Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାରିପଦାରେ ମୋଦୀ କଣ କହିବେ? ରାଜ୍ୟ ସରକାର ବିରୋଧରେ ନ କହିବା ଏବେ ମୋଦୀ ରଣନୀତିର ସବୁଠୁ ବଡ ଆବଶ୍ୟକତା କି??
ବିଶେଷ ଖବର

ବାରିପଦାରେ ମୋଦୀ କଣ କହିବେ? ରାଜ୍ୟ ସରକାର ବିରୋଧରେ ନ କହିବା ଏବେ ମୋଦୀ ରଣନୀତିର ସବୁଠୁ ବଡ ଆବଶ୍ୟକତା କି??

January 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
DHARAMSHALA, DEC 27 (UNI):- Prime Minister Narendra Modi addressing at the function to mark one-year of Himachal Pradesh Government, in Dharamshala on Thursday. UNI PHOTO-57U

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ଗୋଟେ ସଭାରେ କଣ କହିବେ, ତାର ରାଜନୈତିକ ଗୁରୁତ୍ଵ ସବୁବେଳେ ଅଧିକ। ତାହା ପୁଣି ଯଦି ନିର୍ବାଚନ ସମୟ ହୋଇଥାଏ, ତାହେଲେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅଧିକ ମନ ଦେଇ ଶୁଣିବାକୁ ହୁଏ। ତାଙ୍କ କଥା ଭିତରୁ ଅନେକ କଥା ଖୋଜିବାକୁ ପଡେ। ତେବେ ନରେନ୍ଦ୍ର ମୋଦୀ ଆଜି ବାରିପଦାରେ କଣ କହିବେ, ତାକୁ ନେଇ ସତରେ ଆମ ମନରେ କିଛି ଉତ୍ସାହ ଅଛି କି? ମାତ୍ର ୧୪ ଦିନ ତଳେ ପ୍ରଧାନମନ୍ତ୍ରୀ ଖୁର୍ଦ୍ଧା ଓ ଭୁବନେଶ୍ବରରେ ଦୁଇଟି ସଭାରେ ଭାଷଣ ଦେଇ ଯାଇଛନ୍ତି। ଆଜି ବାରିପଦା ଆସିବେ ଓ ଆଉ କିଛି ଦିନ ପରେ ବଲାଙ୍ଗୀର କୁ ମଧ୍ୟ ଆସିବେ। ସେ ଦେଶର ପ୍ରଧାନମନ୍ତ୍ରୀ, ତେଣୁ ରାଜ୍ୟକୁ ଯେତେ ଆସିବେ ସେତେ ଭଲ। ତେବେ ତାଙ୍କ ଆସିବାରେ ବା ତାଙ୍କ କହିବାରେ ରାଜ୍ୟର ରାଜନୀତିରେ କିଛି ପ୍ରଭାବ ପଡୁଛି କି ନାହିଁ, ସେ କଥାର ଆକଳନ କରିବା ଆଜି ଜରୁରୀ।

୨୦୧୪-୧୫ ବେଳକୁ ମୋଦୀ ଯେଉଁଠି ଯାହା କହୁଥିଲେ, ତାହା ପଥରର ଗାର ବୋଲି ଲୋକ ଭାବୁଥିଲେ। ତାଙ୍କୁ ସମାଲୋଚନା କରିବାକୁ ଆଗ ପଛ ଅନେକ କଥା ବିଚାରିବାକୁ ପଡୁଥିଲା। ସାଧାରଣ ଲୋକଙ୍କ ଭିତରେ ମୋଦୀ ଗୋଟେ ପ୍ରକାର ଦେବଦୂତ ଥିଲେ। ଆଜି କିନ୍ତୁ ମୋଦୀ ବିରୋଧୀଙ୍କ ସଂଖ୍ୟା ଅଚାନକ ବଢିଯାଇଛି। ଯଦିଓ ତାଙ୍କର ଭକ୍ତ ଏବେବି ଅଛନ୍ତି, ସେମାନେ ଏବେ ପ୍ରାୟ କୋଣଠେସା। ସେମାନଙ୍କ ସଂଖ୍ୟା ବିଜେପିର ଟ୍ରୋଲ ଆର୍ମୀ ଓ ସୋସିଆଲ ମିଡିଆ ପ୍ରଭାଗରେ ଇ ସୀମିତ। ସାଧାରଣରେ ମୋଦୀ କୁହୁକ ଭାଙ୍ଗୁଛି ଓ ସେ ଭାଙ୍ଗିବାର ଲକ୍ଷଣ ଗତ ଡିସେମ୍ବର ମାସରେ ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି। ସେହି ପୃଷ୍ଠଭୂମିରେ ମୋଦୀ ବାରିପଦା ସଭାରେ କଣ କହିବେ ଓ ତାଙ୍କ କହିବାର ରାଜନୈତିକ ପ୍ରଭାବ କଣ ରହିବ, ସେ ସମ୍ପର୍କରେ ଗୋଟେ ଆନୁମାନିକ ରଚନା ଲେଖା ଯାଇପାରେ।

