Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁପରଷ୍ଟାର ଅମିତାଭ ବଚନ ପାଇବେ ଭାରତୀୟ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର 2019
ବିଶେଷ ଖବର

ସୁପରଷ୍ଟାର ଅମିତାଭ ବଚନ ପାଇବେ ଭାରତୀୟ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର 2019

September 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Megastar Amitabh Bachchan to get Dadasaheb Phalke award this year

ସମୀକ୍ଷା ବ୍ୟୁରୋ

ସୁପରଷ୍ଟାର ଅମିତାଭ ବଚନ ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ଦୀର୍ଘ ଦଶନ୍ଧି ଧରି ଅମିତାଭ ବଚନ ଚଳଚିତ୍ର ପ୍ରେମୀଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳାୟ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନିତ କରିଛନ୍ତି। ଆଜି ମନ୍ତ୍ରୀ ପ୍ରକାଶ ଜାଭେଦକର ଏକ ଟୁଇଟି କରି ଏହି ଘୋଷଣା କରିଛନ୍ତି। ସେ ତାଙ୍କ ଟୁଇଟିରେ ଉଲ୍ଲେଖ କରିଛନ୍ତି ଯେ, ଅମିତାଭ ବଚନ ଏପରି ଜଣେ ଅଭିନେତା ଯେ କି ଦୁଇଟି ପିଢୀର ଦର୍ଶକଙ୍କର ମନ ପସନ୍ଦ ଅଭିନେତା ହୋଇପାରିଛନ୍ତି।  ସେଥିପାଇଁ ତାଙ୍କୁ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ପାଇଁ ଅମିତାଭଙ୍କୁ ମନୋନିତ କରାଯାଇଛି ବୋଲି ଜାଭେଦକର କହିଛନ୍ତି। ଜାଭେଦକର ଅମିତାଭଙ୍କୁ ଟୁଇଟ ମାଧ୍ୟମରେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ପୂର୍ବରୁ ଅମିତାଭ ଅଭିନୟ ଜଗତରେ ଶ୍ରେଷ୍ଠ ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏହି ସମ୍ମାନ ହେଉଛି ଭାରତର ବେସାମରିକ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ। ବର୍ତ୍ତମାନ ସେହି ତାଲିକାରେ ଭାରତୀୟ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲେକ ପୁରସ୍କାର ଯୋଡି ହେବାକୁ ଯାଉଛି।ହିନ୍ଦି ଚଳଚିତ୍ର ଜଗତରେ ଅମିତାଭ ଯେପରି ଛାପ ପକାଇଚନ୍ତି ତାହା ବର୍ତ୍ତମାନ ସୁଦ୍ଧା କେହି କରି ଦେଖାଇପାରି ନାହାଁନ୍ତି। ଅମିତାଭଙ୍କ ଅଭିନିତ ସମସ୍ତ ଚଳଚିତ୍ର ସେତେବେଳେ ବକ୍ସ ଅଫିସରେ ସୁପରଡୁପର ହିଟ ସାବ୍ୟସ୍ତ ହୋଇଥିଲା। ତାଙ୍କ ଦ୍ବାରା ଅଭିନିତ ‘ସୋଲେ’ ଚଳଚିତ୍ର ବର୍ତ୍ତମାନ ସୁଦ୍ଧା ଭାରତୀୟ ଚଳଚିତ୍ର ଜଗତରେ ଏକ ମାଇଉଲଖୁଣ୍ଟ ଭାବେ ପ୍ରତିପାଦିତ ହୋଇ ଆସୁଛି। ସେହିପରି ଜଞ୍ଜିର, ପିଙ୍କ, ବ୍ଲାକ, ପା, ପିକୁ ପରି ଚଳଚିତ୍ରରେ ଅଭିନୟ କରି ସେ ତାଙ୍କର ଶ୍ରେଷ୍ଠତ୍ବ ପ୍ରତିପାଦନ କରାଇପାରିଛନ୍ତି। ଅଭିନୟ ସହିତ ଅମିତାଭ କେତେକ ଚଳଚିତ୍ରରେ କଣ୍ଠଦାନ ମଧ୍ୟ କରିଛନ୍ତି।

