Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିସିସି ର ଦୁରବସ୍ଥା; ବୁଡି ଯାଉଥିବା ଜାହାଜର କପ୍ତାନ ନିରଞ୍ଜନ ପଟ୍ଟନାୟକ, ଏବେ କରିବେ କଣ?
ବିଶେଷ ଖବର

ପିସିସି ର ଦୁରବସ୍ଥା; ବୁଡି ଯାଉଥିବା ଜାହାଜର କପ୍ତାନ ନିରଞ୍ଜନ ପଟ୍ଟନାୟକ, ଏବେ କରିବେ କଣ?

January 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କଂଗ୍ରେସର ଜାହାଜ ବୁଡି ଯାଉଛି, କିନ୍ତୁ ଜାହାଜର କପ୍ତାନ କହୁଛନ୍ତି, ନା – ଆମର କିଛି ହୋଇନି। ମୂଷା ମାନେ ଡେଇଁ ସାରିଲେଣି। ଯିଏ ଯୁଆଡେ ଯିବା କଥା ଫେରାର ମାରିଲେଣି। କପ୍ତାନ ନିରଞ୍ଜନ ପଟ୍ଟନାୟକ କିନ୍ତୁ ନିଜ ମଙ୍ଗକୁ ଆଣ୍ଟ କରି ଭିଡିଛନ୍ତି। କିଛି କିଛି ମୂଷାଙ୍କୁ ବରଖାସ୍ତ ମଧ୍ୟ କରୁଛନ୍ତି। ଗତ କାଲି  ଦଳର ଦୁଇଜଣ ତଗଡା ମୂଷାଙ୍କୁ ଜାହାଜରୁ ବହିଷ୍କାର କରି କପ୍ତାନ ପ୍ରମାଣିତ କରିବାକୁ  ଚେଷ୍ଟା କରିଛନ୍ତି ଯେ, ଏବେବି ଜାହାଜର ସବୁ କ୍ଷମତା ତାଙ୍କ ହାତରେ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରା ଯାଇଛି। ତେବେ ଯେଉଁ ଦଳର ଅସ୍ତିତ୍ଵ ଆଜି ସଙ୍କଟରେ ସେ ଦଳରୁ ବହିଷ୍କୃତ ହେବା ଗୋଟେ ସୁଯୋଗ ହୋଇପାରେ। ଶ୍ରୀକାନ୍ତ ଓ କୃଷ୍ଣ ଗତ କିଛି ମାସ ହେଲାଣି କଂଗ୍ରେସର ଯାହା କ୍ଷତି କରିବା କଥା କରିସାରିଛନ୍ତି।

ଦଳର ଜଣେ ପରେ ଜଣେ ବିଧାୟକ କଂଗ୍ରେସ ଛାଡୁଛନ୍ତି। ନବ ଦାସ ଓ ଯୋଗେଶ ସିଂଙ୍କ ପରେ ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝୀ ଓ ଆଉ କିଛି ବିଧାୟକ ଦଳ ଛାଡି ପାରନ୍ତି। ଦଳରୁ ଇସ୍ତଫାର ସୁଅ ଛୁଟୁଛି। ସେଥିରେ ଦଳକୁ ସଜାଡି ହେବ କେମିତି? ବୁଡି ଯାଉଥିବା ଜାହାଜର କପ୍ତାନ ନିଜର ଦମ୍ଭ ଯେତେ ଦେଖାଇଲେ ମଧ୍ୟ, ତାର କିଛି ପ୍ରଭାବ ଜାହାଜର ଭାଗ୍ୟ ଉପରେ ପଡେ ନାହିଁ। ଜାହାଜ ବୁଡୁଥାଏ, ଲୋକେ ଡିଆଁ ଡେଇଁ କରୁଥାନ୍ତି, ହେଲେ କପ୍ତାନ କହୁଥାଏ, ଅପେକ୍ଷା କର, ସବୁକିଛି ଠିକ ହୋଇଯିବ। କଂଗ୍ରେସର ଅବସ୍ଥା ଏବେ ଠିକ ସେମିତି।

