Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମେରିକାର ନିର୍ବାଚନ ପୂର୍ବରୁ ମୋଦିଙ୍କ ‘ଅବକି ବାର, ଟ୍ରମ୍ପ ସରକାର’ ବୟାନକୁ ନେଇ ବିଶ୍ବ ରାଜନୀତିରେ ଚର୍ଚ୍ଚା ଜୋରଦାର
ବିଶେଷ ଖବର

ଆମେରିକାର ନିର୍ବାଚନ ପୂର୍ବରୁ ମୋଦିଙ୍କ ‘ଅବକି ବାର, ଟ୍ରମ୍ପ ସରକାର’ ବୟାନକୁ ନେଇ ବିଶ୍ବ ରାଜନୀତିରେ ଚର୍ଚ୍ଚା ଜୋରଦାର

September 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ହ୍ୟୁଷ୍ଟନ ସ୍ଥିତ ଏନ୍‌ଆରଜି ଷ୍ଟାଡିଅମ୍‌ରେ ଠାରେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ-ଆମେରିକାର ସମ୍ପର୍କକୁ ବର୍ଣ୍ଣନା କରିବା ସହ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସୂଚନା ଦେଇଛନ୍ତି। ପରୋକ୍ଷରେ ମୋଦୀ ପାକିସ୍ତାନକୁ ଦୃଢ ସମାଲୋଚନା କରିଛନ୍ତି । ଏହି ଅବସରରେ ନିଜ ସରକାରର ସଫଳତାର ଫର୍ଦ୍ଦ ବର୍ଣ୍ଣନା ମଧ୍ୟ କରିଛନ୍ତି । କିନ୍ତୁ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ‘ଅବ୍‌କୀ ବାର୍‌ ଟ୍ରମ୍ପ୍‌ ସରକାର’ର ନାରାବାଜିକୁ ନେଇ ବିଶ୍ବ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ସରକାରଙ୍କ ସପକ୍ଷରେ ପ୍ରଚାର କରିବାକୁ ସହଜରେ ଗ୍ରହଣ କରି ନାହାଁନ୍ତି ବିରୋଧୀ। ମୋଦିଙ୍କର ଏପରି ବୟାନକୁ କଂଗ୍ରେସ ସମାଲୋଚନା କରିବାକୁ ପଛାଇ ନାହିଁ ।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପସ୍ଥିତିରେ ମୋଦିଙ୍କ ’ଅବ୍‌କୀ ବାର୍‌ ଟ୍ରମ୍ପ୍‌ ସରକାର’ର ବୟାନ ନେଇ କଂଗ୍ରେସ ନେତା ଆନନ୍ଦ ଶର୍ମା ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରତିନିଧିତ୍ବ କରୁଥିବାବେଳେ ଆମେରିକାରେ ତାଙ୍କର ଏହି ବୟାନ ସେଠାକାର ନିର୍ବାଚନୀର ଷ୍ଟାର ପ୍ରଚାରକର ଭୂମିକା ପରି ଦର୍ଶାଉଛି । ଏହା ଗଣତନ୍ତ୍ରେ ଶୋଭନୀୟ ନୁହେଁ ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା ଟୁଇଟ୍‌ କରି କହିଛନ୍ତି। ତାଙ୍କର କହିବା କଥା ହେଲା ଆମେରିକାରେ ଉଭୟ ଦଳ ରିପବ୍ଲିକ୍‌ ଓ ଡେମୋକ୍ରାଟିକ୍‌ ସହ ଭାରତ ଭଲ ସମ୍ପର୍କ ରଖିବା ଉଚିତ। ହେଲେ ମୋଦିଙ୍କର ସକ୍ରିୟ ଭାବେ ଟ୍ରମ୍ପ୍‌ଙ୍କ ପାଇଁ ଏପରି ପ୍ରଚାର କରିବା ଦୁଇ ଦେଶର ଲୋକତନ୍ତ୍ର ଓ ପ୍ରଭୁତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ଶର୍ମା କହିଛନ୍ତି।

ଗତ ୨୦୧୬ ଆମେରିକୀୟ ନିର୍ବାଚନରେ ପ୍ରବାସୀ ଭାରତୀୟଙ୍କ ଭୋଟ ହାତେଇବା ପାଇଁ ଟ୍ରମ୍ପ୍‌ ‘ଅବ୍‌କୀ ବାର ମୋଦି ସରକାର’ ପରି ‘ଅବକୀ ବାର ଟ୍ରମ୍ପ୍‌ ସରକାର’ର ନାରାବାଜି ଦେଇଥିଲେ।  ସେତେବେଳେ ଏହି ନାରାବାଜି ଦ୍ବାରା ଆମେରିକାରେ ରହିଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ଏହା ଆକୃଷ୍ଟ କରିବା ସହ ଟ୍ରମ୍ପ୍‌  ବିଜୟ ସହଜ ହୋଇଥିଲେ । ତେବେ ଆମେରିକା ନିର୍ବାଚନୀ ପୂର୍ବରୁ ମୋଦିଙ୍କ ଏପରି ବୟାନକୁ ସେଠାରେ ବାହାର ନେତାଙ୍କ ହସ୍ତକ୍ଷେପ ରୂପେ ଯଦି ନିଆଯିବ, ତେବେ ଏହା ଟ୍ରମ୍ପ୍‌ଙ୍କ ଏକ ଅସୁବିଧାର କାରଣ ହେବାର ସମ୍ଭାବନାକୁ ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମୁଦାୟଙ୍କ ପାଖରେ ଟ୍ରମ୍ପଙ୍କର ପ୍ରଶଂସା କରିବା ସହିତ ଟ୍ରମ୍ପ୍‌ଙ୍କ ଶାସନ ପ୍ରଣାଳୀ ବିଷୟରେ ଭାରତୀୟ ସମୁଦାୟଙ୍କୁ ସୂଚନା ଦେଇଥିଲେ । ସେହିପରି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ମୋଦିଙ୍କ ସ୍ତୁତି ଗାନ କରିବା ସହ ତାଙ୍କ କାର୍ଯ୍ୟକୁ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ । ତେବେ ପରୋକ୍ଷରେ ଆମେରିକୀୟ ନିର୍ବାଚନ ପୂର୍ବରୁ ମୋଦି ଓ ଟ୍ରମ୍ପ୍‌ଙ୍କର ଯୁଗଳବନ୍ଦୀ ପ୍ରବାସୀ ଭାରତୀୟଙ୍କୁ କେତେ ମାତ୍ରାରେ ପ୍ରଭାବିତ କରିବ ତାହା ବର୍ତ୍ତମାନ ଭବିଷ୍ୟବାଣୀ କରି ହେବ ନାହିଁ। ହେଲେ ଏହି ଯୁଗଳ ବନ୍ଦୀ ଯେ ଆମେରିକାର ଆଗାମୀ ନିର୍ବାଚନରେ ନିଶ୍ଚିତ ପ୍ରଭାବ ପକାଇବ ତାହା ନିଃସନ୍ଦେହ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026
Latest News

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.