କେବଳ ଭାରତରେ ନୁହେଁ, ଅମିତାଭଙ୍କ ଅଭିନିତ ଚଳଚିତ୍ର ବିଦେଶରେ ମଧ୍ୟ ବେଶ୍ ଆଦୃତି ଲାଭ କରିଛି। ତାଙ୍କ ଅଭିନିତ ଚଳଚିତ୍ର ବିଦେଶ ବକ୍ସ ଅଫିସରେ ମଧ୍ୟ ସୁପର ହିଟ ସାବ୍ୟସ୍ତ ହୋଇଛି। ସେଥିପାଇଁ ଅମିତାଭ ବଚ୍ଚନଙ୍କୁ ଫ୍ରାନ୍ସ ସରକାର ତାଙ୍କ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ Knight of the Legion of Honour 2007 ମସିହାରେ ପ୍ରଦାନ କରିଛନ୍ତି। 2015 ମସିହାରେ ଅମିତାଭ ବଚନ ‘ପିକୁ’ ଚଳଚିତ୍ର ପରେ ଆଉ କୌଣସି ଚଳଚିତ୍ରରେ ଅଭିନୟ କରି ନାହାଁନ୍ତି। କେବଳ ଚଳଚିତ୍ର ନୁହେଁ , ସେ ଟେଲିଭିଜନ ଜଗତରେ ମଧ୍ୟ ନିଜର ଅଭିନୟ ଚାତୁରୀ ପାଇଁ ସୁଖ୍ୟାତି ହାସଲ କରିପାରିଛନ୍ତି। “କୌନ ବନେଗା କରୋଡପତି” ଧାରାବାହିକରେ ଜଣେ ଘୋଷକ ଭାବେ ଅମିତାଭ ବଚନ ସାରା ଭାରତର ଟିଭି ପ୍ରେମୀଙ୍କ ନିକଟରେ ବେଶ୍ ଆଦୃତ ଲାଭ କରିଛନ୍ତି। ସେହିପରି ଜଣେ କଳାକାରଙ୍କୁ ଭାରତର ସର୍ବୋଚ୍ଚ ଚଳଚିତ୍ର ସମ୍ମାନରେ ସମ୍ମାନିତ କରିବା ନିଶ୍ଚିତ ପ୍ରସଂଶନୀୟ।

ଅମିତାଭ ବଚନ ହିନ୍ଦି ଚଳଚିତ୍ର ଜଗତରେ ବିଗ୍-ବି ଭାବେ ବେଶ୍ ପରିଚିତ। ବର୍ତ୍ତମାନ ଦେଶର ସେ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ଅଭିନେତା। ତାଙ୍କର ଏହି ରେକର୍ଡ ଭାଙ୍ଗିବା ବର୍ତ୍ତମାନ ପିଢୀର ଅଭିନେତାଙ୍କ ପାଇଁ କାଠିକର ପାଠ। ପ୍ରତିବର୍ଷ ଭାରତ ସରକାର ଦାଦା ସାହେବ ଫାଲକେ ପୁରସ୍କାର ଜଣେ ଶ୍ରେଷ୍ଠ ଚଳଚିତ୍ର ବ୍ୟକ୍ତିତ୍ବଙ୍କୁ ପ୍ରଦାନ କରିଆସୁଛନ୍ତି। ପୂର୍ବରୁ ଅଭିନେତ୍ରୀ ଦେବୀକା ରାଣୀ, ଅଭିନେତା ପୃଥିରାଜ କାପୁର, କଣ୍ଠଶିଳ୍ପୀ ମାନା ଦେ, ଅଭିନେତା ଶଶି କାପୁର, ସାମ ବେନିଗଲ ପ୍ରମୁଖ। ଗତ ବର୍ଷ ପ୍ରଖ୍ୟାତ ଅଭିନେତା ବିନୋଦ ଖାନ୍ନାଙ୍କୁ ମରଣୋତ୍ତର ଭାବେ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026
Latest News

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.