Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାଗ୍ୟ ଉଦୟ ପାଇଁ ଧନତେରାସ୍‌ରେ ଆଣନ୍ତୁ ଏହି ୫ଟି ଜିନିଷ
ବିଶେଷ ଖବର

ଭାଗ୍ୟ ଉଦୟ ପାଇଁ ଧନତେରାସ୍‌ରେ ଆଣନ୍ତୁ ଏହି ୫ଟି ଜିନିଷ

October 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦୀପାବଳି ପୂର୍ବରୁ ଧନତେରାସ୍‌  ପାଳନ କରାଯାଇଥାଏ। ଚଳିତ ଥର ଅକ୍ଟୋବର ୨୫ ତାରିଖରେ ଧନତେରାସ୍‌ ପର୍ବ ପାଳନ କରାଯିବ। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସି କୃପା ବର୍ଷା କରିଥା’ନ୍ତି। ସେହିପରି ଏହି ଦିନରେ ନୂତନ ଜିନିଷ କ୍ରୟ କରିବାର ମହତ୍ତ୍ବ ବେଶ୍‌ ରହିଥାଏ। ଏହି ଦିନ ଏହି ୫ଟି ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ୫ଟି ସାମଗ୍ରୀ ଭିତରୁ ଗୋଟିଏ ଜିନିଷ ଆଣିବା ଦ୍ବାରା ଲକ୍ଷ୍ମୀ ଓ କୁବେରଙ୍କୁ କୃପା ପାଇପାରିବେ। ଏହାସହିତ ଆପଣଙ୍କୁ ଆଉ ଧନର ଅଭାବ ପରିଲକ୍ଷିତ ହେବ ନାହିଁ।

ତେବେ ସେହି ପାଞ୍ଚଟି ଜିନିଷ ଭିତରେ ରହିଛି-

ସୁନା ଓ ରୂପା :

ଧନତେରାସ୍‌ରେ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭ ମନାଯାଇଥାଏ। ତେବେ ଏହି ଦିନରେ ଆପଣ ଅତ୍ୟଧିକ ମୂଲ୍ୟବାନ ଗହଣା କିଣିଯଦି ନପାରୁଛନ୍ତି। ତେବେ ଛୋଟ ତଥା ଶସ୍ତା ଗହଣା ମଧ୍ୟ କିଣିପାରିବେ।

ବାସନ କୁସନ :

ଯଦି ଆପଣ ସୁନା ଓ ରୂପାର ଗହଣା କିଣି ପାରୁନାହାନ୍ତି ତେବେ କିଛି ବାସନ କିଣିପାରନ୍ତି। ଏହି ଦିନ ଯଦି ଆପଣ ଗୋଟିଏ ଚାମଚ ବି କିଣୁଛନ୍ତି, ତେବେ ତାହା ଅତ୍ୟନ୍ତ ଫଳଦାୟୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଏହି ଚାମଚକୁ ପୂଜାରେ ସାମିଲ୍‌ କରନ୍ତୁ। ଏହା ଦ୍ବାରା ଆପଣଙ୍କ ସମୃଦ୍ଧି ହେବ।

ଧନିଆ : 

ଏହି ଦିନ ଧନିଆ କିଣିବାର ପରମ୍ପରା ରହିଛି। ଧନତେରାସ୍‌ରେ ଧନିଆ କିଣିବା ବହୁତ ଶୁଭ ହୋଇଥାଏ। ଏହା ସମୃଦ୍ଧିର ପ୍ରତୀକ ଭାବେ ବିଚାର କରାଯାଏ। ଲକ୍ଷ୍ମୀ ପୂଜା ସମୟରେ ଧନିଆକୁ ଲକ୍ଷ୍ମୀ ମା’ଙ୍କ ପାଖେ ଲଗାନ୍ତୁ ଓ ପୂଜା ପରେ ଏହାକୁ କୌଣସି କୁଣ୍ଡ ତଥା ବଗିଚାରେ ବୁଣି ଦିଅନ୍ତି। ଆଉ କିଛି ଧନିଆ ଗୋମତୀ ଚକ୍ର ସହ ନିଜ ଆଲମାରୀରେ ରଖନ୍ତୁ । ଏହାଦ୍ବାରା ଧନର ଅଭାବ ଆଉ ହେବ ନାହିଁ।

ଝାଡୁ :

ଧନତେରାସ ଅବରରେ ଝାଡୁ କ୍ରୟ କରିବା ବହୁତ ଭଲ ହୋଇଥାଏ। ଧନତେରାସରେ ଝାଡୁ କିଣିବା ଦର ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଦୀପାବଳି ଦିନ ଝାଡୁକୁ ପୂଜା କରି ଉପଯୋଗ କରନ୍ତୁ।

କଉଡ଼ି :

ଧନତେରାସରେ କଉଡି କିଣି ଆଲମାରୀରେ ରଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ଯେ, ସମୁଦ୍ର ମନ୍ଥନ ଦ୍ବାରା ମାତା ଲକ୍ଷ୍ମୀ ପ୍ରକଟ ହୋଇଥିଲେ ଓ ତାଙ୍କ ସହିତ କଉଡ଼ି ମଧ୍ୟ ଆସିଥିଲା। ଆଲମାରୀରେ କଉଡ଼ି ରଖିବା ଦ୍ବାରା ଧନ ଭରପୂର ରହିଥାଏ।

ଶୃଙ୍ଗାର ଦ୍ରବ୍ୟ ଉପହାରରେ ଦିଅନ୍ତୁ

ଧନତେରାସରେ ବିବାହିତା ମହିଳାଙ୍କୁ ଷୋଳ ଶୃଙ୍ଗାରକୁ ଉପହାର ସ୍ବରୂପରେ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏତଦବ୍ୟତୀତ ଲାଲ ରଙ୍ଗର ଶାଢି ଓ ସିନ୍ଦୂର ଦେବା ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025

ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା

August 22, 2025

ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ଭାରତୀୟ ରେଳବାଇ

August 22, 2025

ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ 

August 22, 2025

ସଦନରେ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକସଭା ବାଚସ୍ପତି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.