Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସିନେମାରେ କାହାଣୀ ମୂଳ, ବାକି ସବୁ ପଛ : ସବ୍ୟସାଚୀ ମହାପାତ୍ର
ବିଶେଷ ଖବର

ସିନେମାରେ କାହାଣୀ ମୂଳ, ବାକି ସବୁ ପଛ : ସବ୍ୟସାଚୀ ମହାପାତ୍ର

October 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Interview with Odia film director Sabyasachi Mohaptra

ସମୀକ୍ଷା ବ୍ୟୁରୋ

ସିନେମା ପ୍ରସ୍ତୁତିରେ କାହାଣୀ ମୂଳ ଉପାଦାନ ଓ ଏହା ଠିକ ରହିଲେ ବାକି ସବୁ ଛୋଟମୋଟ ଭୁଲକୁ କେହି ପ୍ରାୟତଃ ଧରନ୍ତି ନାହିଁ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦଶମ କେ ଏଲ ଏଫ କର୍ଣ୍ଣର ଅବସରରେ ଏକଥା କହିଛନ୍ତି ।

ସିନେମାପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ଗହଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ଵାରା ନିୟମିତ ଆୟୋଜିତ ହେଉଥିବା କେ ଏଲଏଫ କର୍ଣ୍ଣରରେ କବି କେଦାର ମିଶ୍ରଙ୍କ ସହିତ କଥୋପକନ ସମୟରେ ସେ ତାଙ୍କ ଜୀବନର ଅନେକ ସ୍ମୃତି ବଖାଣି ଥିଲେ ଓ କିପରି  ବିଗତ ଦିନର ସଫଳ ବ୍ୟବସାୟିକ ଚଳଚ୍ଚିତ୍ର “ସବୁ ମାୟାରେ ବାୟା’ର ନିର୍ଦ୍ଦେଶକ କଳାତ୍ମକ ସିନେମା ପ୍ରସ୍ତୁତିରେ ପାଦ ଥାପିଥିଲେ ସେ ବିଷୟରେ କହିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ ବମ୍ବେରୁ ଅଶି ଦଶକର ଶେଷ ଭାଗରେ ଫେରିବା ପରେ ସେ ନିଜ ଖର୍ଚ୍ଚ ରେ ଫିଲ୍ମଟିଏ ତିଆରି କରିବାକୁ ଭାବୁଥିଲେ ଓ ସେଥିପାଇଁ କଳାତ୍ମକ ଫିଲ୍ମ ଦିଗକୁ ଆସିଲେ  । ସେହି ସମୟରେ ତାଙ୍କର ସମ୍ବଲପୁରୀ ଫିଲ୍ମ ‘ଭୁକା’ ଆସିଥିଲା ଯାହା ଦେଶବିଦେଶରେ ଚର୍ଚ୍ଚିତ ହୋଇଥିଲା, କିନ୍ତୁ ପ୍ରଯୁକ୍ତିପ୍ରୟୋଗ ଦୃଷ୍ଟିରୁ ନିମ୍ନ ଶୈଳୀର ଥିଲା ।

କାରଣ ଏହି ଫିଲ୍ମଟି ୧୬ଏ ମ ଏମ ରିଲରେ ପ୍ରସ୍ତୁତି ହେଇଥିଲା, ଯାହାକି ସେଟବେଳର୩୫ ଏମ ଏମ ରିଲ ତୁଳନାରେ ନିମ୍ନମନର ଥିଲା ।

ଏ ବିଷୟରେ ନିଜ ଯୁକ୍ତି ବାଢି ଶ୍ରୀ ମହାପାତ୍ର କହିଥିଲେ “ଫିଲ୍ମ ନିର୍ମାଣରେ କାହାଣୀ ଭଲ ହେଲେ, ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ପ୍ରାୟତଃ ସମସ୍ତେ ନଜର ଅନ୍ଦାଜ କରନ୍ତି । ‘ଭୁଖା’ କୁ ଜାତୀୟ ପୁରସ୍କାର ମିଳିଲା ନାହିଁ ସତ, ହେଲେ ଦେଶବିଦେଶରେ ଏହା ଉଚ୍ଚ ପ୍ରଶଂସିତ ହେଇଥିଲା କାରଣ  ଏହାର କାହାଣୀ ଉଚ୍ଚ ମାନର ଥିଲା ।“

ସମ୍ବଲପୁରୀ ଉପାଦାନ

ସବ୍ୟସାଚୀ ମହାପାତ୍ର ପଶ୍ଚିମ ଓଡିଶାର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କର ଅନେକ ଚଳଚ୍ଚିତ୍ରରେ ସମ୍ବଲପୁରୀ ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ମହକ ଦେଖିବାକୁ ମିଳିଥାଏ । ତାଙ୍କର ଅନ୍ୟତମ ସିନେମା ‘ସୂର୍ଯ୍ୟମୁଖୀ’ରେ ମୁଖ୍ୟ ଚରିତ୍ରର ସମ୍ବଲପୁରୀର ବସ୍ତ୍ର ସମ୍ବନ୍ଧରେ ଭଲ ପାଇବା ଦେଖିବାକୁ ମିଳିଥିଲା ।

ତଥାପି ଏହିସବୁ ବିଷୟ ବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ବ୍ୟୟସାପେକ୍ଷ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ବିପଦପୂର୍ଣ୍ଣ ହୋଇପାରେ ।

ସେ କହିଥିଲେ “ କିଛି ଫିଲ୍ମ ନିର୍ମାତା ଏପରି ଫିଲ୍ମ ନିର୍ମାଣ କରିବାକୁ ଚାହାନ୍ତି , ଯେଉଁଥିରୁ ସେମାନେ ବ୍ୟବସାୟିକ ସଫଳତା ଆଶା କରନ୍ତି । ଆଉ କିଛି ନିର୍ମାତା କେବଳ ଭଲ ଫିଲ୍ମ ନିର୍ମାଣ ହେଉ ସେ ବିଷୟରେ ଆଗ୍ରହୀ । ମୋ କ୍ଷେତ୍ରରେ ବ୍ୟବସାୟିକ ସଫଳତା ପାଇବାର ଇଚ୍ଛା ଗୌଣ, ଭଲ ଚଳଚ୍ଚିତ୍ର ନିର୍ମାଣର ପ୍ରାଥମିକତା ଅଧିକ।“

ଏହି ଅବସରରେ ଅନେକ ଦର୍ଶକ ଶ୍ରୀ ମହାପାତ୍ରଙ୍କ ସହିତ ବାର୍ତ୍ତାଳାପ କରିବାର ଓ ତାଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଶେଷରେ ଶ୍ରୀ ମହାପାତ୍ରଙ୍କୁ କେଏଲ ଏଫ କର୍ଣ୍ଣର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.