Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷରେ ଅପରାଜିତାଙ୍କ ହୋର୍ଡିଙ୍ଗରେ ଧର୍ମେନ୍ଦ୍ରଙ୍କ ଭୂମିକା, ଲାଇଫ ସାଇଜ ଫଟୋ ରୁ ପାସପୋର୍ଟ କୁ ଖସି ଆସିଲା!!
ବିଶେଷ ଖବର

ଶେଷରେ ଅପରାଜିତାଙ୍କ ହୋର୍ଡିଙ୍ଗରେ ଧର୍ମେନ୍ଦ୍ରଙ୍କ ଭୂମିକା, ଲାଇଫ ସାଇଜ ଫଟୋ ରୁ ପାସପୋର୍ଟ କୁ ଖସି ଆସିଲା!!

January 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରିପୋର୍ଟ-ସମୀକ୍ଷା ବ୍ୟୁରୋ , ଫଟୋ-ସଂଜୀବ ମୁଖାର୍ଜୀ

ବିଜେପି ଫୋକସରେ ଓଡ଼ିଶା, ଏ ଖବର ଆମେ ବାରମ୍ବାର ପଢୁଛୁ ଓ ଶୁଣୁଛୁ। ମାସେ ଭିତରେ ପ୍ରଧାନମନ୍ତ୍ରୀ ତିନି ଥର ରାଜ୍ୟ ଗସ୍ତ କରୁଥିବା ହେତୁ ଏ ଖବରର ଗୁରୁତ୍ୱ ମଧ୍ୟ ରହିଛି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିଜେପି ର ପରାଜୟ ଏହାକୁ ଅଧିକ ପୂର୍ବାଭିମୁଖୀ କରିଛି, ତାହା ମଧ୍ୟ ସତ। ହିନ୍ଦୀ ଅଞ୍ଚଳର କ୍ଷତି କୁ ପୂର୍ବ ଭାରତରେ ଭରଣା କରିବାର ଲକ୍ଷ୍ୟ ନେଇ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପରେ ବିଜେପି ନଜର ରଖିଛି। ହେଲେ ଏ ଦୁଇ ରାଜ୍ୟର ଶାସନ ସମ୍ଭାଳିଥିବା ତୃଣମୂଳ କଂଗ୍ରେସ ଓ ବିଜୁ ଜନତା ଦଳ ସହ ଲଢ଼େଇ ବିଜେପି ଲାଗି ସହଜ ହେଉନାହିଁ। ତ୍ରିପୁରା, ଆସାମ ଓ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପି ଯେଉଁ ରଣନୀତି ରଖି ସଫଳ ହୋଇ ଥିଲା, ସେ ରଣନୀତି ଓଡ଼ିଶାରେ କାମ କରୁନାହିଁ। ଓଡ଼ିଶାର ରାଜନୀତିରେ ଆଜି ମଧ୍ୟ ଉଗ୍ର ସାମ୍ପ୍ରଦାୟିକତା ଗ୍ରହଣୀୟ ନୁହେଁ। ୨୦୦୭-୦୮ କନ୍ଧମାଳ ଦଙ୍ଗା ରେ ବିଜେପି ଓ ସଙ୍ଘ ପରିବାରର ସଂପୃକ୍ତି କୁ ଓଡିଶାର ଜନସାଧାରଣ ଗ୍ରହଣ କରିପାରିନଥିଲେ ଓ ସେହିଦିନଠୁ ବିଜେପି ନିଜ ସ୍ଥିତି ଓଡିଶାରେ ସୁଧାରି ପାରିନାହିଁ।

ଯେତେ ପ୍ରକାର କୌଶଳ ଓ ରଣନୀତି ଆପଣାର କଲେ ମଧ୍ୟ ଓଡିଶାରେ ତାହା କାଟୁ ନକରିବା କାରଣରୁ ବିଜେପିର ରାଜ୍ୟ ୟୁନିଟରେ ଏହାକୁ ନେଇ ହତାଶା ମଧ୍ୟ ଅଛି। ରାଜ୍ୟ ନେତୃତ୍ୱ କିଏ ନେବା ତାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେଉନଥିବା ବେଳେ ରାଜ୍ୟ ଭିତରେ ଏହାକୁ ନେଇ ଏବେ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି। ମାତ୍ର ଅଳ୍ପ ଦିନ ତଳେ ସରକାରୀ ଚାକିରି ଛାଡି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ଏବେ ବିଜେପି ରାଜ୍ୟ ନେତା ଭାବରେ ନିଜକୁ ସବୁଠୁ ବଡ ବୋଲି ଉପସ୍ଥାପନା କରି ଚାଲିଛନ୍ତି।

