Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସବୁ ଠିକ୍ ଅଛି ! ପିଆଜ କିଲୋ ଅଶୀ ଓ ପେଟ୍ରୋଲ୍ ଲିଟର ପଞ୍ଚସ୍ତରୀ, ସତରେ ସବୁ ଠିକ୍ ଅଛି !
ବିଶେଷ ଖବର

ସବୁ ଠିକ୍ ଅଛି ! ପିଆଜ କିଲୋ ଅଶୀ ଓ ପେଟ୍ରୋଲ୍ ଲିଟର ପଞ୍ଚସ୍ତରୀ, ସତରେ ସବୁ ଠିକ୍ ଅଛି !

September 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ହ୍ୟୁଷ୍ଟନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ସବୁ ଭଲ ଅଛି ! କେବଳ ଓଡ଼ିଆରେ କହିଲେ ନି ଭାରତର ସବୁ ଭାଷାରେ ସେହି ସମାନ କଥା କହିଲେ । ହ୍ୟୁଷ୍ଟନ୍‌ ସହରରେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଆସିଥିଲେ, ସେମାନେ ସମସ୍ତେ ବହୁତ ଖୁସି ।  କାରଣ  ପ୍ରଧାନମନ୍ତ୍ରୀ କହିଲେ ଭାରତରେ ସବୁ କିଛି ଠିକ୍‌ଠାକ୍‌ ଅଛି । ତେବେ ଭାରତରେ ସବୁ ଠିକ୍‌ ଠାକ୍‌ ଅଛି କି ନାହିଁ , ସେକଥା ଜାଣିବା ପାଇଁ ଆମେରିକାରେ ରହୁଥିବା ଗ୍ରୀନ୍‌କାର୍ଡଧାରୀଙ୍କର କୌଣସି ଆଗ୍ରହ ନାହିଁ । କାରଣ ସେମାନଙ୍କୁ ବ୍ୟାଗ୍‌ ଧରି ବଜାରକୁ ପିଆଜ କିଣିବାକୁ ଯିବାକୁ ପଡେ ନାହିଁ । କିମ୍ବା ପେଟ୍ରୋଲ ପମ୍ପ୍‌ ଆଗରେ ନିଜ ମୋଟରସାଇକେଲ୍‌ ଧରି ତେଲ ପକାଇବାକୁ ଅପେକ୍ଷା କରିବାକୁ ପଡେ ନାହିଁ । ଆମେରିକାର ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଘୃଣା ଜନିତ ଅପରାଧ ବା ସାମ୍ପ୍ରଦାୟିକତାର ଶିକାର ହେବାକୁ ପଡେ ନାହିଁ । ସେମାନରେ ଦେଢମାସ ଧରି ବିନା ଇଣ୍ଟରନେଟ୍‌ ବା ଟେଲିଫୋନ୍‌ରେ ରହିନାହାନ୍ତି । ତେଣୁ ସେମାନଙ୍କୁ ସବୁ କିଛି ଠିକ୍‌ଠାକ୍‌ ଲାଗୁଛି ।

ଏପଟେ ଆମେ ଯେଉଁମାନେ ଦେଶରେ ରହୁଛୁ, ଆମ ପାଇଁ ସଂକଟ ହିଁ ସଂକଟ । ଗତ ସପ୍ତାହେ ଭିତରେ ପିଆଜର ଦର ଅଶୀ ଟଙ୍କାରେ ପହଞ୍ଚିଛି । ଆଠଟଙ୍କାର ପିଆଜ ଅଶୀ ଟଙ୍କା ହେବା ପଛରେ କାରଣ କ’ଣ , ଏକଥା କେହି କାହାକୁ ପଚାରି ପାରିବେ ନାହିଁ । କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଦେଶରେ ଦରବୃଦ୍ଧି ବିଲ୍‌କୁଲ୍‌ ଘଟୁନାହିଁ । ତେବେ ଏହା ଭିତରେ ପିଆଜ ଦର ୧୦୦୦% ବଢିବା ପଛରେ କ’ଣ କାରଣ ଅଛି, ସେକଥା ଆମକୁ କିଏ ବୁଝାଇ କହିବେ କି  । ପିଆଜ କିଲୋ ଅଶୀଟଙ୍କା ଦେଇ କିଣିବାରେ କୌଣସି ଆପତ୍ତି ନାହିଁ, ହେଲେ ସେ ପଇସା ପିଆଜ ଚାଷୀର ପକେଟକୁ ଯାଉଛି ତ ! ଭାରତର ପ୍ରମୁଖ ପିଆଜ ମଣ୍ଡିଗୁଡ଼ିକରେ ଚାଷୀମାନେ ଆଜି ମଧ୍ୟ ୬ରୁ ୮ ଟଙ୍କା କିଲୋ ହିସାବରେ ପିଆଜ ବିକ୍ରି କରୁଛନ୍ତି । ଅଥଚ ଖୋଲା ବଜାରରେ ତାହା ଅଶୀ ଟଙ୍କାରେ ବିକ୍ରି ହେଉଛି । ଏତେ ମାତ୍ରାର ଲାଭ ଖାଉଛି କିଏ ? ଚାଷୀ ପକେଟକୁ ଯାଉନଥିବା ଲାଭ ଆଉ କାହା ପକେଟକୁ ଯାଉଥିବ ନିଶ୍ଚୟ । ମଝିରେ ଥିବା ଏହି ପକେଟଟି କାହାର ?

