Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀପ ପଣ୍ଡା ହେବେ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ, ଏଆଇସିସି ଦେଲା ଅନୁମୋଦନ
ବିଶେଷ ଖବର

ଦିଲ୍ଲୀପ ପଣ୍ଡା ହେବେ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ, ଏଆଇସିସି ଦେଲା ଅନୁମୋଦନ

September 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Dillip Panda will be congress candidate for Bijepur By Election

Samikhsya Bureau

ଏଆଇସିସି ଓଡିଶାର ବିଜେପୁର ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ବିଜେପୁର ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାଥୀ ଚୟନ ନେଇ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ବୈଠକରେ ଆସିଥିବା ଆବେଦନ ଓ ବିଜୟ ସଂଭାବନା ଥିବା ପ୍ରାଥୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇ ଜଣେ ମହିଳା ପ୍ରାଥୀଙ୍କ ସମେତ ୪ ଜଣଙ୍କ ନାମ ବଛାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏଆଇସିସିକୁ ୩ ଜଣଙ୍କ ନାମ ପଠାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଗତ ନିର୍ବାଚନରେ ଦଳୀୟ ପ୍ରାଥୀ ହୋଇଥିବା ରିପୁନାଥ ସେଠଙ୍କ ପୁଅଙ୍କ ନାମ ସହ ଦିଲ୍ଲୀପ ପଣ୍ଡା ଓ ଅନ୍ୟ ଜଣଙ୍କ ନାମ ସୁପାରିଶ କରାଯାଇଥିଲା। କିନ୍ତୁ ଏଆଇସିସି ଦିଲ୍ଲୀପ ପଣ୍ଡାଙ୍କ ନାମକୁ ଅନୁମୋଦନ ଦେଇଛନ୍ତି।

କଂଗ୍ରେସ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ପିସିସି ଏକ ୯ ଜଣିଆ କମିଟି ଗଠନ କରିଛି । ଏଥିରେ ଗାଇସିଲେଟ ବ୍ଲକ ପାଇଁ ପ୍ରକାଶ ଚନ୍ଦ୍ର ଦେବତା ଓ ସମରେନ୍ଦ୍ର ମିଶ୍ର, ବିଜେପୁର ବ୍ଲକ ପାଇଁ ସତ୍ୟ ଭୂଷଣ ସାହୁ, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଚନ୍ଦ୍ର ଜେନା,ବିଜେପୁର ଏନଏସି ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା,ବରପାଲ୍ଲୀ ବ୍ଲକ ପାଇଁ ନିହାର ରଞ୍ଜନ ମହାନନ୍ଦଓ ସରୋଜ ମହାପାତ୍ର ଏବଂ ବରପାଲ୍ଲୀ ଏନଏସି ପାଇଁ ପ୍ରତାପ ଦେବତାଙ୍କୁ ଦାୟିତ୍ୱ ଦିଆଯାଇଛି। ଗତ ନିର୍ବାଚନରେ କଂଗ୍ରେସ ଏହି ନିର୍ବାଚନ ମଣ୍ଡଳିରେ ବହୁତ ଖରାପ ପ୍ରଦର୍ଶନ କରିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025
Latest News

ସମସ୍ତଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ମାଗଣା ଜାତୀୟ ପାଠ୍ୟକ୍ରମ

November 19, 2025

ସର୍ଦ୍ଦାର @୧୫୦ ଏକତା ପଦଯାତ୍ରା ହେଉଛି ଏକତାବଦ୍ଧ ଜାତିର ହୃଦସ୍ପନ୍ଦନ: କେନ୍ଦ୍ରମନ୍ତ୍ରୀ

November 19, 2025

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025

ଷଷ୍ଠ ଜାତୀୟ ଜଳ ପୁରସ୍କାର ଏବଂ ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.