Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁରରେ ଉପ ନିର୍ବାଚନ ହେଉଛି ତ, କାହିଁ କିଛି ସୋର ଶବ୍ଦ ତ ଶୁଭୁନି ! 
ବିଶେଷ ଖବର

ବିଜେପୁରରେ ଉପ ନିର୍ବାଚନ ହେଉଛି ତ, କାହିଁ କିଛି ସୋର ଶବ୍ଦ ତ ଶୁଭୁନି ! 

October 7, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପୁରରେ ଉପ ନିର୍ବାଚନ ହେଉଛି ତ, କାହିଁ କିଛି ସୋର ଶବ୍ଦ ତ ଶୁଭୁନି ! 

କେଦାର ମିଶ୍ର 

୨୦୧୮,ଫେବୃଆରି ମାସ କଥା ଆପଣମାନଙ୍କର ମନେଥିବ ନିଶ୍ଚୟ। ପ୍ରାୟତଃ ଚର୍ଚ୍ଚାରେ ନଥିବା ପଶ୍ଚିମ ଓଡିଶାର ଏକ ନିର୍ବାଚନମଣ୍ଡଳୀ ହଠାତ ସାରା ଓଡିଶାରେ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। ଓଡିଶାର ସବୁ ରାଜନୈତିକ ଦଳ, ସାମ୍ବାଦିକ ଓ ରାଜନୀତି ପ୍ରତି ଆଗ୍ରହ ରଖିଥିବା ଲୋକଙ୍କ ପାଇଁ ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ସବୁଠୁ ବେଶୀ ଗୁରୁତ୍ଵ ବହନ କରିବା ଆରମ୍ଭ କଲା।୨୦୧୭ ମସିହାରେ ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ କ୍ରମାଗତ ଭାବେ ତିନିଥର ବିଧାୟକ ନିର୍ବାଚିତ ହୋଇଥିବା ସୁବଳ ସାହୁଙ୍କର ଅକାଳ ବିୟୋଗ ଘଟିଲା। ଯାହା ଫଳରେ ବିଜେପୁରରେ ସାଧାରଣ ନିର୍ବାଚନ ପୂର୍ବରୁ ଉପ ନିର୍ବାଚନ ହୋଇଥିଲା। ଫେବୃଆରି, ୨୦୧୮ର ବିଜେପୁର ଉପ ନିର୍ବାଚନ ଓଡିଶା ଇତିହାସରେ ସବୁଠୁ ଚର୍ଚ୍ଚିତ ଓ ସବୁଠୁ ଉତ୍ତେଜନା ପ୍ରବଣ ନିର୍ବାଚନ ଭାବରେ ସ୍ଥାନ ପାଇବ। ୨୦୧୯ ନିର୍ବାଚନରେ ଓଡିଶାରେ କ୍ଷମତା ଦଖଲ କରିବା ଲାଗି ବଦ୍ଧ ପରିକର ବୋଲି ଦାବି କରୁଥିବା ବିଜେପି ବିଜେପୁର ଉପ ନିର୍ବାଚନକୁ ସେମି ଫାଇନାଲ ଭାବରେ ଗ୍ରହଣ କରିଥିଲା। ଏହି ନିର୍ବାଚନ ଜିତିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ବିଜେପୁରରେ ଡେରା ପକାଇ ନିର୍ବାଚନ ପରିଚାଳନା କରିଥିଲେ। ଟେଲିଭିଜନ ଚାନେଲ ଗୁଡିକରେ ଏହି ଉପ ନିର୍ବାଚନର ସବୁ ଛୋଟ ବଡ ଘଟଣା ପ୍ରସାରିତ ହେଉଥିଲା। ବିଜେପି ସମର୍ଥିତ ଓଡିଶାର ଗୋଟେ ଟେଲିଭିଜନ ଚାନେଲ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରିଥିବା ଜଣେ ଅନାମଧେୟ ମହିଳାଙ୍କୁ ବିଜେପିର ସୁପରଷ୍ଟାର ଭାବେ ଉପସ୍ଥାପିତ କରିଥିଲା। ପରବର୍ତ୍ତୀ ସମୟରେ ବିଜେପୁରର ସବୁଠୁ ବଡ ଗାଁ କୁମ୍ଭାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭା କରୁଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ କରା ଯାଇଥିଲା। ଫେବୃଆରି ୨୦୧୮ ପୂର୍ବରୁ ଓଡିଶାର ଗଣମାଧ୍ୟମରେ ବିଜେପୁର ଛଡା ଅନ୍ୟ କିଛି ଖବର ନଥିଲା।

