Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସବୁ ଠିକ୍ ଅଛି ! ପିଆଜ କିଲୋ ଅଶୀ ଓ ପେଟ୍ରୋଲ୍ ଲିଟର ପଞ୍ଚସ୍ତରୀ, ସତରେ ସବୁ ଠିକ୍ ଅଛି !
ବିଶେଷ ଖବର

ସବୁ ଠିକ୍ ଅଛି ! ପିଆଜ କିଲୋ ଅଶୀ ଓ ପେଟ୍ରୋଲ୍ ଲିଟର ପଞ୍ଚସ୍ତରୀ, ସତରେ ସବୁ ଠିକ୍ ଅଛି !

September 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ହ୍ୟୁଷ୍ଟନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ସବୁ ଭଲ ଅଛି ! କେବଳ ଓଡ଼ିଆରେ କହିଲେ ନି ଭାରତର ସବୁ ଭାଷାରେ ସେହି ସମାନ କଥା କହିଲେ । ହ୍ୟୁଷ୍ଟନ୍‌ ସହରରେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଆସିଥିଲେ, ସେମାନେ ସମସ୍ତେ ବହୁତ ଖୁସି ।  କାରଣ  ପ୍ରଧାନମନ୍ତ୍ରୀ କହିଲେ ଭାରତରେ ସବୁ କିଛି ଠିକ୍‌ଠାକ୍‌ ଅଛି । ତେବେ ଭାରତରେ ସବୁ ଠିକ୍‌ ଠାକ୍‌ ଅଛି କି ନାହିଁ , ସେକଥା ଜାଣିବା ପାଇଁ ଆମେରିକାରେ ରହୁଥିବା ଗ୍ରୀନ୍‌କାର୍ଡଧାରୀଙ୍କର କୌଣସି ଆଗ୍ରହ ନାହିଁ । କାରଣ ସେମାନଙ୍କୁ ବ୍ୟାଗ୍‌ ଧରି ବଜାରକୁ ପିଆଜ କିଣିବାକୁ ଯିବାକୁ ପଡେ ନାହିଁ । କିମ୍ବା ପେଟ୍ରୋଲ ପମ୍ପ୍‌ ଆଗରେ ନିଜ ମୋଟରସାଇକେଲ୍‌ ଧରି ତେଲ ପକାଇବାକୁ ଅପେକ୍ଷା କରିବାକୁ ପଡେ ନାହିଁ । ଆମେରିକାର ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଘୃଣା ଜନିତ ଅପରାଧ ବା ସାମ୍ପ୍ରଦାୟିକତାର ଶିକାର ହେବାକୁ ପଡେ ନାହିଁ । ସେମାନରେ ଦେଢମାସ ଧରି ବିନା ଇଣ୍ଟରନେଟ୍‌ ବା ଟେଲିଫୋନ୍‌ରେ ରହିନାହାନ୍ତି । ତେଣୁ ସେମାନଙ୍କୁ ସବୁ କିଛି ଠିକ୍‌ଠାକ୍‌ ଲାଗୁଛି ।

ଏପଟେ ଆମେ ଯେଉଁମାନେ ଦେଶରେ ରହୁଛୁ, ଆମ ପାଇଁ ସଂକଟ ହିଁ ସଂକଟ । ଗତ ସପ୍ତାହେ ଭିତରେ ପିଆଜର ଦର ଅଶୀ ଟଙ୍କାରେ ପହଞ୍ଚିଛି । ଆଠଟଙ୍କାର ପିଆଜ ଅଶୀ ଟଙ୍କା ହେବା ପଛରେ କାରଣ କ’ଣ , ଏକଥା କେହି କାହାକୁ ପଚାରି ପାରିବେ ନାହିଁ । କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଦେଶରେ ଦରବୃଦ୍ଧି ବିଲ୍‌କୁଲ୍‌ ଘଟୁନାହିଁ । ତେବେ ଏହା ଭିତରେ ପିଆଜ ଦର ୧୦୦୦% ବଢିବା ପଛରେ କ’ଣ କାରଣ ଅଛି, ସେକଥା ଆମକୁ କିଏ ବୁଝାଇ କହିବେ କି  । ପିଆଜ କିଲୋ ଅଶୀଟଙ୍କା ଦେଇ କିଣିବାରେ କୌଣସି ଆପତ୍ତି ନାହିଁ, ହେଲେ ସେ ପଇସା ପିଆଜ ଚାଷୀର ପକେଟକୁ ଯାଉଛି ତ ! ଭାରତର ପ୍ରମୁଖ ପିଆଜ ମଣ୍ଡିଗୁଡ଼ିକରେ ଚାଷୀମାନେ ଆଜି ମଧ୍ୟ ୬ରୁ ୮ ଟଙ୍କା କିଲୋ ହିସାବରେ ପିଆଜ ବିକ୍ରି କରୁଛନ୍ତି । ଅଥଚ ଖୋଲା ବଜାରରେ ତାହା ଅଶୀ ଟଙ୍କାରେ ବିକ୍ରି ହେଉଛି । ଏତେ ମାତ୍ରାର ଲାଭ ଖାଉଛି କିଏ ? ଚାଷୀ ପକେଟକୁ ଯାଉନଥିବା ଲାଭ ଆଉ କାହା ପକେଟକୁ ଯାଉଥିବ ନିଶ୍ଚୟ । ମଝିରେ ଥିବା ଏହି ପକେଟଟି କାହାର ?

