Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ଲଢିବାକୁ ଲୋକଙ୍କ ଅଭାବ ବା ସମସ୍ୟା ନୁହେଁ, ପାକିସ୍ତାନ ହିଁ ଲଢେଇର ଅସଲ ପ୍ରସଙ୍ଗ!
ବିଶେଷ ଖବର

ନିର୍ବାଚନ ଲଢିବାକୁ ଲୋକଙ୍କ ଅଭାବ ବା ସମସ୍ୟା ନୁହେଁ, ପାକିସ୍ତାନ ହିଁ ଲଢେଇର ଅସଲ ପ୍ରସଙ୍ଗ!

October 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ଲଢିବାକୁ ଲୋକଙ୍କ ଅଭାବ ବା ସମସ୍ୟା ନୁହେଁ, ପାକିସ୍ତାନ ହିଁ ଲଢେଇର ଅସଲ ପ୍ରସଙ୍ଗ!

କେଦାର ମିଶ୍ର

ଆଜି ଯେତେବେଳେ ଦେଶର ଦୁଇଟି ପ୍ରମୁଖ ରାଜ୍ୟ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ଲୋକେ ଭୋଟ ଦେବାକୁ ଯିବେ, ସେତେବେଳେ ତାଙ୍କ ଆଗରେ ମୁଖ୍ୟ ପ୍ରସଙ୍ଗ ତାଙ୍କ ନିଜର ଅଭାବ ବା ସମସ୍ୟା ନୁହଁ, ବରଂ ପଡୋଶୀ ଶତ୍ରୁ ପାକିସ୍ତାନ ହିଁ ଥିବ ଏକମାତ୍ର ଖବରର ପ୍ରସଙ୍ଗ। ଏ ନିର୍ବାଚନ ପ୍ରଚାରରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଆମକୁ ବୁଝାଇ ଦେଇଛନ୍ତି, କାଶ୍ମୀରରେ ୭୦ ଲକ୍ଷ ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବା ଏକ ଜାତୀୟ ସଫଳତା। ସେହିପରି ଆହୁରି ମଧ୍ୟ ଆମକୁ ବୁଝାଇ ଦିଆ ଯାଇଛି ଯେ, ଆମେ ପ୍ରତିଦିନ ପାକିସ୍ତାନ ସହିତ ଯୁଦ୍ଧ ଲଢୁଛୁ। ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନର ଠିକ ୨୪ ଘଣ୍ଟା ଆଗରୁ ଆମର ସେନାବାହିନୀ ପାକ ଅଧିକୃତ କାଶ୍ମୀରରେ ଆଉ କିଛି ସନ୍ତ୍ରାସବାଦୀ ଶିବିରକୁ ଉଡାଇ ଦେଇଛନ୍ତି। ଏହା ବୀରତ୍ବର କାମ ନିଶ୍ଚୟ। ତେବେ ପୃଥିବୀରେ ଥିବା ସବୁ ସନ୍ତ୍ରାସବାଦୀଙ୍କ ଭିତରୁ ପାକ ଅଧିକୃତ କାଶ୍ମୀରରେ ଥିବା ସନ୍ତ୍ରାସବାଦୀମାନେ ବୋଧେ ଟିକେ ବୋକା! ଏମାନେ ଭାରତର ସେନାବାହିନୀ ନିରନ୍ତର ସର୍ଜିକାଲ ଷ୍ଟ୍ରାଇକ କରୁଥିବା ଇଲାକାରେ ହିଁ ନିଜର ଶିବିର ପକାଉଛନ୍ତି କେମିତି!

ତେବେ ସେନାବାହିନୀ ସୀମାନ୍ତରେ ନିଜର ଅପରେସନ କରିବା ପାଇଁ ପୂର୍ଣ୍ଣ କ୍ଷମତାପ୍ରାପ୍ତ ଓ ସେନାର ବୀରତ୍ଵକୁ ନେଇ ଆମେ ଗର୍ବିତ। ଖାଲି ଆମର ପ୍ରଶ୍ନ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନର ସଠିକ ଆଗରୁ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ, ଲୋକସଭା ନିର୍ବାଚନ ଆଗରୁ ବାଲାକୋଟ ଷ୍ଟ୍ରାଇକ ଓ ମହାରାଷ୍ଟ୍ର/ହରିୟାନା ନିର୍ବାଚନ ଆଗରୁ ଏହି ପାକ ଅଧିକୃତ କାଶ୍ମୀରରେ ଷ୍ଟ୍ରାଇକ କଣ ସଂଯୋଗ ବଶତଃ ଘଟୁଛି। ତାଳ ଉପରେ କୁଆ ବସିଲା ବେଳେ ତାଳ ପଡୁଛି ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି?