ସେହି ନିର୍ବାଚନରେ ବିଜେପିର ସବୁ ପ୍ରକାର କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୯୩୩ ଖଣ୍ଡ ଭୋଟରେ ଜିତିଥିଲେ। ସେମି ଫାଇନାଲରେ ବିଜେଡି ଜିତିଥିଲା ଓ ଫାଇନାଲରେ ମଧ୍ୟ ବିଜେଡି ଜିତିଲା। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ବିଜେପୁର ଚର୍ଚ୍ଚାକୁ ଆସିଲା, କାରଣ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ହିଂଜିଳି ଆସନ ସହିତ ବିଜେପୁରରୁ ମଧ୍ୟ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେ। ସ୍ଵାଭାବିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଆସନ ଭାବରେ ବିଜେପୁର ରେ ଫୋକସ ରହିଥିଲା। ମୁଖ୍ୟମନ୍ତ୍ରୀ ଜିତିବା ପରେ ହିଂଜିଳି କୁ ହାତରେ ରଖି ବିଜେପୁରରୁ ଇସ୍ତଫା ଦେଲେ। ତେଣୁ ଏଠାରେ ଆଉ ଥରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି। ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ନିର୍ବାଚନ ହେବ। ବିଜେଡି ତରଫରୁ ରୀତା ସାହୁ ଓ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନିର୍ବାଚନ ରେ ସାମ୍ନାସାମ୍ନି ହେଉଛନ୍ତି। ତେବେ ଗତ ଦୁଇଟି ନିର୍ବାଚନରେ ବିଜେପୁରରେ ଯେଉଁ ପ୍ରକାର ଉତ୍ତେଜନା, ଆକର୍ଷଣ ଓ ଆଗ୍ରହ ରହିଥିଲା, ଏ ନିର୍ବାଚନରେ ତାର କାଣିଚାଏ ମଧ୍ୟ ଦେଖିବାକୁ ମିଳୁନାହିଁ ।

ବିଜେପି ନେତାମାନେ ୨୦୧୮ରେ ଯେମିତି ତମ୍ଭି ତୋଫାନ କରୁଥିଲେ, ଏହି ନିର୍ବାଚନରେ ସେମାନେ ଏକ ପ୍ରକାର ଅସ୍ତ୍ର ତ୍ୟାଗ କରି ବସି ଯାଇଛନ୍ତି। ୨୦୧୮ ସେମି ଫାଇନାଲର ନେତୃତ୍ଵ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବିଜେଡ଼ିର ଘନିଷ୍ଠ ବନ୍ଧୁ ହୋଇ ଯାଇଛନ୍ତି। ଯଦିଓ ବିଜେପିର କିଛି ରାଜ୍ୟ ସ୍ତରୀୟ ନେତା କିଛି କିଛି ପାଟିଗୋଳ କରୁଛନ୍ତି, ତାହା କେବଳ ଲୋକ ଦେଖାଣିଆ। କେବଳ ନିର୍ବାଚନ ଲଢିବାକୁ ପଡିବ ବୋଲି ବିଜେପି ନିର୍ବାଚନ ଲଢୁଛି, ନଚେତ ଏହି ଲଢେଇରେ ବିଜେପିର କୌଣସି ଆଗ୍ରହ ନାହିଁ।ନିର୍ବାଚନ ପ୍ରଚାର ଲାଗି ଆଉ ମାତ୍ର ଦଶ ଦିନ ହାତରେ ସମୟ ଥିବା ବେଳେ ବିଜେପିର ବଡ ମୁଣ୍ଡ, କେହିବି ବିଜେପୁରକୁ ଯାଇନାହାନ୍ତି। ବିଜେପି ତରଫରୁ କେବଳ ଔପଚାରିକ ପ୍ରଚାର ବ୍ୟତୀତ ଅଧିକ କିଛି ହେଉନାହିଁ ।