ତେବେ କଂଗ୍ରେସର ଏ ବିପର୍ଯୟ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ନିରଞ୍ଜନ ବାବୁ ପିସିସି ସଭାପତି ହେବାର ବହୁତ ଆଗରୁ କଂଗ୍ରେସର ମରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ବରଂ ସଭାପତି ହେବା ପରେ ନିରଞ୍ଜନ ବାବୁ ସେ ପ୍ରକ୍ରିୟାକୁ କିଛିଟା ଅଟକେଇ ପାରିଥିଲେ। ସଭାପତି ଦାୟିତ୍ଵ ନେବା ପରେ  ପ୍ରଥମ ତିନିମାସ, କଂଗ୍ରେସକୁ ନୂଆ ଉତ୍ସାହ ଦେବାରେ ନିରଞ୍ଜନଙ୍କର ବେଶ ଅବଦାନ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ଅନୁଗତ ମାନଙ୍କୁ ନେଇ ଯେଉଁ ଟିମ ଗଢିଲେ, ସେଥିରୁ ଅନେକ ହେଉଛନ୍ତି, ଆଜିର ରାଜନୀତିରେ ଅଚଳ ଦୋ ଆଣି। ଦଳର ସଙ୍ଗଠନକୁ ମଜବୁତ କରିବା ଲାଗି ନୂଆ ସମୟର ଯେଉଁ ଆହ୍ଵାନ ଥିଲା, ତାକୁ ବୁଝିବାରେ ନିରଞ୍ଜନ ବାବୁ ସଫଳ ହେଲେ ନାହିଁ। ଏମିତିରେ ବି ଓଡିଶା ପାଇଁ କଂଗ୍ରେସର ଆହ୍ଵାନ ଅଲଗା ଥିଲା। ଏଠି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ସହିତ ସମାନ୍ତରାଳରେ କଂଗ୍ରେସକୁ ଲଢିବାର ଥିଲା। ଗତ କୋଡିଏ ବର୍ଷ ଧରି ସବୁ ନିର୍ବାଚନରେ ପରାସ୍ତ ହୋଇ ହୋଇ ଦଳର ମନୋବଳ ପୂରା ଭାଙ୍ଗି ସାରିଥିଲା। ସେଥିରେ ଦଳର ସଂଗଠନ ଓ ଶକ୍ତିକୁ ଉଜ୍ଜୀବିତ କରିବା ଛୋଟିଆ କଥା ନୁହେଁ।

ନିରଞ୍ଜନ ବାବୁ ଚେଷ୍ଟା କରିଛନ୍ତି। ଅଶି ବର୍ଷ ବୟସ ଟପି ସାରିଥିଲେ ମଧ୍ୟ ଯୁବକ ଭଳି ପରିଶ୍ରମ କରିଛନ୍ତି ଓ କରୁଛନ୍ତି। ହେଲେ ଏ ପରିଶ୍ରମର କିଛି ମୂଲ୍ୟ ମିଳୁନି। ଦଳର ଜାହାଜ ଏବେ ଚାଲୁଣି ପରି। ସବୁଠି ଶତ ସହସ୍ର କଣା। ପାଣି ପଶି ଆସୁଛି ଜାହାଜ ଭିତରକୁ। କପ୍ତାନ କହୁଛନ୍ତି, କଣା ପୋତିବେ, ପାଣି ପଶିବା ବନ୍ଦ ହୋଇଯିବ। ହେଲେ ବନ୍ଦ ହେବା ପରିବର୍ତ୍ତେ ଘଳିଆ ସଂଖ୍ୟା ବଢୁଛି। ଏବେ ଜାହାଜ ବୁଡିବ, ଏକଥା କପ୍ତାନ ଓ ତାଙ୍କର ନାବିକ ମାନେ ଜାଣି ସାରିଲେଣି। ତଥାପି ବିଭିନ୍ନ ଯୋଜନା ଚାଲିଛି ଶେଷ ମୁହୂର୍ତ୍ତରେ ଜାହାଜକୁ ବଞ୍ଚାଇବା ପାଇଁ।

