ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୪୭ ଲକ୍ଷ ନୂଆ ଗ୍ରାହକ ଯୋଡିଛି। ଏୟାର୍ଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀମାନେ ଏହି ସମୟରେ ଲକ୍ଷ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଜିଓ ଏହାର କାୟା ବିସ୍ତାର କରି ଚାଲିଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଜିଓ ହେଉଛି ଓଡିଶାର ଏକ ମାତ୍ର କମ୍ପାନି, ଯିଏକି ଅଗଷ୍ଟରେ ନୂଆ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଛି। ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଓ ଉପଭୋକ୍ତା ଯୋଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ବୃହତ୍ ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାରେ ମୋଟ୍ ମୋବାଇଲ ଉପଭୋକ୍ତା ସଂଖ୍ୟା ୪.୦୮ ଲକ୍ଷ ହ୍ରାସ ଘଟିଛି। ଏୟାର୍ଟେଲ ପ୍ରତିଥର ଭଳି ଏଥର ମଧ୍ୟ ଅଗଷ୍ଟରେ ୧.୧୮ ଲକ୍ଷ ଗ୍ରାହକ ହରାଇଛି। ସେହିଭଳି ଭୋଡାଫୋନ୍ ଆଇଡିଆ ୧.୧୧ ଲକ୍ଷ ଗ୍ରାହକ ହରାଇଥିବାବେଳେ ବିଏସ୍ଏନ୍ଏଲ୍ ୫.୨୫ ଲକ୍ଷରୁ ଊଦ୍ଧ୍ବ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଅଗଷ୍ଟରେ ଜାତୀୟ ସ୍ତରରେ ମଧ୍ୟ ଜିଓ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ମାସରେ ସମଗ୍ର ଦେଶରେ ଜିଓ ୮୪.୪୫ ଲକ୍ଷ ଉପଭୋକ୍ତା ଯୋଡିଛି। ଦେଶର ଏକମାତ୍ର ଟେଲିକମ୍ କମ୍ପାନି ଭାବେ ଜିଓ ଅଧିକ ଉପଭୋକ୍ତା ଯୋଡ଼ିଛି। ଅନ୍ୟ ଟେଲିକମ୍ କମ୍ପାନି ମଧ୍ୟରେ ଭୋଡାଫୋନ୍ ଆଇଡିଆ ୪୯.୫୬ ଲକ୍ଷରୁ ଊଦ୍ଧ୍ୱର୍ ଗ୍ରାହକ ହରାଇଥିବାବେଳେ ଏୟାର୍ଟେଲ ଏବଂ ବିଏସ୍ଏନ୍ଏଲ୍ ମଧ୍ୟ ଲକ୍ଷାଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ପ୍ରକାଶଯୋଗ୍ୟ, ରିଲାଏନ୍ସ ଜିଓ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ଉପଭୋକ୍ତା ଯୋଡ଼ି ସବୁଠାରୁ ପସନ୍ଦଯୋଗ୍ୟ ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି। ଓଡ଼ିଶା ବଜାରରେ ସେବା ପ୍ରଦାନ କରିବାର ୩ ବର୍ଷ ମଧ୍ୟରେ ଏହା ୨୦୧୯ ଜୁନରେ ୧ କୋଟି ଗ୍ରାହକ ହାସଲ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛି। ସମ୍ପୂର୍ଣ୍ଣ ୪ଜି ନେଟୱାର୍କ, ୪ଜି ନେଟୱର୍କ କଭରେଜର ଦ୍ରୁତ ସମ୍ପ୍ରସାରଣ ଏବଂ ବହୁ ଲୋକପ୍ରିୟ ତଥା ପକେଟକୁ ସୁହାଉଥିବା ଜିଓଫୋନ୍ ଜରିଆରେ ଏହା ପ୍ରତିମାସ ବୃହତ୍ ସଂଖ୍ୟାରେ ଗ୍ରାହକ ଯୋଡ଼ି ଚାଲିଛି। ଜିଓ ଇତିମଧ୍ୟରେ ଜିଓଫୋନ୍ ଦିୱାଲି ୨୦୧୯ ଅଫର ଆଣିଛି।ଏହି ଅଫର ଜରିଆରେ ୪ଜି ସମର୍ଥିତ ଜିଓଫୋନ୍ ମାତ୍ର ୬୯୯ ଟଙ୍କାରେ ଉପଲ୨ ଏବଂ ପରବର୍ତ୍ତୀ ରିଚାର୍ଜଗୁଡିକରେ ଏଥିରେ ଅତିରିକ୍ତ ମାଗଣା ଡାଟା ମିଳିବ।