଣ୍ଡିଆନଙ୍କ ହାତରେ ଏକଥା ସ୍ପଷ୍ଟ ହୋଇ ଯାଇଛି। ବିଜେଡ଼ିର ଦଳୀୟ ବ୍ୟାପାରରେ ପାଣ୍ଡିଆନ ଏବେ ମଧ୍ୟ ଆଢୁଆଳରେ ରହୁଛନ୍ତି। ରହିବା ସ୍ଵାଭାବିକ ମଧ୍ୟ। ଏଯାଏ ସେ ସର୍ବ ଭାରତୀୟ ସେବାର ଅଧିକାରୀ ଭାବରେ ହିଁ କାମ କରୁଛନ୍ତି। ତେଣୁ ଦଳର ପରିଚାଳନା ଲାଗି ସେ ପରୋକ୍ଷ ସହାୟତା କରୁଛନ୍ତି।

୨୦୧୯ ନିର୍ବାଚନ ଆଗରୁ ସରକାର ଚଳାଇବାରେ ପାଣ୍ଡିଆନଙ୍କର ସ୍ପଷ୍ଟ ଭୂମିକା ରହୁଥିଲେ ହେଁ ସେ ଖୋଲାଖୋଲି ନିଜକୁ ଲୋକଙ୍କ ଆଗରେ ଉପସ୍ଥାପିତ କରୁ ନଥିଲେ। ପ୍ରଶାସନର ସବୁ ଛୋଟ ବଡ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେ ହିଁ ନେଉଥିଲେ। ହେଲେ ପ୍ରଶାସନିକ ସ୍ତରରେ ସେ ନିଜକୁ ଜଣେ କନିଷ୍ଠ ଅଧିକାରୀର ଭୂମିକାରେ ସୀମିତ ରଖିବାକୁ ଚେଷ୍ଟା କରୁଥିଲେ। ୨୦୧୯ ନିର୍ବାଚନ ପରେ ସରକାର ଗଠନ, ପରିଚାଳନା ଓ ନୀତିଗତ ନିଷ୍ପତ୍ତି କ୍ଷେତ୍ରରେ ପାଣ୍ଡିଆନଙ୍କର ସ୍ପଷ୍ଟ ସ୍ଵାକ୍ଷର ଏବେ ବାରି ହୋଇ ପଡୁଛି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପ୍ରତ୍ୟକ୍ଷ କର୍ତ୍ତାର ଭୂମିକାରେ ଦେଖିବାକୁ ମିଳିଲା। ତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଏକ ଫଟୋଗ୍ରାଫ ବିଜେଡ଼ିର ପ୍ରାୟ ସବୁ ତୁଙ୍ଗ ନେତା ଶେୟାର କରିଥିଲେ ଓ ସେଥିରୁ ସ୍ପଷ୍ଟ ସଙ୍କେତ ମିଳିଥିଲା ଯେ, ପାଣ୍ଡିଆନଙ୍କ ଭୂମିକା ଏଥର ସରକାରରେ ଯଥେଷ୍ଟ ପ୍ରଭାବଶାଳୀ ହେବାକୁ ଯାଉଛି।

ପରେ ପରେ “ଫାଇଭ ଟି” ବିଭାଗ ସୃଷ୍ଟି କରି ତାହାର ଦାୟିତ୍ଵ ପାଣ୍ଡିଆନଙ୍କୁ ଦିଆଗଲା। ଏହାର ସ୍ପଷ୍ଟ ଅର୍ଥ ଥିଲା ପ୍ରଶାସନରେ ମୁଖ୍ୟମନ୍ତ୍ରୀଙ୍କ ପରେ ବାସ୍ତବ ମୁଖିଆ ହେଉଛନ୍ତି ପାଣ୍ଡିଆନ। ଟେକ୍ନୋଲୋଜି, ଟ୍ରାଂସପେରେନ୍ସି, ଟାଇମ, ଟିମ ୱାର୍କ ଓ ଟ୍ରାନ୍ସଫର୍ମେସନ ଭଳି ପାଞ୍ଚୋଟି ଶବ୍ଦ ଭିତରେ ପୂରା ପ୍ରଶାସନର ଦାୟିତ୍ଵ ତାଙ୍କୁ ଦିଆଗଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ ଭିତରେ ନିଜକୁ ସୀମିତ ନ ରଖି ପୁରା ପ୍ରଶାସନରେ ନିଜର ନେତୃତ୍ଵ ଜାହିର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେଇଥିବାର ସ୍ପଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅବସରପ୍ରାପ୍ତ ଉନ୍ନୟନ କମିଶନର ଆର. ବାଲକୃଷ୍ଣନ ମୁଖ୍ୟ ପରାମର୍ଶଦାତା ଭାବରେ ଯୋଗଦେବା ପରେ, ପାଣ୍ଡିଆନ ଏବେ ନିଜ ଭୂମିକାକୁ ଆଉ ଆଢୁଆଳରେ ରଖିବାକୁ ଚାହିଁ ନାହାନ୍ତି।