ଯେତେବେଳେ ଖରାପ ସମୟ ଆସେ ସେତେବେଳେ ସବୁ ନିଷ୍ପତ୍ତିର ପରିଣତି ମଧ୍ୟ ଖରାପ ସାବ୍ୟସ୍ତ ହୁଏ। ପିସିସି ସଭାପତି ହେବାପରେ ନିରଞ୍ଜନ ବାବୁ ନିଜର ଏକ ପ୍ରଭାବଶାଳୀ ମିଡିଆ ଟିମ ଗଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଜ୍ୟ କଂଗ୍ରେସର ମିଡିଆ ଟିମ ବହ୍ଵାଡମ୍ବରେ ଲଘୁ କ୍ରିୟାର ଗୋଟେ ସଫଳ ଉଦାହରଣ। ସୋସିଆଲ ମିଡିଆ ଓ ମୁଖ୍ୟଧାରାର ମିଡିଆରେ କଂଗ୍ରେସ ଏବେ ଯାବତୀୟ ଖରାପ କାରଣ ପାଇଁ ଚର୍ଚ୍ଚିତ। ସେହିପରି ଦଳର ଛାମୁଆ ସଂଗଠନ ଗୁଡିକରେ ଯେଉଁମାନଙ୍କୁ ନିଯୁକ୍ତି ଦିଆଗଲା, ସେମାନେ କେହି ତୃଣମୂଳ ସ୍ତରର ପ୍ରଭାବଶାଳୀ ନେତା ନୁହନ୍ତି। ସେଥିରେ କଂଗ୍ରେସ ସଙ୍ଗଠନଯେ ଦୁର୍ବଳ ହେବ, ଏକଥା ସ୍ଵାଭାବିକ।

ତେବେ ନିର୍ବାଚନର ଠିକ ମାସେ ଆଗରୁ କଂଗ୍ରେସ ଭିତରେ ଯାହା ଘଟୁଛି, ତାହା ଦଳର ଅସ୍ତିତ୍ଵକୁ ଦୋହଲାଇ ଦେଇଛି। ଜାତୀୟ ସ୍ତରରେ କଂଗ୍ରେସର ଅଭ୍ୟୁଦୟ ଘଟୁଥିବା ବେଳେ ଓଡିଶାରେ ଏହାର ବିପର୍ୟୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଆଜିର ପରିସ୍ଥିତିରେ କଂଗ୍ରେସର ଜାହାଜ ବୁଡୁଛି ବୋଲି କହିବା ବେଳେ ପ୍ରସିଦ୍ଧ ହଲିଉଡ ସିନେମା “ଟାଇଟେନିକ” ର ଗୋଟେ ଦୃଶ୍ୟ କଥା ମନେ ପଡୁଛି। ବୁଡି ଯାଉଥିବା ଜାହାଜରୁ ଯେତେବେଳେ ଗୋଟେ ପରେ ଗୋଟେ ଲୋକ ଡେଇଁ ଯାଉଛନ୍ତି, ସେତେବେଳେ ଦଳେ ସଙ୍ଗୀତଜ୍ଞ ମସଗୁଲ ହୋଇ ନିଜର ଗୀଟାର ଓ ଭାଓଲିନ  ବଜାଇ ଚାଲିଛନ୍ତି। କଂଗ୍ରେସର ଏ ବିପର୍ୟୟ କାଳରେ ଯେତେବେଳେ ବି ନିରଞ୍ଜନ ବାବୁ ଦମ୍ଭ ଦେଖାଉଛନ୍ତି, ତାଙ୍କ ମୁହଁ ରେ ମୋତେ ସେ ସଙ୍ଗୀତଜ୍ଞମାନଙ୍କ ଛବି ଦିଶି ଯାଉଛି!

cong niranjan odishanews thesamikhya
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.