Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାଗ୍ୟ ଉଦୟ ପାଇଁ ଧନତେରାସ୍‌ରେ ଆଣନ୍ତୁ ଏହି ୫ଟି ଜିନିଷ
ବିଶେଷ ଖବର

ଭାଗ୍ୟ ଉଦୟ ପାଇଁ ଧନତେରାସ୍‌ରେ ଆଣନ୍ତୁ ଏହି ୫ଟି ଜିନିଷ

October 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧନତେରାସ୍‌
ଭାଗ୍ୟ ଉଦୟ ପାଇଁ ଧନତେରାସ୍‌ରେ ଆଣନ୍ତୁ ଏହି ୫ଟି ଜିନିଷ

ସମୀକ୍ଷା ବ୍ୟୁରୋ

ଦୀପାବଳି ପୂର୍ବରୁ ଧନତେରାସ୍‌  ପାଳନ କରାଯାଇଥାଏ। ଚଳିତ ଥର ଅକ୍ଟୋବର ୨୫ ତାରିଖରେ ଧନତେରାସ୍‌ ପର୍ବ ପାଳନ କରାଯିବ। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସି କୃପା ବର୍ଷା କରିଥା’ନ୍ତି। ସେହିପରି ଏହି ଦିନରେ ନୂତନ ଜିନିଷ କ୍ରୟ କରିବାର ମହତ୍ତ୍ବ ବେଶ୍‌ ରହିଥାଏ। ଏହି ଦିନ ଏହି ୫ଟି ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ୫ଟି ସାମଗ୍ରୀ ଭିତରୁ ଗୋଟିଏ ଜିନିଷ ଆଣିବା ଦ୍ବାରା ଲକ୍ଷ୍ମୀ ଓ କୁବେରଙ୍କୁ କୃପା ପାଇପାରିବେ। ଏହାସହିତ ଆପଣଙ୍କୁ ଆଉ ଧନର ଅଭାବ ପରିଲକ୍ଷିତ ହେବ ନାହିଁ।

ତେବେ ସେହି ପାଞ୍ଚଟି ଜିନିଷ ଭିତରେ ରହିଛି-

ସୁନା ଓ ରୂପା :

ଧନତେରାସ୍‌ରେ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭ ମନାଯାଇଥାଏ। ତେବେ ଏହି ଦିନରେ ଆପଣ ଅତ୍ୟଧିକ ମୂଲ୍ୟବାନ ଗହଣା କିଣିଯଦି ନପାରୁଛନ୍ତି। ତେବେ ଛୋଟ ତଥା ଶସ୍ତା ଗହଣା ମଧ୍ୟ କିଣିପାରିବେ।

ବାସନ କୁସନ :

ଯଦି ଆପଣ ସୁନା ଓ ରୂପାର ଗହଣା କିଣି ପାରୁନାହାନ୍ତି ତେବେ କିଛି ବାସନ କିଣିପାରନ୍ତି। ଏହି ଦିନ ଯଦି ଆପଣ ଗୋଟିଏ ଚାମଚ ବି କିଣୁଛନ୍ତି, ତେବେ ତାହା ଅତ୍ୟନ୍ତ ଫଳଦାୟୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଏହି ଚାମଚକୁ ପୂଜାରେ ସାମିଲ୍‌ କରନ୍ତୁ। ଏହା ଦ୍ବାରା ଆପଣଙ୍କ ସମୃଦ୍ଧି ହେବ।

ଧନିଆ : 

ଏହି ଦିନ ଧନିଆ କିଣିବାର ପରମ୍ପରା ରହିଛି। ଧନତେରାସ୍‌ରେ ଧନିଆ କିଣିବା ବହୁତ ଶୁଭ ହୋଇଥାଏ। ଏହା ସମୃଦ୍ଧିର ପ୍ରତୀକ ଭାବେ ବିଚାର କରାଯାଏ। ଲକ୍ଷ୍ମୀ ପୂଜା ସମୟରେ ଧନିଆକୁ ଲକ୍ଷ୍ମୀ ମା’ଙ୍କ ପାଖେ ଲଗାନ୍ତୁ ଓ ପୂଜା ପରେ ଏହାକୁ କୌଣସି କୁଣ୍ଡ ତଥା ବଗିଚାରେ ବୁଣି ଦିଅନ୍ତି। ଆଉ କିଛି ଧନିଆ ଗୋମତୀ ଚକ୍ର ସହ ନିଜ ଆଲମାରୀରେ ରଖନ୍ତୁ । ଏହାଦ୍ବାରା ଧନର ଅଭାବ ଆଉ ହେବ ନାହିଁ।

ଝାଡୁ :

ଧନତେରାସ ଅବରରେ ଝାଡୁ କ୍ରୟ କରିବା ବହୁତ ଭଲ ହୋଇଥାଏ। ଧନତେରାସରେ ଝାଡୁ କିଣିବା ଦର ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଦୀପାବଳି ଦିନ ଝାଡୁକୁ ପୂଜା କରି ଉପଯୋଗ କରନ୍ତୁ।

କଉଡ଼ି :

ଧନତେରାସରେ କଉଡି କିଣି ଆଲମାରୀରେ ରଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ଯେ, ସମୁଦ୍ର ମନ୍ଥନ ଦ୍ବାରା ମାତା ଲକ୍ଷ୍ମୀ ପ୍ରକଟ ହୋଇଥିଲେ ଓ ତାଙ୍କ ସହିତ କଉଡ଼ି ମଧ୍ୟ ଆସିଥିଲା। ଆଲମାରୀରେ କଉଡ଼ି ରଖିବା ଦ୍ବାରା ଧନ ଭରପୂର ରହିଥାଏ।

ଶୃଙ୍ଗାର ଦ୍ରବ୍ୟ ଉପହାରରେ ଦିଅନ୍ତୁ

ଧନତେରାସରେ ବିବାହିତା ମହିଳାଙ୍କୁ ଷୋଳ ଶୃଙ୍ଗାରକୁ ଉପହାର ସ୍ବରୂପରେ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏତଦବ୍ୟତୀତ ଲାଲ ରଙ୍ଗର ଶାଢି ଓ ସିନ୍ଦୂର ଦେବା ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.