Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  
ବିଶେଷ ଖବର

ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  

October 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପୁର ଉପ ନିର୍ବାଚନ, ବିଜେଡି ଜିତିବ ତ ନିଶ୍ଚୟ, ହେଲେ ବ୍ୟବଧାନ କେତେ ରହିବ!  
  • କେଦାର ମିଶ୍ର

ଅର୍ଥନୀତି ପଢିଥିବା ଲୋକେ  ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଆଧାରରେ ଆସନ୍ତା ୨୧ ରେ ହେବାକୁ ଥିବା ଉପ ନିର୍ବାଚନର ଆକଳନ କରିବା ଏବେ ସହଜ ହୋଇଯାଉଛି। ବିଜେପୁର ଉପ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ବିରୋଧରେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠିଥିବା ବିଜେପିର ସେତେବେଳର ରଣନୀତି ଓ ସାଧାରଣ ନିର୍ବାଚନ ଆଗର ରଣନୀତି ଭିତରେ ବିଶେଷ କିଛି ଫରକ ନଥିବା ବେଳେ ଏହି ଉପ ନିର୍ବାଚନରେ ବିଜେପି ଅନେକଟା ଶିଥିଳ ହୋଇ ପଡିଛି। ବୋଧହୁଏ ଗତ ଦୁଇଟି ଯାକ ନିର୍ବାଚନରେ ବିଜେପି ଭୋଗିଥିବା ଲଜ୍ଜାଜନକ ପରାଜୟରୁ ଦଳ ହତାଶ ହୋଇଛି ନିଶ୍ଚୟ!! ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର ସ୍ଥାନୀୟ ନେତାଙ୍କ ଉପରେ ଭରସା ନରଖି ବିଜୁ ଜନତା ଦଳରୁ ବହିଷ୍କୃତ  ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ଏହାର ପ୍ରତିବାଦରେ ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ଓ ବରିଷ୍ଠ ବିଜେପି ନେତା ଗୌରହରି ମିଶ୍ର ଦଳ ଛାଡିଥିଲେ। ଯାହାର ପରିଣାମ ବିଜେପିକୁ ଭୋଗିବାକୁ ପଡିଲା।

ଏବେ ଉପ ନିର୍ବାଚନ ହେବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି ଅଛି। ସେହି ସମୟର ରାଜନୈତିକ ବାସ୍ତବତା ଅନୁଯାୟୀ, ବିଜେପୁରରେ ବିଜେପି ଲାଗି ଯେଉଁମାନେ ସହଯୋଗୀ ସାବ୍ୟସ୍ତ ହୋଇଥାନ୍ତେ ସେଥିରୁ ଅଧିକାଂଶ ବିଜେଡି ଶିବିରରେ ବହୁ ଆଗରୁ ମିଶି ସାରିଛନ୍ତି। ବାସ୍ତବରେ ଯେଉଁମାନେ ଏକଦା ବିଜେପୁରରେ ବିଜେପିର ମଙ୍ଗ ସମ୍ଭାଳୁଥିଲେ, ସେମାନେ ମଧ୍ୟ ଏବେ ବିଜେଡିରେ ମିଶି ସାରିଛନ୍ତି। ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେପୁର ମଇଦାନରେ ବିଜେଡି ନିଜକୁ ଅଧିକ ଶକ୍ତିଶାଳୀ କରିଛି। ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ପ୍ରଭାବଶାଳୀ ନେତାମାନେ ଏବେ ବିଜେଡି ଶିବିରର କାମ କରୁଛନ୍ତି। ତେଣୁ ବିଜେପି ସେଠି ଚାହିଁଲେ ମଧ୍ୟ ଭଲ ଲଢେଇ ଦେଇ ପାରିବ ନାହିଁ।

ଆପାତତଃ ବିଜେପୁର ଉପ ନିର୍ବାଚନରେ ଜୟ ପରାଜୟ ଆଉ ପ୍ରଶ୍ନ ହୋଇ ରହିନାହିଁ। ପ୍ରଶ୍ନ ହେଉଛି ବିଜେଡି କେତେ ଅଧିକ ଭୋଟ ବ୍ୟବଧାନରେ ଜିତିବ। ଗତ ଦୁଇଟି ନିର୍ବାଚନ ତୁଳନାରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କର ଭୋଟ ବ୍ୟବଧାନ ବଢିବ ନା କମିବ, ଏବେ ତାହା ହିଁ ସବୁଠୁ ବଡ ଚର୍ଚ୍ଚା। କେହି କହୁନାହାନ୍ତି ଯେ, ବିଜେପୁରରେ କଡା ମୁକାବିଲା ହେବ ବା ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ସେଠି ଜିତି ଯାଇପାରନ୍ତି।

ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ ବୋଲି ଏକ ପ୍ରକାର ଦୃଢ ଧାରଣା ତିଆରି ହେବା ପଛରେ ବିଜେଡ଼ିର ନିଜସ୍ଵ ସଂଗଠନ ଅପେକ୍ଷା ବିଜେପିର ଅସ୍ତ୍ରତ୍ୟାଗ, ଏକ ବଡ କାରଣ। ବିଜେପି ସେଠାରେ ନାମକୁ ମାତ୍ର ନିର୍ବାଚନ ଲଢିଲା ପରି ମନେ ହେଉଛି। ବିଜେପିର ପ୍ରଚାରରେ ସେମିତି କିଛି ଆନ୍ତରିକତା ନାହିଁ। ଅବଶ୍ୟ ପାଟକୁରାରେ ମଧ୍ୟ ବିଜେପି ଜାଣିଶୁଣି ନିଜକୁ ପ୍ରଚାର ବିମୁଖ କରି ରଖିଥିଲା। ଗୋଟିଏ ରାଜ୍ୟସଭା ଆସନ ବଦଳରେ ବିଜେଡ଼ିକୁ ଦୁଇଟି ବିଧାନସଭା ଆସନ ଛାଡି ଦେବାକୁ ବିଜେପି ଏକ ରକମ ବାଧ୍ୟ।

ଏବେ ଯାହା ଶୁଣା ଯାଉଛି, ଆଗାମୀ ଦିନରେ ଆଉ ଗୋଟିଏ କିମ୍ବା ଦୁଇଟି ରାଜ୍ୟସଭା ଆସନ ବିଜେପିକୁ ଦେବାରେ ବିଜେଡି କାର୍ପଣ୍ୟ କରିବ ନାହିଁ। ତାହାରି ପ୍ରତିବଦଳରେ ଓଡିଶା ରାଜନୀତିରେ ବିଜେପି ନିଜକୁ ନିୟନ୍ତ୍ରିତ କରି ରଖିବାକୁ ବାଧ୍ୟ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.