Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସିନେମାରେ କାହାଣୀ ମୂଳ, ବାକି ସବୁ ପଛ : ସବ୍ୟସାଚୀ ମହାପାତ୍ର
ବିଶେଷ ଖବର

ସିନେମାରେ କାହାଣୀ ମୂଳ, ବାକି ସବୁ ପଛ : ସବ୍ୟସାଚୀ ମହାପାତ୍ର

October 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Interview with Odia film director Sabyasachi Mohaptra

ସମୀକ୍ଷା ବ୍ୟୁରୋ

ସିନେମା ପ୍ରସ୍ତୁତିରେ କାହାଣୀ ମୂଳ ଉପାଦାନ ଓ ଏହା ଠିକ ରହିଲେ ବାକି ସବୁ ଛୋଟମୋଟ ଭୁଲକୁ କେହି ପ୍ରାୟତଃ ଧରନ୍ତି ନାହିଁ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦଶମ କେ ଏଲ ଏଫ କର୍ଣ୍ଣର ଅବସରରେ ଏକଥା କହିଛନ୍ତି ।

ସିନେମାପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ଗହଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ଵାରା ନିୟମିତ ଆୟୋଜିତ ହେଉଥିବା କେ ଏଲଏଫ କର୍ଣ୍ଣରରେ କବି କେଦାର ମିଶ୍ରଙ୍କ ସହିତ କଥୋପକନ ସମୟରେ ସେ ତାଙ୍କ ଜୀବନର ଅନେକ ସ୍ମୃତି ବଖାଣି ଥିଲେ ଓ କିପରି  ବିଗତ ଦିନର ସଫଳ ବ୍ୟବସାୟିକ ଚଳଚ୍ଚିତ୍ର “ସବୁ ମାୟାରେ ବାୟା’ର ନିର୍ଦ୍ଦେଶକ କଳାତ୍ମକ ସିନେମା ପ୍ରସ୍ତୁତିରେ ପାଦ ଥାପିଥିଲେ ସେ ବିଷୟରେ କହିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ ବମ୍ବେରୁ ଅଶି ଦଶକର ଶେଷ ଭାଗରେ ଫେରିବା ପରେ ସେ ନିଜ ଖର୍ଚ୍ଚ ରେ ଫିଲ୍ମଟିଏ ତିଆରି କରିବାକୁ ଭାବୁଥିଲେ ଓ ସେଥିପାଇଁ କଳାତ୍ମକ ଫିଲ୍ମ ଦିଗକୁ ଆସିଲେ  । ସେହି ସମୟରେ ତାଙ୍କର ସମ୍ବଲପୁରୀ ଫିଲ୍ମ ‘ଭୁକା’ ଆସିଥିଲା ଯାହା ଦେଶବିଦେଶରେ ଚର୍ଚ୍ଚିତ ହୋଇଥିଲା, କିନ୍ତୁ ପ୍ରଯୁକ୍ତିପ୍ରୟୋଗ ଦୃଷ୍ଟିରୁ ନିମ୍ନ ଶୈଳୀର ଥିଲା ।

କାରଣ ଏହି ଫିଲ୍ମଟି ୧୬ଏ ମ ଏମ ରିଲରେ ପ୍ରସ୍ତୁତି ହେଇଥିଲା, ଯାହାକି ସେଟବେଳର୩୫ ଏମ ଏମ ରିଲ ତୁଳନାରେ ନିମ୍ନମନର ଥିଲା ।

ଏ ବିଷୟରେ ନିଜ ଯୁକ୍ତି ବାଢି ଶ୍ରୀ ମହାପାତ୍ର କହିଥିଲେ “ଫିଲ୍ମ ନିର୍ମାଣରେ କାହାଣୀ ଭଲ ହେଲେ, ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ପ୍ରାୟତଃ ସମସ୍ତେ ନଜର ଅନ୍ଦାଜ କରନ୍ତି । ‘ଭୁଖା’ କୁ ଜାତୀୟ ପୁରସ୍କାର ମିଳିଲା ନାହିଁ ସତ, ହେଲେ ଦେଶବିଦେଶରେ ଏହା ଉଚ୍ଚ ପ୍ରଶଂସିତ ହେଇଥିଲା କାରଣ  ଏହାର କାହାଣୀ ଉଚ୍ଚ ମାନର ଥିଲା ।“

ସମ୍ବଲପୁରୀ ଉପାଦାନ

ସବ୍ୟସାଚୀ ମହାପାତ୍ର ପଶ୍ଚିମ ଓଡିଶାର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କର ଅନେକ ଚଳଚ୍ଚିତ୍ରରେ ସମ୍ବଲପୁରୀ ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ମହକ ଦେଖିବାକୁ ମିଳିଥାଏ । ତାଙ୍କର ଅନ୍ୟତମ ସିନେମା ‘ସୂର୍ଯ୍ୟମୁଖୀ’ରେ ମୁଖ୍ୟ ଚରିତ୍ରର ସମ୍ବଲପୁରୀର ବସ୍ତ୍ର ସମ୍ବନ୍ଧରେ ଭଲ ପାଇବା ଦେଖିବାକୁ ମିଳିଥିଲା ।

ତଥାପି ଏହିସବୁ ବିଷୟ ବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ବ୍ୟୟସାପେକ୍ଷ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ବିପଦପୂର୍ଣ୍ଣ ହୋଇପାରେ ।

ସେ କହିଥିଲେ “ କିଛି ଫିଲ୍ମ ନିର୍ମାତା ଏପରି ଫିଲ୍ମ ନିର୍ମାଣ କରିବାକୁ ଚାହାନ୍ତି , ଯେଉଁଥିରୁ ସେମାନେ ବ୍ୟବସାୟିକ ସଫଳତା ଆଶା କରନ୍ତି । ଆଉ କିଛି ନିର୍ମାତା କେବଳ ଭଲ ଫିଲ୍ମ ନିର୍ମାଣ ହେଉ ସେ ବିଷୟରେ ଆଗ୍ରହୀ । ମୋ କ୍ଷେତ୍ରରେ ବ୍ୟବସାୟିକ ସଫଳତା ପାଇବାର ଇଚ୍ଛା ଗୌଣ, ଭଲ ଚଳଚ୍ଚିତ୍ର ନିର୍ମାଣର ପ୍ରାଥମିକତା ଅଧିକ।“

ଏହି ଅବସରରେ ଅନେକ ଦର୍ଶକ ଶ୍ରୀ ମହାପାତ୍ରଙ୍କ ସହିତ ବାର୍ତ୍ତାଳାପ କରିବାର ଓ ତାଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଶେଷରେ ଶ୍ରୀ ମହାପାତ୍ରଙ୍କୁ କେଏଲ ଏଫ କର୍ଣ୍ଣର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.