Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ମୋବାଇଲ ନମ୍ବର ୧୦ ଅଙ୍କ ବଦଳରେ ହେବ ୧୧ ଅଙ୍କ ବିଶିଷ୍ଟ, ଏପରି ପରିବର୍ତ୍ତନ ପାଇଁ ଚିନ୍ତା କରୁଛି ଟ୍ରାଇ
ବିଶେଷ ଖବର

ଏଣିକି ମୋବାଇଲ ନମ୍ବର ୧୦ ଅଙ୍କ ବଦଳରେ ହେବ ୧୧ ଅଙ୍କ ବିଶିଷ୍ଟ, ଏପରି ପରିବର୍ତ୍ତନ ପାଇଁ ଚିନ୍ତା କରୁଛି ଟ୍ରାଇ

September 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ଆପଣଙ୍କର ମୋବାଇଲ ନମ୍ବର 10 ଅଙ୍କ ବଦଳରେ ହେବ 11 ଅଙ୍କ ବିଶିଷ୍ଟ ହେବ, ଏପରି ପରିବର୍ତ୍ତନ ପାଇଁ ଚିନ୍ତା କରୁଛି ଟେଲିକମ ରେଗୁଲେଟିରୀ ଅଥରିଟ୍ ଅଫ ଇଣ୍ଡିଆ

ପ୍ରତାପ ବେହେରା

ବର୍ତ୍ତମାନ ସମସ୍ତଙ୍କ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ରହିଛି। ହେଲେ ଭାରତ ଟେଲିକମ ରେଗୁଲେଟରୀ ଅଥରିଟ୍ ବା ଟ୍ରାଇ ବର୍ତ୍ତମାନ ଏହି ଅଙ୍କକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଯଦି ଲାଗୁ ହୁଏ ତେବେ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ନ ହୋଇ ୧୧ ଅଙ୍କ ବିଶିଷ୍ଠ ହେବ। ଏକ ବିଶେଷ ସୁତ୍ରର ଏହି ଖବର ଜଣାପଡିଛି। ଟ୍ରାଇ ଏପରି ନିଷ୍ପତି ନେବା ପଛର କାରଣ ହେଉଛି ଯେ, ଦିନକୁ ଦିନ ମୋବାଇଲ ଗ୍ରାହକ ସଂଖ୍ୟା ବୃଦ୍ଧି।

ବର୍ତ୍ତମାନ ଭାରତରେ ଯେଉଁ ମୋବାଇଲ ନମ୍ବର ରହିଛି ସେଗୁଡିକ 6,7,8 କିମ୍ବା 9 ନମ୍ବରରେ ଆରମ୍ଭ ହେଉଛି। ଏଗୁଡିକର କ୍ଷମତା ହେଉଛି ୨ଶହ କୋଟି ଗ୍ରାହକ। ହେଲେ ବର୍ତ୍ତମାନ ମୋବାଇଲ ଗ୍ରାହକ ସଂଖ୍ୟା ୧୨୦ କୋଟି ଟପି ସାରିଲାଣି। ଟ୍ରାଇ ହିସାବ କରି ଜାଣିପାରିଛି ଯେ, ୨୦୫୦ ମସିହା ବେଳକୁ ଭାରତରେ ଏହି ମୋବାଇଲ ଗ୍ରାହକ ସଂଖ୍ୟା ୪ ଶହ କୋଟି ଟପିବ। ଫଳରେ ବର୍ତ୍ତମାନଠାରୁ ଏହାର କ୍ଷମତା ନ ବଢାଇଲେ ମୋବାଇଲ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ହେଲେ ପ୍ରଥମେ ୧୦ ଅଙ୍କର ମୋବାଇଲ ନମ୍ବରରେ ଆଉ ଏକ ନମ୍ବର ଯୋଡିବାକୁ ପଡିବ, ଯାହା ଫଳରେ ଏହା ୧୧ ଅଙ୍କ ବିଶିଷ୍ଠ ହେବ।

ବର୍ତ୍ତମାନ ନୁହେଁ ପୂର୍ବରୁ  ୧୯୯୩ ମସିହାଠାରୁ ୨୦୦୩ ମସିହା ମଧ୍ୟରେ ଦୁଇଥର ଏହି ଅଙ୍କକୁ ପରିବର୍ତ୍ତନ କରାଯାଇଛି।  ପ୍ରଥମେ ଏହା ୬ ଅଙ୍କ ବିଶିଷ୍ଠ ନମ୍ବର ଥିଲା। ପରବର୍ତ୍ତି ସମୟରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପରେ ଏହାକୁ ୧୦ ଅଙ୍କ କରାଗଲା, ଯାହା ବର୍ତ୍ତମାନ ସୁଦ୍ଧା ଚାଲିଛି। ୨୦୦୩ ମସିହା ପର୍ଯ୍ୟନ୍ତ ଟ୍ରାଇ ପ୍ରାୟ ୭୫ କୋଟି ଗ୍ରାହକ ହେବେ ବୋଲି ଭାବି ସେବା ଯୋଗାଇବାର ବ୍ୟବସ୍ଥା କରିଥିଲା। ସେଥିରେ କେବଳ ୪୫ କୋଟି ମୋବାଇଲ ଏବଂ ୩୦ କୋଟି ଲ୍ୟାଣ୍ଡ ଫୋନ ଗ୍ରାହକ ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଏହି ସଂଖ୍ୟା ବର୍ତ୍ତମାନ ଧିରେ ଧିରେ ବୃଦ୍ଧି ଘଟିବାରେ ଲାଗିଛି। ଯାହା ଫଳରେ ଭବିଷ୍ୟତ ପାଇଁ ଏହା ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଟ୍ରାଇ ଅନୁଭବ କରିଛି।