ଅପରାଜିତାଙ୍କ ଯୋଗଦାନକୁ ନେଇ ଗଣମାଧ୍ୟମର ଚର୍ଚ୍ଚା ଓ ସଂଘ ମୁଖିଆ ମୋହନ ଭାଗବତଙ୍କୁ ତାଙ୍କର ସାକ୍ଷାତ କରିବା ଘଟଣାକୁ ନେଇ, ବିଜେପି ରାଜ୍ୟ ଶାଖାର ସେ ହିଁ ପ୍ରମୁଖ ଶକ୍ତି କେନ୍ଦ୍ର ବୋଲି ଯେଉଁ କଲ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ବେଳେ କିଛିଟା ଥମି ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଖୁର୍ଦ୍ଧା ସଭାରେ ଅପରାଜିତାଙ୍କୁ ସେମିତି କିଛି ଖାସ ଭୂମିକା ମିଳିନଥିଲା। ସେହି କଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଚର ଗୋଷ୍ଠୀ ବେଶ ପ୍ରଚାରିତ କରିଥିଲେ ଓ ରାଜ୍ୟ ବିଜେପିର ଅସଲ ମୁଖିଆ କେବଳ ଧର୍ମେନ୍ଦ୍ର ହିଁ ବୋଲି ଏକ ବାର୍ତ୍ତା ଦେବାର ଉଦ୍ୟମ କରିଥିଲେ।

ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ନୂଆବର୍ଷ ପାଇଁ ଲାଗିଥିବା କେତୋଟି ହୋର୍ଡିଙ୍ଗ, ବିଜେପି ରାଜ୍ୟ ରାଜନୀତିରେ ପୁଣି ହଟଚମଟ ସୃଷ୍ଟି କରିଛି। ରାଜଧାନୀର ପ୍ରମୁଖ ଛକ ମାନଙ୍କରେ ଲଗା ଯାଇଥିବା ଏହି ବିଶାଳକାୟ ହୋର୍ଡିଙ୍ଗ ସବୁରେ ମୋଦୀ-ଶାହାଙ୍କ ବିରାଟ ଚିତ୍ର ସହିତ ସମତୁଲ ଛବି ଅପରାଜିତାଙ୍କର ରହିଛି। ଉଭୟ ବିଶାଳକାୟ ଛବିର ବନ୍ଧନୀ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ , ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କର ତିନୋଟି ପାସପୋର୍ଟ ସାଇଜର ଫଟୋ ଦିଆ ଯାଇଛି। ଏହି ହୋର୍ଡିଙ୍ଗ ରାଜଧାନୀର କେନ୍ଦ୍ରରେ ବିଜେପି ନେତୃତ୍ୱ ବଦଳର ସ୍ପଷ୍ଟ ସଙ୍କେତ ଦେଉଛି କି? ଧର୍ମେନ୍ଦ୍ରଙ୍କ ଭୂମିକା ଲାଇଫ ସାଇଜରୁ ଖସି ଆସି ଶେଷରେ ପାସପୋର୍ଟ ସାଇଜରେ ପହଞ୍ଚି ଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି।

ଇତି ମଧ୍ୟରେ ବିଜେପିର ନିୟମିତ ସାମ୍ବାଦିକ ସମ୍ମିଳନୀ ରେ ମଧ୍ୟ ଅପରାଜିତା ମୁଖ୍ୟ ଭୂମିକାରେ ରହୁଛନ୍ତି। ଦୀର୍ଘ ଦିନ ଧରି ବିଜେପିର ମିଡିଆ ଦାୟିତ୍ଵ ଧର୍ମେନ୍ଦ୍ରଙ୍କ ଖାସ ଅନୁଗତମାନେ ତୁଲାଇ ଆସୁଥିଲେ। ରାଜ୍ୟ ବିଜେପି ର ଦାୟିତ୍ଵ କ୍ରମେ କ୍ରମେ ଧର୍ମେନ୍ଦ୍ରଙ୍କ ହାତରୁ ଅପରାଜିତାଙ୍କ ହାତକୁ ଚାଲି ଯାଉଥିବା ବିଷୟରେ ଏବେ ସୂଚନା ସ୍ପଷ୍ଟ ହୋଇ ଚାଲିଛି। ତେବେ ବିଜେପି ଭିତରେ ଏହି ନେତୃତ୍ୱ ପରିବର୍ତ୍ତନର ଅଦୃଶ୍ୟ ପ୍ରକ୍ରିୟା ଦଳୀୟ କର୍ମୀଙ୍କୁ ସନ୍ଦେହ ଘେରରେ ରଖୁଛି।

କେବଳ ମୋଦୀ ଓ ଶାହାଙ୍କ ଉପରେ ନିର୍ଭର କରି ବିଜେପି ଓଡିଶାରେ ସଫଳତା ପାଇବାର ଆଶା କରିବା ଆକାଶ କଇଆଁ ଚିଲିକା ମାଛ ପରି ହେବ। ଓଡିଶା ନେତୃତ୍ଵରେ ସ୍ପଷ୍ଟତା ନ ଆସିଲେ, ବିଜେପି ନିଜ ସ୍ଥିତି ରକ୍ଷା କରିବା ମଧ୍ୟ ସମ୍ଭବ ହୋଇନପାରେ!

aparajita BJP thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.