Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମ୍ବାଦିକମାନେ ଏଣିକି ନିର୍ଦ୍ଦେଶ ଦେବେ ନେତାମାନେ କେମିତି ବସିବେ, କେମିତି ହସିବେ ଓ କେମିତି ବଞ୍ଚିବେ !!
ବିଶେଷ ଖବର

ସାମ୍ବାଦିକମାନେ ଏଣିକି ନିର୍ଦ୍ଦେଶ ଦେବେ ନେତାମାନେ କେମିତି ବସିବେ, କେମିତି ହସିବେ ଓ କେମିତି ବଞ୍ଚିବେ !!

January 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଶାଗ୍ର

ରାଜନୀତି କେମିତି କରାଯିବ, ସେ ବିଷୟରେ ରାଜନୈତିକ ଦଳଗୁଡିକ ଓ ସେମାନଙ୍କ ନେତା-ନେତ୍ରୀମାନେ ଆମ ସାମ୍ବାଦିକଙ୍କ ବଚନ ମାନିବାକୁ ବାଧ୍ୟ ବୋଲି ଆମ ସାମ୍ବାଦିକଙ୍କର ଗୋଟେ ଅନ୍ଧବିଶ୍ଵାସ ତିଆରି ହୋଇଯାଇଛି। ଆଗରୁ କୂଟନୀତିରେ ବଡି ଲାଙ୍ଗୁଏଜ  ବା ଅଙ୍ଗ ଲକ୍ଷଣର ତର୍ଜମା ହେଉଥିଲା। ଏବେ କିନ୍ତୁ ଦୈନନ୍ଦିନ ରାଜନୀତିରେ ଆମେ ଅଙ୍ଗ ଲକ୍ଷଣକୁ ନେଇ ବେଶୀ ଚିନ୍ତିତ।

ଆମେ ଭାବୁଛୁ, ନେତାମାନେ ଚାଷୀଙ୍କ କଥା କହିଲା ବେଳେ ଚାଷୀଙ୍କ ପରି ଦିଶିବା ଦରକାର। ଆଚ୍ଛା, ଚାଷୀ ଯେ ସିଏ ପିଜୁଳି ଖାଇପାରିବ ନାହିଁ। ଚଷା ଝିଅ ସୁନ୍ଦର ହୋଇ ପାରିବ ନାହିଁ। ଚାଷ କାମରେ ଥିବା ଲୋକ ସହରୀ ହୋଇ ପାରିବ ନାଇଁ। ବିଚିତ୍ର ଯୁକ୍ତି ସବୁ ଗଣମାଧ୍ୟମ ତିଆରି କରୁଛି। ଏମିତି କଥା ସବୁ ସୋସିଆଲ ମିଡିଆ ରେ ଚର୍ଚ୍ଚା ହେଲେ କିଛି କହିବାର ନାଇଁ। ସୋସିଆଲ ମିଡିଆ ହେଉଛି ସାହାଣ ମେଳା ଓ ସେଠି ସମସ୍ତଙ୍କ ପ୍ରବେଶ ଅବାଧ। ରାଜନୈତିକ ଦଳର ଟଙ୍କାଖିଆ ଟ୍ରୋଲ ସେଠି ଉତ୍ପାତ କରୁଥାନ୍ତି। ହେଲେ ଦାୟିତ୍ଵବାନ ଗଣମାଧ୍ୟମ ଯଦି ରାଜନୈତିକ ଦଳଙ୍କର ପ୍ରବଚକ ହୁଅନ୍ତି, ସେଠି କଥାଟି ଅଡୁଆ ଧରେ।

ହୋ ବାବୁ, କିଏ ଟ୍ରେନରେ ପିଜୁଳି କିଣି ଖାଇଲା, ତମେ ତାର ଫଟୋ ଉଠାଇ କହୁଛ କଣ ନା, ସେମାନେ ପିକନିକ କରିବାକୁ ଯାଉଛନ୍ତି। କେଉଁ ରାଜନୈତିକ ଦଳର କର୍ମୀ ହାତରୁ ପଇସା ଦେଇ ରାଜଧାନୀକୁ ରାଜନୀତି କରିବାକୁ ଆସନ୍ତି କି? ସବୁ ଦଳ ଲୋକଙ୍କୁ ଭୁବନେଶ୍ୱର କି ଦିଲ୍ଲୀ ବୁଲେଇବାକୁ ଲୋକ ଆଣନ୍ତି। ସବୁ ରାଜନୈତିକ ରାଲିରେ ପିକନିକ ଇ ହୁଏ। ଏଇଟା କି ଅପୂର୍ବ କଥା ଯେ ୟାକୁ ନେଇ ଏତେ ଡିଆଁ କୁଦା ଚାଲିଛି।