ସାଉଦି ଆରବର ତେଲ ଖଣି ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଡିଜେଲ୍‌ ଏବଂ ପେଟ୍ରୋଲ ଦର ମଧ୍ୟ ବଢି ଚାଲିଛି । ଗତ ସାତ ଦିନ ଭିତରେ ପେଟ୍ରୋଲ୍‌ ଦର ପାଖାପାଖି ଲିଟର ପିଛା ୭୫ଟଙ୍କାରେ ପହଞ୍ଚିଲାଣି । ଆଗକୁ ଏହା ଆହୁରି ବଢିବ । ତା’ ସତ୍ତ୍ବେ ମଧ୍ୟ ଅର୍ଥମନ୍ତ୍ରୀ କହୁଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି । ଦରଦାମ ବଢୁନାହିଁ । ବଜାରରେ ଯେତେବେଳେ ପ୍ରବଳ ମାନ୍ଦାବସ୍ଥା ଅଛି, ସେହି ସମୟରେ ଅତ୍ୟାବଶ୍ୟକୀୟ ପଦାର୍ଥର ମାତ୍ରାଧିକ ଦରବୃଦ୍ଧି ଅର୍ଥନୀତିକୁ ଆହୁରି ପ୍ରଭାବିତ କରିବ । ତେବେ ଅର୍ଥନୀତି ସମ୍ପର୍କରେ ଆମ ପାଖରେ ଚିନ୍ତା କରିବାକୁ ସମୟ କାହିଁ ? ଆମେ ପାକିସ୍ତାନରେ ପିଆଜ ଦର ବଢିଗଲାଣି ବୋଲି ଗୋଟେ ସମୟରେ ବଡ ବଡ଼ ଖବର ଛାପୁଥିଲୁ । ଆଜି ସେହି ଦଶା ଆମର ହୋଇଛି । ସବୁ କଥାରେ ପାକିସ୍ତାନ ସହ ପ୍ରତିଯୋଗିତା କରିବାର ଅଭ୍ୟାସ ଆମକୁ କରାଇ ଦିଆହୋଇଛି । ତେଣୁ ପିଆଜ ଦର ବଢିବାଟା ଆମକୁ ବାଧିବ ନାହିଁ । କାରଣ ପାକିସ୍ତାନୀ ପିଆଜ ଓ ଭାରତୀୟ ପିଆଜର ମୂଲ୍ୟ ପାଖାପାଖି ସମାନ ।

ହ୍ୟୁଷ୍ଟନ୍‌ ସହରରେ ଆମେ ୨୪ ଘଣ୍ଟା ତଳେ ଯାହା ପାଇଥିଲୁ, ତାହା ମଉଳି ଗଲାଣି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସେହି ସଭାରୁ ଆସି ପାକିସ୍ତାନର ଭୂୟସୀ ପ୍ରଶଂସା କଲେଣି । ମୋଦି ଏବଂ ଇମ୍ରାନ୍‌ ଦୁହେଁ ତାଙ୍କର ପରମ ମିତ୍ର ବୋଲି କହିଲେଣି । ତେବେ ସବୁ କିଛି ଭଲ ଅଛି ବୋଲି ଆମେ ଯେଉଁମାନେ ଆନନ୍ଦରେ ଗଦଗଦ ହେଉଥିଲୁ, ଏବେ ଆମକୁ ପିଆଜ ଓ ପେଟ୍ରୋଲ ଚିନ୍ତା ଘାରିଛି । ଆମର ପ୍ରଧାନମନ୍ତ୍ରୀ ଏସବୁ କଥାରେ ମୁଣ୍ଡ ପୂରାନ୍ତି ନାହିଁ । ସେ ବଡ଼ ବଡ଼ କଥା କୁହନ୍ତି । ଏଣୁ ସାଧାରଣ ଲୋକର ପିଆଜ ଓ ପେଟ୍ରୋଲ୍‌ ସମ୍ପର୍କରେ ତାଙ୍କର କେବେ କିଛି ବକ୍ତବ୍ୟ ନଥିଲା କି ଆଗକୁ ମଧ୍ୟ ରହିବ ନାହିଁ । ଆମେ ସାଧାରଣ ଲୋକେ ଭକ୍ତ ହେବୁ ନ ହେଲେ ବିରୋଧୀ । ପିଆଜ କିଣିଲେ ଆମକୁ କଷ୍ଟ ହେବ, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଆମେ ଦୋଷ ଦେବୁ ନାହିଁ । ଆମେ ହୁଏତ କଂଗ୍ରେସକୁ ଗାଳି କରିବୁ ନଚେତ୍‌ ନେହେରୁ ଏଥିପାଇଁ ଦାୟୀ ବୋଲି କହି ନିଜକୁ ସାନ୍ତ୍ବନା ଦେବୁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025
Latest News

ସମସ୍ତଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ମାଗଣା ଜାତୀୟ ପାଠ୍ୟକ୍ରମ

November 19, 2025

ସର୍ଦ୍ଦାର @୧୫୦ ଏକତା ପଦଯାତ୍ରା ହେଉଛି ଏକତାବଦ୍ଧ ଜାତିର ହୃଦସ୍ପନ୍ଦନ: କେନ୍ଦ୍ରମନ୍ତ୍ରୀ

November 19, 2025

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025

ଷଷ୍ଠ ଜାତୀୟ ଜଳ ପୁରସ୍କାର ଏବଂ ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.