Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟିରେ ବହୁରାଷ୍ଟ୍ରୀୟ କମ୍ପାନୀ ଆଗୁଆ
ବିଶେଷ ଖବର

ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟିରେ ବହୁରାଷ୍ଟ୍ରୀୟ କମ୍ପାନୀ ଆଗୁଆ

October 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସମସ୍ତ ପ୍ରୟାସ ସତ୍ତ୍ୱେ ବିଶ୍ଵରେ ପ୍ଲାଷ୍ଟିକର ବ୍ୟବହାରକୁ ରୋକାଯାଇ ପାରୁନାହିଁ । ଏଥିପାଇଁ ପ୍ରଦୂଷଣ ସମସ୍ୟା ବିକଟ ରୂପ ଧାରଣ କରିଛି । ପରିବେଶକୁ ନେଇ ଚିନ୍ତିତ ଥିବା ଏକ ଗୋଷ୍ଠୀ ଦାବି କରିଛି ଯେ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ଟୁକୁଡା ଗୁଡିକ ମୁଖ୍ୟତଃ ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡିକରୁ ଆସିଥାଏ । ବ୍ୟକ୍ତି ତଥା ପର୍ଜ୍ୟାବରଣ ସମ୍ବନ୍ଧୀୟ ସଂଗଠନ ଅଧିନସ୍ଥ ଏକ ବୈଷୟିକ ସଂସ୍ଥା “ “ବ୍ରେକ ଫ୍ରି ଫ୍ରମ ପ୍ଲାଷ୍ଟିକ୍ସ “ କହିଛି ଯେ କୋକାକୋଲା ,ନେସଲେ ଏବଂ ପେପ୍ସି ଭଳି ଦୁନିଆର ବୃହତ୍ତ କମ୍ପାନୀ ଗୁଡିକ ଅଧିକ ପରିମାଣରେ ପ୍ଲାଷ୍ଟିକ ଅବଶେଷ ଉତ୍ପନ୍ନ କରିଥାନ୍ତି ।

ଉକ୍ତ ସଂଗଠନ ର ସ୍ବଚ୍ଛାସେବୀଙ୍କ ଦ୍ଵାରା ଏକ ମାସ ପୂର୍ବରୁ ୫୧ ଟି ଦେଶ ରେ ସଫାଇ ଦିବସ ପାଳନ କରିବା ଅବସରରେ ପ୍ରାୟ ପାଞ୍ଚ ଲକ୍ଷ ଟୁକୁଡା ଜମା କରିଥିଲେ ସେଥିରେ ୪୩ ପ୍ରତିଶତ ନାମୀଦାମୀ କମ୍ପାନୀର ପ୍ଲାଷ୍ଟିକ ଅବଶେଷ ରହିଥିଲା । ସେମାନଙ୍କ ମତରେ ପ୍ଲାଷ୍ଟିକ ଅବଶେଷର ବିସ୍ତାରରେ କୋକାକୋଲା ଲଗାତର ଦ୍ଵିତୀୟ ବର୍ଷ ଲାଗି ପ୍ରଦୂଷଣରେ ପ୍ରଥମ ସ୍ଥାନ ରେ ରହିଛି । ଚାରି ମହାଦ୍ଵୀପର ୩୭ ଟି ଦେଶ ରୁ ଉକ୍ତ କମ୍ପାନୀର ୧୧,୭୩୨ ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ସଂଗ୍ରହ କର ଯାଇଛି ।

ସଂସ୍ଥାର କହିବା ଅନୁସାରେ ଚୀନ, ଇଣ୍ଡୋନେସିଆ, ଫିଲିପାଇନ୍ସ ଭିଏତନାମ ଏବଂ ଶ୍ରୀଲଙ୍କା ଭଳି ଦେଶଗୁଡିକ ସମୁଦ୍ରରେ ଅଧିକ ମଇଳା ଫିଙ୍ଗି ଥାନ୍ତି କିନ୍ତୁ ଏସିଆରେ ପ୍ଲାଷ୍ଟିକ ପ୍ରଦୁଷଣର ମୁଖ୍ୟ କାରଣ ବହୁରାଷ୍ଟ୍ରୀୟ କମ୍ପାନୀ ଅଟନ୍ତି ଯାହାର ମୁଖ୍ୟାଳୟ ଗୁଡିକ ୟୁରୋପ ଏବଂ ଆମେରିକାରେ ରହିଛି ।

ରିପୋର୍ଟ ଅନୁସାରେ ପ୍ଲାଷ୍ଟିକ ପ୍ରଦୂଷଣ ଲାଗି କୋକାକୋଲା,ପେପ୍ସି ଏବଂ ନେସଲେ ଭଳି କମ୍ପାନୀଗୁଡିକ ଅଧିକ ପରିମାଣରେ ଦାୟୀ । ପ୍ଲାଷ୍ଟିକ ପ୍ରଦୂଷଣ ବିସ୍ତାର କରୁଥିବା ପ୍ରମୁଖ ୧୦ଟି କମ୍ପାନୀ ଗୁଡିକମଧ୍ୟରେ ମୋଣ୍ଡେଲେଜ୍‌ ଇଣ୍ଟରନେସନାଲ, ୟୁନିଲିବର ,ମାର୍ସ ,ପିଏଣ୍ଡଜି , କୋଲଗେଟ ପାମୋଲିବ, ଫିଲିପ ମୋରିସ ଏବଂ ପରଫେଟି ବେନ ମିଲେ ପ୍ରମୁଖ ସାମିଲ ଅଛନ୍ତି  ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.