କେବଳ ମୋବାଇଲ ନମ୍ବର ନୁହେଁ, ଲ୍ୟାଣ୍ଡ ଫୋନ ନମ୍ବର ମଧ୍ୟ ୧୦ ଅଙ୍କ ବିଶିଷ୍ଠ କରିବାକୁ ଟ୍ରାଇ ଚିନ୍ତା କରୁଥିବାର ଜଣାପଡିଛି। ଲ୍ୟାଣ୍ଡ ଫୋନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଘଟୁ ନ ଥିଲେ ମଧ୍ୟ ମୋବାଇଲର ୧୧ ଅଙ୍କକୁ ଧ୍ୟାନରେ ରଖି ଏହାକୁ ୧୦ ଅଙ୍କ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଲ୍ୟାଣ୍ଡ ଫୋନ ନମ୍ବର ୬ ଅଙ୍କ ବିଶିଷ୍ଠ ରହିଛି। ସେହିପରି ଡୋଙ୍ଗଲରେ ସ୍ବତନ୍ତ୍ର ୧୩ ଅଙ୍କ ବିଶିଷ୍ଠ ନମ୍ବର ପ୍ରଦାନ କରିବାକୁ ଟ୍ରାଇ ମଧ୍ୟ ଚିନ୍ତା କରୁଛି। ଏଥିରେ କେବଳ ଡାଟା ମିଳିପାରିବ ମାତ୍ର ଭଏସ କଲ ହୋଇପାରିବ ନାହିଁ। ଏହାଦ୍ବାରା  ଡାଟା ବା ଡୋଙ୍ଗଲ ବ୍ୟବହାରକାରୀ ଏବଂ ମୋବାଇଲ ଗ୍ରାହକଙ୍କ ମଧ୍ୟରେ ତଫାତ ସୃଷ୍ଟି ହୋଇପାରିବ।

ବର୍ତ୍ତମାନ ଦେଶରେ ୬, ୭, ୮ କିମ୍ବା ୯ ସଂଖ୍ୟାରୁ ଆରମ୍ଭ ହୋଉଥିବା ମୋବାଇଲ ନମ୍ବରର ପ୍ରଚଳନ ହେଉଛି। ଆଉ ଏକ ଅଙ୍କକୁ ଯଦି ସାମିଲ କରାଯାଏ ତେବେ ତାହା କେଉଁ ସଂଖ୍ୟା ହେବ ସେ ନେଇ ଟ୍ରାଇ ବିଚାର ବିମର୍ଶ କରୁଥିବାର ଜଣାପଡିଛି। ବିଭିନ୍ନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହା ୩, ୪ କିମ୍ବା ୫ ସଂଖ୍ୟା ଯୋଡା ଯିବ ବୋଲି ଚିନ୍ତା କରାଯାଉଛି।

ବର୍ତ୍ତମାନ ମୋବାଇଲ ଜଗତରେ ଯେପରି ବିପ୍ଲବ ଆସିଛି ସେଥିରେ ଟ୍ରାଇ ଚିନ୍ତାରେ ପଡିଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ମୋବାଇଲ ସେବା ପ୍ରଦାନକାରୀ କଂପାନୀମାନେ ଯେପରି ନୂଆନୂଆ ସେବା ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି, ସେଥିରେ ସମସ୍ତଙ୍କ ପାଇଁ ମୋବାଇଲ ନିହାତି ଆବଶ୍ୟକ ହୋଇପଡିଛି। ଦେଶରେ ୫ଜି ପ୍ରବେଶ କରିବା ପରେ ଏହି ସଂଖ୍ୟା ଆହୁରି ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ଟ୍ରାଇ ୧୧ ଅଙ୍କ ନମ୍ବର କରିବାକୁ ଚିନ୍ତା କରିଛି।

mobile trai
Share. Facebook Twitter LinkedIn Email WhatsApp Copy Link

Related Posts

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026
Latest News

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026

୨୦୨୬ ଆଇପିଏଲ ରୁ ବାଦ ପଡିଲେ ୭ ଖେଳାଳି: ଜାଣନ୍ତୁ କିଏ?

March 20, 2026

ଓଡ଼ିଶା ପୋଲିସର ଐତିହାସିକ ସଫଳତା: ୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

March 20, 2026

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.