Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମ୍ବାଦିକମାନେ ଏଣିକି ନିର୍ଦ୍ଦେଶ ଦେବେ ନେତାମାନେ କେମିତି ବସିବେ, କେମିତି ହସିବେ ଓ କେମିତି ବଞ୍ଚିବେ !!
ବିଶେଷ ଖବର

ସାମ୍ବାଦିକମାନେ ଏଣିକି ନିର୍ଦ୍ଦେଶ ଦେବେ ନେତାମାନେ କେମିତି ବସିବେ, କେମିତି ହସିବେ ଓ କେମିତି ବଞ୍ଚିବେ !!

January 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଶାଗ୍ର

ରାଜନୀତି କେମିତି କରାଯିବ, ସେ ବିଷୟରେ ରାଜନୈତିକ ଦଳଗୁଡିକ ଓ ସେମାନଙ୍କ ନେତା-ନେତ୍ରୀମାନେ ଆମ ସାମ୍ବାଦିକଙ୍କ ବଚନ ମାନିବାକୁ ବାଧ୍ୟ ବୋଲି ଆମ ସାମ୍ବାଦିକଙ୍କର ଗୋଟେ ଅନ୍ଧବିଶ୍ଵାସ ତିଆରି ହୋଇଯାଇଛି। ଆଗରୁ କୂଟନୀତିରେ ବଡି ଲାଙ୍ଗୁଏଜ  ବା ଅଙ୍ଗ ଲକ୍ଷଣର ତର୍ଜମା ହେଉଥିଲା। ଏବେ କିନ୍ତୁ ଦୈନନ୍ଦିନ ରାଜନୀତିରେ ଆମେ ଅଙ୍ଗ ଲକ୍ଷଣକୁ ନେଇ ବେଶୀ ଚିନ୍ତିତ।

ଆମେ ଭାବୁଛୁ, ନେତାମାନେ ଚାଷୀଙ୍କ କଥା କହିଲା ବେଳେ ଚାଷୀଙ୍କ ପରି ଦିଶିବା ଦରକାର। ଆଚ୍ଛା, ଚାଷୀ ଯେ ସିଏ ପିଜୁଳି ଖାଇପାରିବ ନାହିଁ। ଚଷା ଝିଅ ସୁନ୍ଦର ହୋଇ ପାରିବ ନାହିଁ। ଚାଷ କାମରେ ଥିବା ଲୋକ ସହରୀ ହୋଇ ପାରିବ ନାଇଁ। ବିଚିତ୍ର ଯୁକ୍ତି ସବୁ ଗଣମାଧ୍ୟମ ତିଆରି କରୁଛି। ଏମିତି କଥା ସବୁ ସୋସିଆଲ ମିଡିଆ ରେ ଚର୍ଚ୍ଚା ହେଲେ କିଛି କହିବାର ନାଇଁ। ସୋସିଆଲ ମିଡିଆ ହେଉଛି ସାହାଣ ମେଳା ଓ ସେଠି ସମସ୍ତଙ୍କ ପ୍ରବେଶ ଅବାଧ। ରାଜନୈତିକ ଦଳର ଟଙ୍କାଖିଆ ଟ୍ରୋଲ ସେଠି ଉତ୍ପାତ କରୁଥାନ୍ତି। ହେଲେ ଦାୟିତ୍ଵବାନ ଗଣମାଧ୍ୟମ ଯଦି ରାଜନୈତିକ ଦଳଙ୍କର ପ୍ରବଚକ ହୁଅନ୍ତି, ସେଠି କଥାଟି ଅଡୁଆ ଧରେ।

ହୋ ବାବୁ, କିଏ ଟ୍ରେନରେ ପିଜୁଳି କିଣି ଖାଇଲା, ତମେ ତାର ଫଟୋ ଉଠାଇ କହୁଛ କଣ ନା, ସେମାନେ ପିକନିକ କରିବାକୁ ଯାଉଛନ୍ତି। କେଉଁ ରାଜନୈତିକ ଦଳର କର୍ମୀ ହାତରୁ ପଇସା ଦେଇ ରାଜଧାନୀକୁ ରାଜନୀତି କରିବାକୁ ଆସନ୍ତି କି? ସବୁ ଦଳ ଲୋକଙ୍କୁ ଭୁବନେଶ୍ୱର କି ଦିଲ୍ଲୀ ବୁଲେଇବାକୁ ଲୋକ ଆଣନ୍ତି। ସବୁ ରାଜନୈତିକ ରାଲିରେ ପିକନିକ ଇ ହୁଏ। ଏଇଟା କି ଅପୂର୍ବ କଥା ଯେ ୟାକୁ ନେଇ ଏତେ ଡିଆଁ କୁଦା ଚାଲିଛି।

