Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟିରେ ବହୁରାଷ୍ଟ୍ରୀୟ କମ୍ପାନୀ ଆଗୁଆ
ବିଶେଷ ଖବର

ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟିରେ ବହୁରାଷ୍ଟ୍ରୀୟ କମ୍ପାନୀ ଆଗୁଆ

October 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସମସ୍ତ ପ୍ରୟାସ ସତ୍ତ୍ୱେ ବିଶ୍ଵରେ ପ୍ଲାଷ୍ଟିକର ବ୍ୟବହାରକୁ ରୋକାଯାଇ ପାରୁନାହିଁ । ଏଥିପାଇଁ ପ୍ରଦୂଷଣ ସମସ୍ୟା ବିକଟ ରୂପ ଧାରଣ କରିଛି । ପରିବେଶକୁ ନେଇ ଚିନ୍ତିତ ଥିବା ଏକ ଗୋଷ୍ଠୀ ଦାବି କରିଛି ଯେ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ଟୁକୁଡା ଗୁଡିକ ମୁଖ୍ୟତଃ ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡିକରୁ ଆସିଥାଏ । ବ୍ୟକ୍ତି ତଥା ପର୍ଜ୍ୟାବରଣ ସମ୍ବନ୍ଧୀୟ ସଂଗଠନ ଅଧିନସ୍ଥ ଏକ ବୈଷୟିକ ସଂସ୍ଥା “ “ବ୍ରେକ ଫ୍ରି ଫ୍ରମ ପ୍ଲାଷ୍ଟିକ୍ସ “ କହିଛି ଯେ କୋକାକୋଲା ,ନେସଲେ ଏବଂ ପେପ୍ସି ଭଳି ଦୁନିଆର ବୃହତ୍ତ କମ୍ପାନୀ ଗୁଡିକ ଅଧିକ ପରିମାଣରେ ପ୍ଲାଷ୍ଟିକ ଅବଶେଷ ଉତ୍ପନ୍ନ କରିଥାନ୍ତି ।

ଉକ୍ତ ସଂଗଠନ ର ସ୍ବଚ୍ଛାସେବୀଙ୍କ ଦ୍ଵାରା ଏକ ମାସ ପୂର୍ବରୁ ୫୧ ଟି ଦେଶ ରେ ସଫାଇ ଦିବସ ପାଳନ କରିବା ଅବସରରେ ପ୍ରାୟ ପାଞ୍ଚ ଲକ୍ଷ ଟୁକୁଡା ଜମା କରିଥିଲେ ସେଥିରେ ୪୩ ପ୍ରତିଶତ ନାମୀଦାମୀ କମ୍ପାନୀର ପ୍ଲାଷ୍ଟିକ ଅବଶେଷ ରହିଥିଲା । ସେମାନଙ୍କ ମତରେ ପ୍ଲାଷ୍ଟିକ ଅବଶେଷର ବିସ୍ତାରରେ କୋକାକୋଲା ଲଗାତର ଦ୍ଵିତୀୟ ବର୍ଷ ଲାଗି ପ୍ରଦୂଷଣରେ ପ୍ରଥମ ସ୍ଥାନ ରେ ରହିଛି । ଚାରି ମହାଦ୍ଵୀପର ୩୭ ଟି ଦେଶ ରୁ ଉକ୍ତ କମ୍ପାନୀର ୧୧,୭୩୨ ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ସଂଗ୍ରହ କର ଯାଇଛି ।

ସଂସ୍ଥାର କହିବା ଅନୁସାରେ ଚୀନ, ଇଣ୍ଡୋନେସିଆ, ଫିଲିପାଇନ୍ସ ଭିଏତନାମ ଏବଂ ଶ୍ରୀଲଙ୍କା ଭଳି ଦେଶଗୁଡିକ ସମୁଦ୍ରରେ ଅଧିକ ମଇଳା ଫିଙ୍ଗି ଥାନ୍ତି କିନ୍ତୁ ଏସିଆରେ ପ୍ଲାଷ୍ଟିକ ପ୍ରଦୁଷଣର ମୁଖ୍ୟ କାରଣ ବହୁରାଷ୍ଟ୍ରୀୟ କମ୍ପାନୀ ଅଟନ୍ତି ଯାହାର ମୁଖ୍ୟାଳୟ ଗୁଡିକ ୟୁରୋପ ଏବଂ ଆମେରିକାରେ ରହିଛି ।

ରିପୋର୍ଟ ଅନୁସାରେ ପ୍ଲାଷ୍ଟିକ ପ୍ରଦୂଷଣ ଲାଗି କୋକାକୋଲା,ପେପ୍ସି ଏବଂ ନେସଲେ ଭଳି କମ୍ପାନୀଗୁଡିକ ଅଧିକ ପରିମାଣରେ ଦାୟୀ । ପ୍ଲାଷ୍ଟିକ ପ୍ରଦୂଷଣ ବିସ୍ତାର କରୁଥିବା ପ୍ରମୁଖ ୧୦ଟି କମ୍ପାନୀ ଗୁଡିକମଧ୍ୟରେ ମୋଣ୍ଡେଲେଜ୍‌ ଇଣ୍ଟରନେସନାଲ, ୟୁନିଲିବର ,ମାର୍ସ ,ପିଏଣ୍ଡଜି , କୋଲଗେଟ ପାମୋଲିବ, ଫିଲିପ ମୋରିସ ଏବଂ ପରଫେଟି ବେନ ମିଲେ ପ୍ରମୁଖ ସାମିଲ ଅଛନ୍ତି  ।

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀଙ୍କ ଦ୍ୱାରା ଡାକ ସେବାର ଏକ ନୂତନ ଡିଜିଟାଲ୍ ଯୁଗର ଶୁଭାରମ୍ଭ

August 22, 2025

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025

ଆଜି ଶସ୍ତା ହେଲା ନା ମହଙ୍ଗା: ଜାଣନ୍ତୁ ଆଜିର ସୁନା ଦର

August 22, 2025

ଏଥର ୨୦ ବର୍ଷ ଯାଏଁ ଚଲାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.