ଏ ସବୁ ପ୍ରଶ୍ନ ପଚାରିଲେ ଦେଶଦ୍ରୋହୀ ବୋଲାଇବାର ସମ୍ଭାବନା ରହିଛି, ତେଣୁ ଆମେ ସେ ଦିଗକୁ ଯିବା ନାହିଁ। ଆମର ଅତି ନିରୀହ ପ୍ରଶ୍ନ କିଛି ରହିଛି। ପାକିସ୍ତାନ ସହିତ ବର୍ଷ ବର୍ଷ ଧରି ଛାୟା ଯୁଦ୍ଧ କରିବା ଅପେକ୍ଷା ଚୂଡାନ୍ତ ଯୁଦ୍ଧ ଲଢିବା ଶ୍ରେୟସ୍କର ନୁହେଁ କି? ପ୍ରତି ନିର୍ବାଚନ ପୂର୍ବରୁ ସେନାବାହିନୀର ଶୌର୍ୟକୁ ଏକ ନିର୍ଦ୍ଦିଷ୍ଟ ଦଳର ପୋଷ୍ଟର କରିବା ଏକ ଭୟଙ୍କର ସଙ୍କେତ ବୋଲି ଆମେ ବୁଝି ପାରୁନୁ କେମିତି?

ତେବେ ଗତକାଲି ଘଟିଥିବା ପାକ ଅଧିକୃତ କାଶ୍ମୀରରେ ଘଟିଥିବା ସେନାର ବୀରତ୍ଵପୂର୍ଣ୍ଣ ପ୍ରଦର୍ଶନକୁ ନେଇ ଏଥର ଟୁଇଟର ଯୋଦ୍ଧାମାନେ ଟିକେ ଶିଥିଳ ପଡି ଯାଇଛନ୍ତି। ହୁଏତ ଶାସକ ଦଳର ଟ୍ରୋଲ ମାନେ ଆସନ୍ତା କାଲି ଏ ବିଷୟରେ ଟିକେ ଅଧିକ ମୁଖର ହୋଇ ପାରନ୍ତି। ଗତକାଲି ଆମର ଦୁଇଜଣ ଜବାନ ଶହୀଦ ହୋଇଛନ୍ତି ଓ ଜେନ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ସୀମାନ୍ତ ସେପାଖୁ ଗୁଳି ବର୍ଷାରେ ୟା ଭିତରେ ଆମର ବହୁ ଜବାନ ଓ ସାଧାରଣ ଲୋକ ମଲେଣି। ପଞ୍ଜାବରେ ଆସି ଏକାଧିକ ବାର ପାକିସ୍ତାନର ଡ୍ରୋନ ଅସ୍ତ୍ର ଶସ୍ତ୍ର ପକାଇ ଚାଲିଗଲାଣି। ତେବେ ସେ ବିଷୟରେ କିଛି ପଚାରିଲେ, ବହୁତ ଅସୁବିଧା।

ଏପଟେ କୁହା ଯାଉଛି ମହାରାଷ୍ଟ୍ର ଓ ହରିୟାନାରେ ବିଜେପିର ବିଜୟ ନିର୍ଦ୍ଧାରିତ ହୋଇ ରହିଛି। ତା ସତ୍ତ୍ୱେ ମଧ୍ୟ ଏହି ଦୁଇ ରାଜ୍ୟର ନିର୍ବାଚନରେ ପାକିସ୍ତାନ ହିଁ ପାକିସ୍ତାନ କାହିଁକି? ପିଆଜ ଦାରାକୁ ଦେଖି ଲୁହ ଗଡାଉଥିବା ଲୋକଙ୍କୁ ପାକିସ୍ତାନ ବିରୋଧରେ ଭାଷଣ ଦେବାର ମାନେ କଣ? ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ ଲଢେଇ ନେବାର ନିଷ୍ପତ୍ତିକୁ କେହି ବିରୋଧ କରିବେ ନାହିଁ। ହେଲେ ପାକିସ୍ତାନ ବିରୋଧରେ ଲଢେଇ କୁ ଚିରନ୍ତନ ଭାବରେ ଯଦି ଘରୋଇ ନିର୍ବାଚନ ରାଜନୀତିରେ ବ୍ୟବହାର କରାଯାଏ, ଏହାର ପରିଣତି ଭବିଷ୍ୟତରେ ସାଂଘାତିକ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

January 11, 2026
Latest News

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.