Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପଛରେ ଜୟ ଶାହାଙ୍କୁ ବିସିସିଆଇ ସମ୍ପାଦକ କରିବାର ପରୋକ୍ଷ ଉଦ୍ଦେଶ୍ୟ ରହିଥିଲା କି?
ବିଶେଷ ଖବର

ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପଛରେ ଜୟ ଶାହାଙ୍କୁ ବିସିସିଆଇ ସମ୍ପାଦକ କରିବାର ପରୋକ୍ଷ ଉଦ୍ଦେଶ୍ୟ ରହିଥିଲା କି?

October 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପଛରେ ଜୟ ଶାହାଙ୍କୁ ବିସିସିଆଇ ସମ୍ପାଦକ କରିବାର ପରୋକ୍ଷ ଉଦ୍ଦେଶ୍ୟ ରହିଥିଲା କି?

କେଦାର ମିଶ୍ର

ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ! ପରିଶେଷରେ ଭାରତୀୟ କ୍ରିକେଟ ବୋର୍ଡ ବିଜେପିର ପାରିବାରିକ ସମ୍ପତ୍ତି ପାଲଟିଗଲା।

ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକଦା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଲୋକଙ୍କଠାରୁ ମୁକ୍ତ କରିବା ପାଇଁ ଓ କ୍ରିକେଟ ପ୍ରଶାସନରେ ଖେଳାଳୀମାନଙ୍କର ଭୂମିକାକୁ ବ୍ୟାପକ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆର.ଏମ.ଲୋଧାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୁନର୍ଗଠନ ସହିତ ଏହାର ସମ୍ବିଧାନ ସଂଶୋଧନ ଲାଗି ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଜଷ୍ଟିସ ଲୋଧା ବାରମ୍ବାର କ୍ରିକେଟକୁ ରାଜନୈତିକ ନେତାଙ୍କ କବଳରୁ ମୁକ୍ତ ରଖିବା ପାଇଁ ଯୁକ୍ତି କରୁଥିଲେ। ଏକଦା ଜାତୀୟ କ୍ରିକେଟ ବୋର୍ଡ ଓ ରାଜ୍ୟ ବୋର୍ଡ ଗୁଡିକରେ ରାଜନୈତିକ ଦଳମାନଙ୍କର ପ୍ରଭାବ ରହୁଥିବାରୁ ଏହାକୁ କ୍ରୀଡା ବିକାଶର ଏକ ସଂଗଠନ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ଚାହୁଁଥିଲେ। ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ଶରଦ ପାୱାର, ସ୍ଵର୍ଗତ ଅରୁଣ ଜେଟଲି, ଲାଲୁ ଯାଦବଙ୍କ ପରି ନେତା ଆଉ କ୍ରିକେଟ ବୋର୍ଡକୁ ଆସି ପାରିବେ ନାହିଁ ବୋଲି କୁହାଗଲା।

ବିସିସିଆଇର ସମ୍ବିଧାନ ସଂଶୋଧନ ଓ ନୂଆ କମିଟି ଗଠନ ହେବା ଯାଏ ସୁପ୍ରିମ କୋର୍ଟ ଜଣେ ସ୍ଵତନ୍ତ୍ର ପ୍ରଶାସକଙ୍କୁ ଏଥିପାଇଁ ପାଇଁ ନିଯୁକ୍ତି ଦେଇଥିଲେ। ଏହି ଦାୟିତ୍ଵ ,ମିଳିଥିଲା ପୂର୍ବତନ ସିଏଜି ବିନୋଦ ରାୟଙ୍କୁ । ଇଏ ହେଉଛନ୍ତି ସେଇ ବିନୋଦ ରାୟ ଯିଏ ମନମୋହନ ସିଂ ସରକାରଙ୍କ ବିରୋଧରେ ଦୁର୍ନୀତିର ଏକ କାଳ୍ପନିକ ଅଙ୍କ ତିଆରି କରିଥିଲେ। କଂଗ୍ରେସ ସରକାରକୁ ବଦନାମ କରିଥିବାରୁ ମୋଦୀ ସରକାରରେ ତାଙ୍କୁ ବହୁ ଓଜନଦାର ପଦ ପଦବୀ ମିଳିଛି। ଗତ କିଛି ବର୍ଷ ଭିତରେ ବିସିସିଆଇ ର ମୁଖିଆ ଭାବରେ ସେ ଅପରିମିତ କ୍ଷମତା ବ୍ୟବହାର କରିଛନ୍ତି। ଭାରତୀୟ କ୍ରିକେଟରେ ସଂସ୍କାର ଆଣିବାକୁ ତାଙ୍କୁ ଯେଉଁ ଦାୟିତ୍ଵ ଦିଆ ଯାଇଥିଲା, ସେଥିରେ ସେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି!