ବିଜୁ ଜନତା ଦଳ କିନ୍ତୁ ପାରମ୍ପରିକ ଶୈଳୀରେ ନିର୍ବାଚନ ଲଢୁଛି। କୌଣସି ବି ନିର୍ବାଚନକୁ ହାଲୁକା ଭାବରେ ବିଜେଡି ନିଏ ନାହିଁ। କଂଗ୍ରେସ ଓ ବିଜେପି ବିଜେପୁର ନିର୍ବାଚନ ପାଇଁ ଚିନ୍ତା କରିବାର ଯଥେଷ୍ଟ ଆଗରୁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରି ସାରିଥିଲା। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ପରେ ରୀତା ସାହୁଙ୍କୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ରହିବାକୁ ସଙ୍କେତ ଦିଆ ସରିଥିଲା।ମନ୍ତ୍ରୀ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ମଲ୍ଲିକ ବହୁ ଆଗରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ। ବରଗଡ ଜିଲା ଓ ବିଜେପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେପି ନେତାମାନେ ବହୁ ଆଗରୁ ବିଜେଡିରେ ସାମିଲ ହୋଇସାରିଥିଲେ। ଉପ ନିର୍ବାଚନ ଆଗରୁ ବରଗଡ ଜିଲାର ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେଡି ନିଜର ନିର୍ବାଚନୀ ବାର୍ତ୍ତା ଦେଇ ସାରିଥିଲା। ଆଜିର ତାରିଖରେ ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ସଂଗଠନ ବିଜେଡି ହାତକୁ ଚାଲି ଆସିଛି। ତେଣୁ ବିଜେଡି ବିଜେପୁରରେ ସହଜ ଓ ସ୍ଵାଭାବିକ ଭାବରେ ଜିତିବ ବୋଲି ଏକ ଧାରଣା ବଳବତ୍ତର ହେଉଛି।

ନିର୍ବାଚନରେ ଯିଏ ଜିତୁ ବା ହାରୁ, ନିର୍ବାଚନର ଲଢେଇ ପ୍ରାଥମିକତା ପାଇବା କଥା। ଏଥର ବିଜେପୁର ଉପ ନିର୍ବାଚନରେ ଲଢେଇ ଏକା ନାହିଁ। ବିଜେପି ତରଫରୁ ପାଟକୁରାରେ ଯେଉଁ ନୀତି ଅବଲମ୍ବନ କରା ଯାଇଥିଲା, ବିଜେପୁରରେ ମଧ୍ୟ ସେହି ସମାନ ନୀତି ଗ୍ରହଣ କରାଯାଇଛି। କେବଳ ସ୍ଥାନୀୟ ନେତାମାନେ ଏହି ଲଢେଇରେ ସାମିଲ ରହିବେ, ହେଲେ ରାଜ୍ୟ ଓ କେନ୍ଦ୍ର ନେତାଏ ନୀରବ ରହିବେ। ଆଗରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ଆକ୍ରମଣ କରୁଥିଲେ। ଆଜିକାଲି ତାଙ୍କ ମୁହଁରେ ସହମତି ଓ ସମନ୍ବୟର ମନ୍ତ୍ର ଶୁଣିବାକୁ ମିଳୁଛି। ତେଣୁ ନିର୍ବାଚନ ପରିବେଶ ନିପଟ ପାଣିଚିଆ ଲାଗୁଛି। ଗଣମାଧ୍ୟମର ମଧ୍ୟ ବିଜେପୁରକୁ ନେଇ ବିଶେଷ ଆଗ୍ରହ ନାହିଁ।

 

BJD BJP cong
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026
Latest News

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.