ଯେଉଁ ଟିଭି ଚାନେଲର ମାଲିକ ହେଲିକପ୍ଟର ନହେଲେ ନିଜ ନିର୍ବାଚନ ମଣ୍ଡଳୀ ଯାଇ ପାରନ୍ତି ନାଇଁ,  ସେ ଟିଭିରେ ଓ ତାଙ୍କ ୱେବ ସାଇଟରେ ଲେଖା ହେଉଛି, ନେତା ମାନେ ପ୍ଲେଜର ଟ୍ରିପ ରେ ଦିଲ୍ଲୀ ଯାଇଥିଲେ। ସେଠି ଚାଷୀ ପ୍ରସଙ୍ଗ ନଥିଲା। ତେବେ ଚାଷୀ ପ୍ରସଙ୍ଗ ଉଠାବାକୁ କଣ ସମସ୍ତଙ୍କୁ ଲେଙ୍ଗୁଟି ମାରି, କାଦୁଅ ମାଖି ଦିଲ୍ଲୀ ଯିବାକୁ ପଡିବ? ନେତା ଓ ନେତ୍ରୀ କୁଆଡେ ସୁରାସାକିରେ ମାତିଲେ।  ଯଦି ଆମେ କାଢୁଆ ସାମ୍ବାଦିକ ତେବେ ତାର ପ୍ରମାଣ ରଖି ତାଙ୍କୁ ପ୍ରଶ୍ନ ପଚାରିବା। ନିଜେ ଚିତ୍ର ଆଙ୍କି ନାରୀ ନେତ୍ରୀ ମାନଙ୍କ ଇଜ୍ଜତ ସହ ଖେଳିବା ସାମ୍ବାଦିକତା ନୁହଁ କି ମାନବିକତା ମଧ୍ୟ ନୁହଁ।

ଆଉ ଗୋଟେ କଥା, ରାଜନୀତିରେ କୁଆଡେ ଗ୍ଲାମର ଆସିଯାଇଛି ବୋଲି ଆମେ କାନ୍ଦୁଛୁ। ଆଚ୍ଛା, ରାଜନୀତି କଣ କେବଳ ଭୁର୍କୁଣ୍ଡା ମାନଙ୍କର ବ୍ୟାପାର? ସେଠି ସୁନ୍ଦର ହେବା ବି ଅପରାଧ? ଯିଏ ରାଜନୀତି କରିବ ସେ କଣ ସେଲଫି ନେଇ ପାରିବ ନାଇଁ। ଖୁସି ରେ ବସି ନିଜ ସାଙ୍ଗ ସାଥିଙ୍କ ସହ ଗପିବ ନାଇଁ?

ସାମ୍ବାଦିକମାନେ କଣ ଶେଷରେ  ନିର୍ଦ୍ଦେଶ ଦେବେ, କେଉଁ ରାଲିରେ ନେତାଏ କି ପ୍ରକାର ପୋଷାକ ପିନ୍ଧିବେ, ମୁହଁ ଗମ୍ଭୀର କରି ବସିବେ ନା ମୁରୁକି ହସା ଦେବେ, ପିଜୁଳି ଖାଇବେ ନା ଭାତ ଡାଲମାରେ କାମ ଚଳାଇବେ, ଭଲ ଲୁଗା ପିନ୍ଧିବେ ନା ମଇଳା କୋଚଟ ପିନ୍ଧିବେ ଇତ୍ୟାଦି ଇତ୍ୟାଦି।

ଆମ୍ଭ ମତରେ ଏଣିକି ସାମ୍ବାଦିକମାନେ ନିଜ ମାଲିକଙ୍କ ଛଡା ଓ ନିଜ ମାଲିକ ରହିଥିବା ଦଳ ଛଡା ବାକି ସମସ୍ତଙ୍କ ବ୍ୟକ୍ତିଗତ ଜୀବନରେ ରାହୁ ଭଳି ପଶିବେ ଓ ସାମ୍ବାଦିକତାରେ ସର୍ବଗ୍ରାସୀ ଚନ୍ଦ୍ରଗ୍ରହଣ ଲଗାଇଦେବେ।

Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

July 6, 2026

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ରନ୍ଧନ ଗ୍ୟାସ ଯୋଗାଣ ଉପରେ ଉଠିଲା ଜରୁରୀକାଳୀନ ନିୟନ୍ତ୍ରଣ

July 6, 2026

ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଇଣ୍ଡୋନେସିଆ ଗସ୍ତ

July 6, 2026

ଧାନବାଦ ଏବଂ ଆଖପାଖ ଅଞ୍ଚଳରେ ବେଆଇନ କୋଇଲା ଖନନକୁ ନେଇ ଚିନ୍ତା ବ୍ୟକ୍ତ କଲେ ଗୃହ ମନ୍ତ୍ରୀ

July 6, 2026
Latest News

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

July 6, 2026

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

July 6, 2026

ଗଣ୍ଠିବାତ ନିରାକରଣ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

July 6, 2026

ବାଙ୍କିପୁରରୁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହେବେ କି ପ୍ରଶାନ୍ତ କିଶୋର?: ସ୍ପଷ୍ଟ କଲେ ଆରଜେଡି, କଂଗ୍ରେସ

July 6, 2026

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା: ବସ୍ତାରୁ ମିଳିଥିଲା ନାବାଳିକାର ମୃତଦେହ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.