ଯଦିଓ ବିସିସିଆଇ ସଭାପତି ଭାବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିର୍ବାଚିତ ହୋଇଛନ୍ତି, ହେଲେ ସମ୍ପାଦକ ଭାବରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଓ କୋଷାଧ୍ୟକ୍ଷ ଭାବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମଲ ବିନା ପ୍ରତିଯୋଗିତାରେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ଚାପରୁ ବିସିସିଆଇ କୁ ମୁକ୍ତ କରିବାକୁ ଯାଇ ଏହାକୁ ବିଜେପି ରାଜନୀତିର ପାରିବାରିକ ସମ୍ପତ୍ତି ଭାବରେ ଟେକି ଦିଆ ଯାଇଛି।

ଏ ପ୍ରସଙ୍ଗରେ ଏବେ ହଠାତ ଗୋଟେ କଥା ମନକୁ ଆସୁଛି। ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନର ଅଳ୍ପ କେଇ ଦିନ ଆଗରୁ ହଠାତ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଏକ ପୁରୁଣା କେସରେ  ଗିରଫ କରିଥିଲା। ସେତେବେଳେ ଏହାର ରହସ୍ୟ ବୁଝି ହେଉନଥିଲା। ଏବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ବିସିସିଆଇ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ, ଏହା ପଛରେ ରହିଥିବା ସମ୍ଭାବ୍ୟ ଉଦ୍ଦେଶ୍ୟ ଏବେ ସ୍ପଷ୍ଟ ହେବା ଆରମ୍ଭ କରିଛି। ଜୟ ଶାହାଙ୍କୁ ସମ୍ପାଦକ କରିବା ଲାଗି କି ପ୍ରକାର ଉଦ୍ୟମ ହୋଇଥିଲା, ସେ କଥା ଏବେ ବୁଝିବାରେ ଆଉ ବିଶେଷ ଅସୁବିଧା ହେବାର ନାହିଁ।

ଏକଦା କଂଗ୍ରେସର ପରିବାରବାଦକୁ ନେଇ ଭାରତର ରାଜନୀତି ପଡୁଥିଲା ଓ ଉଠୁଥିଲା। ଆଜି ପରିବାରବାଦ କଥା ଉଠାଇବାକୁ ଆମର ଗଣମାଧ୍ୟମ ଛାନିଆ ହୋଇ ପଡୁଛି। ଦେଶର ଗୃହମନ୍ତ୍ରୀଙ୍କ ପୁଅ ଓ ଅର୍ଥମନ୍ତ୍ରୀଙ୍କ ଭାଇ ସବୁଠୁ ଧନୀ କ୍ରୀଡା ଅନୁଷ୍ଠାନର ସମ୍ପାଦକ ତଥା କୋଷାଧ୍ୟକ୍ଷ ହେବା ପଛରେ କି ପ୍ରକାର ଗୋଟି ଚାଳନା ହୋଇଛି, ତାହା ଆଶୀର୍ବାଦ ବେହେରା ଘଟଣାରୁ ସ୍ପଷ୍ଟ ହୋଇଯିବ। ଓଡିଶା କ୍ରିକେଟ ଆସୋସିଏସନ ସହିତ ବୃଜେଶ ପଟେଲ ଗୋଷ୍ଠୀର ସୁସମ୍ପର୍କକୁ ଭାଙ୍ଗିବା ଲାଗି ଏକ ବଡ ଷଡଯନ୍ତ୍ର ରଚନା କରାଯାଇଥିଲା, ଯେଉଁ ବିଷୟରେ ଗଣମାଧ୍ୟମ ଚିନ୍ତା କରିବାର ସୁଯୋଗ ମଧ୍ୟ ପାଇନଥିଲା।

ତେବେ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ସୁପ୍ରିମ କୋର୍ଟ ବିସିସିଆଇରେ ଯେଉଁ ସଂସ୍କାର କଥା କହିଥିଲେ, ତାହା ଆଜି ଏକ ହାସ୍ୟାସ୍ପଦ ବ୍ୟବସ୍ଥାରେ ପରିଣତ ହୋଇଛି। ରାଜନୈତିକ ନେତାଙ୍କ ପରିବାର ହାତକୁ ବିସିସିଆଇର ମାଲିକାନା ଆପେ ଆପେ ପୁଣିଥରେ ଚାଲି ଯାଇଛି।

BCCI kedarmishra OCA କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ମିଥ୍ୟା ଦାବିର ପର୍ଦ୍ଦାଫାସ: ସମସ୍ତ ୩୬ ଟି ରାଫେଲର ଟେଣ୍ଡର ଡକ୍ୟୁମେଣ୍ଟ ଜାରି କଲା ବାୟୁସେନା

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ମୋଦି ମନ୍ତ୍ରୀମଣ୍ଡଳରେ ପୁନର୍ଗଠନ ହେବ କି?: ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍

June 23, 2026
Latest News

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.