Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ରିଲାଏନ୍ସ ଜିଓ ଯୋଡିଲା ୩ ଲକ୍ଷ ୪୭ ହଜାର ଗ୍ରାହକ, ବିଏସ୍ଏନଲ ହରାଇଲା ୫ ଲକ୍ଷ
ବିଶେଷ ଖବର

ଓଡିଶାରେ ରିଲାଏନ୍ସ ଜିଓ ଯୋଡିଲା ୩ ଲକ୍ଷ ୪୭ ହଜାର ଗ୍ରାହକ, ବିଏସ୍ଏନଲ ହରାଇଲା ୫ ଲକ୍ଷ

October 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Jio adds 3.47 lakh subscribers in Odisha in August while others lose subscribers in lakhs:

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର :  ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୪୭ ଲକ୍ଷ ନୂଆ ଗ୍ରାହକ ଯୋଡିଛି। ଏୟାର୍ଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀମାନେ ଏହି ସମୟରେ ଲକ୍ଷ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଜିଓ ଏହାର କାୟା ବିସ୍ତାର କରି ଚାଲିଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଜିଓ ହେଉଛି ଓଡିଶାର ଏକ ମାତ୍ର କମ୍ପାନି, ଯିଏକି ଅଗଷ୍ଟରେ ନୂଆ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଛି। ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଓ ଉପଭୋକ୍ତା ଯୋଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ବୃହତ୍ ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାରେ ମୋଟ୍‍ ମୋବାଇଲ ଉପଭୋକ୍ତା ସଂଖ୍ୟା ୪.୦୮ ଲକ୍ଷ ହ୍ରାସ ଘଟିଛି। ଏୟାର୍ଟେଲ ପ୍ରତିଥର ଭଳି ଏଥର ମଧ୍ୟ ଅଗଷ୍ଟରେ ୧.୧୮ ଲକ୍ଷ ଗ୍ରାହକ ହରାଇଛି। ସେହିଭଳି ଭୋଡାଫୋନ୍ ଆଇଡିଆ ୧.୧୧ ଲକ୍ଷ ଗ୍ରାହକ ହରାଇଥିବାବେଳେ ବିଏସ୍ଏନ୍ଏଲ୍ ୫.୨୫ ଲକ୍ଷରୁ ଊଦ୍ଧ୍ବ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଅଗଷ୍ଟରେ ଜାତୀୟ ସ୍ତରରେ ମଧ୍ୟ ଜିଓ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ମାସରେ ସମଗ୍ର ଦେଶରେ ଜିଓ ୮୪.୪୫ ଲକ୍ଷ ଉପଭୋକ୍ତା ଯୋଡିଛି। ଦେଶର ଏକମାତ୍ର ଟେଲିକମ୍ କମ୍ପାନି ଭାବେ ଜିଓ ଅଧିକ ଉପଭୋକ୍ତା ଯୋଡ଼ିଛି। ଅନ୍ୟ ଟେଲିକମ୍ କମ୍ପାନି ମଧ୍ୟରେ ଭୋଡାଫୋନ୍ ଆଇଡିଆ ୪୯.୫୬ ଲକ୍ଷରୁ ଊଦ୍ଧ୍ୱର୍ ଗ୍ରାହକ ହରାଇଥିବାବେଳେ ଏୟାର୍ଟେଲ ଏବଂ ବିଏସ୍ଏନ୍ଏଲ୍ ମଧ୍ୟ ଲକ୍ଷାଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ପ୍ରକାଶଯୋଗ୍ୟ, ରିଲାଏନ୍ସ ଜିଓ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ଉପଭୋକ୍ତା ଯୋଡ଼ି ସବୁଠାରୁ ପସନ୍ଦଯୋଗ୍ୟ ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି। ଓଡ଼ିଶା ବଜାରରେ ସେବା ପ୍ରଦାନ କରିବାର ୩ ବର୍ଷ ମଧ୍ୟରେ ଏହା ୨୦୧୯ ଜୁନରେ ୧ କୋଟି ଗ୍ରାହକ ହାସଲ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛି। ସମ୍ପୂର୍ଣ୍ଣ ୪ଜି ନେଟୱାର୍କ, ୪ଜି ନେଟୱର୍କ କଭରେଜର ଦ୍ରୁତ ସମ୍ପ୍ରସାରଣ ଏବଂ ବହୁ ଲୋକପ୍ରିୟ ତଥା ପକେଟକୁ  ସୁହାଉଥିବା ଜିଓଫୋନ୍ ଜରିଆରେ ଏହା ପ୍ରତିମାସ ବୃହତ୍ ସଂଖ୍ୟାରେ ଗ୍ରାହକ ଯୋଡ଼ି ଚାଲିଛି। ଜିଓ ଇତିମଧ୍ୟରେ ଜିଓଫୋନ୍ ଦିୱାଲି ୨୦୧୯ ଅଫର ଆଣିଛି।ଏହି ଅଫର ଜରିଆରେ ୪ଜି ସମର୍ଥିତ ଜିଓଫୋନ୍ ମାତ୍ର ୬୯୯ ଟଙ୍କାରେ ଉପଲ୨ ଏବଂ ପରବର୍ତ୍ତୀ ରିଚାର୍ଜଗୁଡିକରେ ଏଥିରେ ଅତିରିକ୍ତ ମାଗଣା ଡାଟା ମିଳିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026
Latest News

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.