ଗତକାଲି ନବୀନ ସରକାରର ଜନ ସମ୍ପର୍କ ଯୋଜନା “ମୋ ସରକାର”ର ଉଦ୍ଘାଟନ ଅବସରରେ ଭାଷଣ ଦେଇ ପାଣ୍ଡିଆନ ଯେଉଁ ଭାଷାରେ ଓ ଯେତିକି ଆତ୍ମ ବିଶ୍ବାସର ସହିତ ନିଜର ବକ୍ତବ୍ୟ ରଖିଛନ୍ତି, ସେଥିରୁ ସେ ହିଁ ରାଜ୍ୟ ପ୍ରଶାସନର ଦ୍ଵିତୀୟ କ୍ଷମତା କେନ୍ଦ୍ର ବୋଲି ବାର୍ତ୍ତା ପ୍ରଶାସନକୁ ଦିଆ ଯାଇଛି। ପ୍ରଶାସକ ମହଲରେ ଓଡିଆ ବନାମ ଅଣ ଓଡିଆ ବିଭାଜନର ଯେଉଁ ମୃଦୁ ଗୁଞ୍ଜରଣ ରହିଥିଲା, ତାହାରି ଉପରେ ପଣ୍ଡିଆନଙ୍କ ଏ ନୂଆ ଅବତାର ପ୍ରଚଣ୍ଡ ପ୍ରହାର କରିଛି। ବିଜେଡି ସରକାରର କାମ କରିବା ଶୈଳୀ ଅନ୍ୟ ଚାରି ଥର ଭଳି ପାରମ୍ପରିକ ହେବନାହିଁ, ବରଂ ତଳୁ ଉପର ଯାଏ ପ୍ରଶାସନକୁ କଡାକଡି ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କ୍ରିୟାଶୀଳ କରିବାକୁ ଉଦ୍ୟମ ହେବ ବୋଲି ପାଣ୍ଡିଆନ ସ୍ପଷ୍ଟ କରି ଦେଇଛନ୍ତି।

ତେବେ ପ୍ରଶାସନ ଓ ବିଜେଡି ଭିତରେ ଏହାକୁ ନେଇ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି, ତାହା ସମୟ କ୍ରମେ ଜଣା ପଡିବ। ଆଜିର ତାରିଖରେ ବିଜେଡ଼ିର ପୂରା କ୍ୟାଡର ପାଣ୍ଡିଆନଙ୍କ ପ୍ରଭାବକୁ ସ୍ଵୀକାର କରୁଛନ୍ତି। ବିଜେଡ଼ିର ନିର୍ବାଚନୀ ସଫଳତା ପଛରେ ପାଣ୍ଡିଆନଙ୍କ ସୁଚିନ୍ତିତ ରଣ କୌଶଳକୁ ସବୁ ନେତା ମାନୁଛନ୍ତି। ତେଣୁ ବିଜେଡି ଭିତରୁ ଏହାକୁ ନେଇ କେହି ପ୍ରଶ୍ନ ଉଠାଇବାର ସମ୍ଭାବନା ନାହିଁ। କେବଳ ପ୍ରଶାସନିକ ସ୍ତରରେ କାନକୁହା ବିରୋଧ କିଛି କିଛି ରହିବ।

ତେବେ ଏହି ସମଗ୍ର ଘଟଣାକ୍ରମ ଉପରେ ଆମର ପ୍ରଶ୍ନ ହେଉଛି, ଭି. କାର୍ତ୍ତିକେୟ ପାଣ୍ଡିଆନ ଆଗାମୀ ଦିନରେ ରାଜ୍ୟ ରାଜନୀତିର ମଙ୍ଗ ଧରିବାକୁ ଭିନ୍ନ ଭୂମିକା ପାଇଁ ପ୍ରସ୍ତୁତ ହେଉଛନ୍ତି କି ?

Mosarkar naveen
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026
Latest News

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

September 21, 2026

ବଙ୍ଗଳା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟର ବାତାବରଣ: ଇସିଙ୍କୁ ଚିଠି ଲେଖିଲେ ହୁମାୟୁନ କବୀର

September 21, 2026

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.