ସାଉଦି ଆରବର ତେଲ ଖଣି ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଡିଜେଲ୍‌ ଏବଂ ପେଟ୍ରୋଲ ଦର ମଧ୍ୟ ବଢି ଚାଲିଛି । ଗତ ସାତ ଦିନ ଭିତରେ ପେଟ୍ରୋଲ୍‌ ଦର ପାଖାପାଖି ଲିଟର ପିଛା ୭୫ଟଙ୍କାରେ ପହଞ୍ଚିଲାଣି । ଆଗକୁ ଏହା ଆହୁରି ବଢିବ । ତା’ ସତ୍ତ୍ବେ ମଧ୍ୟ ଅର୍ଥମନ୍ତ୍ରୀ କହୁଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି । ଦରଦାମ ବଢୁନାହିଁ । ବଜାରରେ ଯେତେବେଳେ ପ୍ରବଳ ମାନ୍ଦାବସ୍ଥା ଅଛି, ସେହି ସମୟରେ ଅତ୍ୟାବଶ୍ୟକୀୟ ପଦାର୍ଥର ମାତ୍ରାଧିକ ଦରବୃଦ୍ଧି ଅର୍ଥନୀତିକୁ ଆହୁରି ପ୍ରଭାବିତ କରିବ । ତେବେ ଅର୍ଥନୀତି ସମ୍ପର୍କରେ ଆମ ପାଖରେ ଚିନ୍ତା କରିବାକୁ ସମୟ କାହିଁ ? ଆମେ ପାକିସ୍ତାନରେ ପିଆଜ ଦର ବଢିଗଲାଣି ବୋଲି ଗୋଟେ ସମୟରେ ବଡ ବଡ଼ ଖବର ଛାପୁଥିଲୁ । ଆଜି ସେହି ଦଶା ଆମର ହୋଇଛି । ସବୁ କଥାରେ ପାକିସ୍ତାନ ସହ ପ୍ରତିଯୋଗିତା କରିବାର ଅଭ୍ୟାସ ଆମକୁ କରାଇ ଦିଆହୋଇଛି । ତେଣୁ ପିଆଜ ଦର ବଢିବାଟା ଆମକୁ ବାଧିବ ନାହିଁ । କାରଣ ପାକିସ୍ତାନୀ ପିଆଜ ଓ ଭାରତୀୟ ପିଆଜର ମୂଲ୍ୟ ପାଖାପାଖି ସମାନ ।

ହ୍ୟୁଷ୍ଟନ୍‌ ସହରରେ ଆମେ ୨୪ ଘଣ୍ଟା ତଳେ ଯାହା ପାଇଥିଲୁ, ତାହା ମଉଳି ଗଲାଣି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସେହି ସଭାରୁ ଆସି ପାକିସ୍ତାନର ଭୂୟସୀ ପ୍ରଶଂସା କଲେଣି । ମୋଦି ଏବଂ ଇମ୍ରାନ୍‌ ଦୁହେଁ ତାଙ୍କର ପରମ ମିତ୍ର ବୋଲି କହିଲେଣି । ତେବେ ସବୁ କିଛି ଭଲ ଅଛି ବୋଲି ଆମେ ଯେଉଁମାନେ ଆନନ୍ଦରେ ଗଦଗଦ ହେଉଥିଲୁ, ଏବେ ଆମକୁ ପିଆଜ ଓ ପେଟ୍ରୋଲ ଚିନ୍ତା ଘାରିଛି । ଆମର ପ୍ରଧାନମନ୍ତ୍ରୀ ଏସବୁ କଥାରେ ମୁଣ୍ଡ ପୂରାନ୍ତି ନାହିଁ । ସେ ବଡ଼ ବଡ଼ କଥା କୁହନ୍ତି । ଏଣୁ ସାଧାରଣ ଲୋକର ପିଆଜ ଓ ପେଟ୍ରୋଲ୍‌ ସମ୍ପର୍କରେ ତାଙ୍କର କେବେ କିଛି ବକ୍ତବ୍ୟ ନଥିଲା କି ଆଗକୁ ମଧ୍ୟ ରହିବ ନାହିଁ । ଆମେ ସାଧାରଣ ଲୋକେ ଭକ୍ତ ହେବୁ ନ ହେଲେ ବିରୋଧୀ । ପିଆଜ କିଣିଲେ ଆମକୁ କଷ୍ଟ ହେବ, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଆମେ ଦୋଷ ଦେବୁ ନାହିଁ । ଆମେ ହୁଏତ କଂଗ୍ରେସକୁ ଗାଳି କରିବୁ ନଚେତ୍‌ ନେହେରୁ ଏଥିପାଇଁ ଦାୟୀ ବୋଲି କହି ନିଜକୁ ସାନ୍ତ୍ବନା ଦେବୁ ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

ମହା ଶିବରାତ୍ରୀରେ କିପରି ପୂଜା କରାଯାଏ, କଣ ପାଇଁ ପୂଜା କରାଯାଏ, କେତେ ପ୍ରହର ପୂଜା ହୁଏ

February 15, 2026

1 ଲକ୍ଷ କୋଟିର ସହରୀ ଚ୍ୟାଲେଞ୍ଜ ପାଣ୍ଠିକୁ କ୍ୟାବିନେଟ ମଞ୍ଜୁରି

February 15, 2026

ଗୁଜରାଟରେ ଜାତୀୟ ରାଜପଥ – ୫୬ ଚାରି-ଲେନ୍ ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ

February 15, 2026

ଭୁଲରେ ମଧ୍ୟ ମହାଶିବରାତ୍ରୀରେ ଅର୍ପଣ କରନ୍ତୁ ନାହିଁ ଏହି ଫଳ, କ୍ରୋଧିତ ହୁଅନ୍ତି ମହାଦେବ

February 15, 2026

କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଉପରେ ଜାତୀୟ ସମ୍ମିଳନୀ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.