ମୋଦୀ ଖୁର୍ଦ୍ଧା ସଭାରେ ରାଜ୍ୟ ସରକାରଙ୍କ ପ୍ରତି ନରମ ଥିଲେ, କିନ୍ତୁ ବାରିପଦା ସଭାରେ ସେ ଟିକେ ଗରମ ହୋଇପାରନ୍ତି। କାରଣ, ପଞ୍ଚାୟତ  ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ବେଶ ଭଲ ଥିଲା। ବିଜେପିର ସାଙ୍ଗଠନିକ ସ୍ଥିତି ଏବେ ମୟୂରଭଞ୍ଜ ଜିଲ୍ଲାରେ ଭଲ ରହିଛି। ତେଣୁ, କର୍ମୀଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଟିକେ ଆକ୍ରାମକ ହୋଇପାରନ୍ତି। ତେବେ ତାଙ୍କ ଆକ୍ରମଣର ମୂଳ ବିନ୍ଦୁ କଣ ରହିବ? ନବୀନ ସରକାର କୃଷି ଋଣ ଛାଡ କରନ୍ତୁ ବୋଲି ମୋଦୀ ଓଡିଶା ବିଜେପିର ଦାବୀକୁ ଦୋହରାଇବେ କି? ଏହାର ଉତ୍ତର ହେଉଛି, ସ୍ପଷ୍ଟ ଭାବରେ ନା। କାରଣ ନୂଆ ବର୍ଷ ଦିନ ମୋଦୀ ଏଏନଆଇ କୁ ସାକ୍ଷାତ୍କାର ଦେଇ ସ୍ପଷ୍ଟ ଭାବରେ କୃଷିଋଣ ଛାଡ ବିରୋଧରେ କହିଛନ୍ତି। ତା ସହିତ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ଓଡିଶା ସରକାରଙ୍କ “କାଳିଆ’ ଯୋଜନାର ଆଭିମୁଖ୍ୟ ହିଁ ପ୍ରତିଫଳିତ।

ସେହିପରି ନବୀନ ସରକାରକୁ ପିସି ସରକାର ବୋଲି ଆଗରୁ ଥରେ ପ୍ରଧାନମନ୍ତ୍ରୀ କହିଥିଲେ। ଚିଟଫଣ୍ଡ  ଦୁର୍ନୀତି କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଠାଇଥିଲେ। ତେବେ ଏ ପ୍ରସଙ୍ଗରେ ଲୋକ ପଚାରିବେ, କେନ୍ଦ୍ର ସରକାରଙ୍କ ସିବିଆଇ ତାହେଲେ କରୁଛି କଣ? ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କେଉଁ କାଳରୁ ଶୀତଳ ଭଣ୍ଡାରରେ ପଡି ରହିଛି। ନିର୍ବାଚନ ଆଗରୁ ସେ ନଥି ଫିଟିଲେ ଫଳ ଓଲଟା ହୋଇପାରେ। ତେଣୁ ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୋଧରେ ଯାହା କହିବେ, ତାହାର କୌଣସି ବିଶେଷ ଆଧାର ନାହିଁ।

ତେବେ ପ୍ରଧାନମନ୍ତ୍ରୀ କଣ କହିବେ ବୋଲି ଭାବିଲା ବେଳକୁ, ଆମକୁ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ  ଚେହେରା ଦିଶି ଯାଉଛି। କେସିଆର ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କୁ ଭେଟି ସାରିବା ପରେ ମୋଦୀଙ୍କୁ ଭେଟି କି ବାର୍ତ୍ତା ଦେଇଛନ୍ତି କେଜାଣି, ପ୍ରଧାନମନ୍ତ୍ରୀ ଏବେ କେସିଆରଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରୁଛନ୍ତି। ଏହାର ଅର୍ଥ ହେଉଛି, କେସିଆର ମୋଦୀଙ୍କ ଦୂତ ଭାବରେ ଓଡିଶା ଆସିଥିଲେ। ତେଣୁ ରାଜନୈତିକ ବାଧ୍ୟବାଧକତା କାରଣରୁ ମୋଦୀ  ନବୀନ ସରକାରକୁ ସମାଲୋଚନା କଲେ ମଧ୍ୟ, ୨୦୧୯ମଇ ମାସ ବେଳକୁ ତାଙ୍କର ଆଖି ନିବଦ୍ଧ ରହିଥିବ। ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ବିଜେପି ନେତୃତ୍ୱ ଭଲ ଭାବରେ ଜାଣନ୍ତି ଯେ ଏହି ନିର୍ବାଚନରେ ନିଜ ଦମ୍ଭରେ ସରକାର ଗଢିବାର ସ୍ଥିତି ବିଜେପିର ନାହିଁ। ତେଣୁ ନବୀନଙ୍କ ନିର୍ବାଚନ ପରବର୍ତ୍ତୀ ସମର୍ଥନ ଲାଗି ବାଟ ଖୋଲା ରଖିବାକୁ ବିଜେପି ଏକ ପ୍ରକାର ବାଧ୍ୟ।

ଆପାତତଃ, ବାରିପଦାରେ ଖୁର୍ଦ୍ଧାର ପୁନରାବୃତ୍ତି ହିଁ ହେବ।

#modiodisha bjpodisha kedarmishra thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.