Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀପ ପଣ୍ଡା ହେବେ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ, ଏଆଇସିସି ଦେଲା ଅନୁମୋଦନ
ବିଶେଷ ଖବର

ଦିଲ୍ଲୀପ ପଣ୍ଡା ହେବେ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ, ଏଆଇସିସି ଦେଲା ଅନୁମୋଦନ

September 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Dillip Panda will be congress candidate for Bijepur By Election

Samikhsya Bureau

ଏଆଇସିସି ଓଡିଶାର ବିଜେପୁର ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ବିଜେପୁର ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାଥୀ ଚୟନ ନେଇ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ବୈଠକରେ ଆସିଥିବା ଆବେଦନ ଓ ବିଜୟ ସଂଭାବନା ଥିବା ପ୍ରାଥୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇ ଜଣେ ମହିଳା ପ୍ରାଥୀଙ୍କ ସମେତ ୪ ଜଣଙ୍କ ନାମ ବଛାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏଆଇସିସିକୁ ୩ ଜଣଙ୍କ ନାମ ପଠାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଗତ ନିର୍ବାଚନରେ ଦଳୀୟ ପ୍ରାଥୀ ହୋଇଥିବା ରିପୁନାଥ ସେଠଙ୍କ ପୁଅଙ୍କ ନାମ ସହ ଦିଲ୍ଲୀପ ପଣ୍ଡା ଓ ଅନ୍ୟ ଜଣଙ୍କ ନାମ ସୁପାରିଶ କରାଯାଇଥିଲା। କିନ୍ତୁ ଏଆଇସିସି ଦିଲ୍ଲୀପ ପଣ୍ଡାଙ୍କ ନାମକୁ ଅନୁମୋଦନ ଦେଇଛନ୍ତି।

କଂଗ୍ରେସ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ପିସିସି ଏକ ୯ ଜଣିଆ କମିଟି ଗଠନ କରିଛି । ଏଥିରେ ଗାଇସିଲେଟ ବ୍ଲକ ପାଇଁ ପ୍ରକାଶ ଚନ୍ଦ୍ର ଦେବତା ଓ ସମରେନ୍ଦ୍ର ମିଶ୍ର, ବିଜେପୁର ବ୍ଲକ ପାଇଁ ସତ୍ୟ ଭୂଷଣ ସାହୁ, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଚନ୍ଦ୍ର ଜେନା,ବିଜେପୁର ଏନଏସି ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା,ବରପାଲ୍ଲୀ ବ୍ଲକ ପାଇଁ ନିହାର ରଞ୍ଜନ ମହାନନ୍ଦଓ ସରୋଜ ମହାପାତ୍ର ଏବଂ ବରପାଲ୍ଲୀ ଏନଏସି ପାଇଁ ପ୍ରତାପ ଦେବତାଙ୍କୁ ଦାୟିତ୍ୱ ଦିଆଯାଇଛି। ଗତ ନିର୍ବାଚନରେ କଂଗ୍ରେସ ଏହି ନିର୍ବାଚନ ମଣ୍ଡଳିରେ ବହୁତ ଖରାପ ପ୍ରଦର୍ଶନ କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026
Latest News

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ

March 8, 2026

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.