ଯେଉଁ ଟିଭି ଚାନେଲର ମାଲିକ ହେଲିକପ୍ଟର ନହେଲେ ନିଜ ନିର୍ବାଚନ ମଣ୍ଡଳୀ ଯାଇ ପାରନ୍ତି ନାଇଁ,  ସେ ଟିଭିରେ ଓ ତାଙ୍କ ୱେବ ସାଇଟରେ ଲେଖା ହେଉଛି, ନେତା ମାନେ ପ୍ଲେଜର ଟ୍ରିପ ରେ ଦିଲ୍ଲୀ ଯାଇଥିଲେ। ସେଠି ଚାଷୀ ପ୍ରସଙ୍ଗ ନଥିଲା। ତେବେ ଚାଷୀ ପ୍ରସଙ୍ଗ ଉଠାବାକୁ କଣ ସମସ୍ତଙ୍କୁ ଲେଙ୍ଗୁଟି ମାରି, କାଦୁଅ ମାଖି ଦିଲ୍ଲୀ ଯିବାକୁ ପଡିବ? ନେତା ଓ ନେତ୍ରୀ କୁଆଡେ ସୁରାସାକିରେ ମାତିଲେ।  ଯଦି ଆମେ କାଢୁଆ ସାମ୍ବାଦିକ ତେବେ ତାର ପ୍ରମାଣ ରଖି ତାଙ୍କୁ ପ୍ରଶ୍ନ ପଚାରିବା। ନିଜେ ଚିତ୍ର ଆଙ୍କି ନାରୀ ନେତ୍ରୀ ମାନଙ୍କ ଇଜ୍ଜତ ସହ ଖେଳିବା ସାମ୍ବାଦିକତା ନୁହଁ କି ମାନବିକତା ମଧ୍ୟ ନୁହଁ।

ଆଉ ଗୋଟେ କଥା, ରାଜନୀତିରେ କୁଆଡେ ଗ୍ଲାମର ଆସିଯାଇଛି ବୋଲି ଆମେ କାନ୍ଦୁଛୁ। ଆଚ୍ଛା, ରାଜନୀତି କଣ କେବଳ ଭୁର୍କୁଣ୍ଡା ମାନଙ୍କର ବ୍ୟାପାର? ସେଠି ସୁନ୍ଦର ହେବା ବି ଅପରାଧ? ଯିଏ ରାଜନୀତି କରିବ ସେ କଣ ସେଲଫି ନେଇ ପାରିବ ନାଇଁ। ଖୁସି ରେ ବସି ନିଜ ସାଙ୍ଗ ସାଥିଙ୍କ ସହ ଗପିବ ନାଇଁ?

ସାମ୍ବାଦିକମାନେ କଣ ଶେଷରେ  ନିର୍ଦ୍ଦେଶ ଦେବେ, କେଉଁ ରାଲିରେ ନେତାଏ କି ପ୍ରକାର ପୋଷାକ ପିନ୍ଧିବେ, ମୁହଁ ଗମ୍ଭୀର କରି ବସିବେ ନା ମୁରୁକି ହସା ଦେବେ, ପିଜୁଳି ଖାଇବେ ନା ଭାତ ଡାଲମାରେ କାମ ଚଳାଇବେ, ଭଲ ଲୁଗା ପିନ୍ଧିବେ ନା ମଇଳା କୋଚଟ ପିନ୍ଧିବେ ଇତ୍ୟାଦି ଇତ୍ୟାଦି।

ଆମ୍ଭ ମତରେ ଏଣିକି ସାମ୍ବାଦିକମାନେ ନିଜ ମାଲିକଙ୍କ ଛଡା ଓ ନିଜ ମାଲିକ ରହିଥିବା ଦଳ ଛଡା ବାକି ସମସ୍ତଙ୍କ ବ୍ୟକ୍ତିଗତ ଜୀବନରେ ରାହୁ ଭଳି ପଶିବେ ଓ ସାମ୍ବାଦିକତାରେ ସର୍ବଗ୍ରାସୀ ଚନ୍ଦ୍ରଗ୍ରହଣ ଲଗାଇଦେବେ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ବଡ ପଦକ୍ଷେପ ନେଲେ ପ୍ରସାଦ ହରିଚନ୍ଦନ

December 18, 2025
Latest News

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025

‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.