Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଶ୍ମୀରର ଏକ ଅବାଞ୍ଛିତ ନିର୍ବାଚନ ଓ ବିଜେପିର ଭିନ୍ନ ଏକ ପରାଜୟ
ବିଶେଷ ଖବର

କାଶ୍ମୀରର ଏକ ଅବାଞ୍ଛିତ ନିର୍ବାଚନ ଓ ବିଜେପିର ଭିନ୍ନ ଏକ ପରାଜୟ

October 26, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ମହାରାଷ୍ଟ୍ର ଓ ହରିଆନାରେ ହୋଇଥିବା ବିଧାନସଭା ନିର୍ବାଚନ ଏବଂ ଅନ୍ୟାନ୍ୟ ରାଜ୍ୟଗୁଡିକରେ ହୋଇଥିବା ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ ହୋଇଥିବା ବେଳେ ଶୁକ୍ରବାର ଦିନ ଆଉ ଏକ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି ।

ଅକ୍ଟୋବର ୨୪ ତାରିଖରେ ଜାମ୍ମୂ କାଶ୍ମୀରରେ ପ୍ରଥମ ଥର ପାଇଁ ଗଠିତ ‘ବ୍ଲକ୍ ଡେଭେଲପମେଣ୍ଟ କାଉନସିଲ’ ପାଇଁ ଭୋଟ ଦାନ ହୋଇଥିଲା । ପରଦିନ ଘୋଷଣା ହୋଇଥିବା ଫଳାଫଳରୁ ଜଣା ପଡିଛି ଯେ ସମୂଦାୟ ୩୦୭ ଟି ଆସନ ମଧ୍ୟରୁ ବିଜେପି ୮୧ଟି ଆସନରେ ବିଜୟ ଲାଭ କରିଛି ଓ ଅବଶିଷ୍ଟ ସମସ୍ତ ଆସନରେ ସ୍ବାଧୀନ ପ୍ରାର୍ଥୀମାନେ ଜିତିଛନ୍ତି ।

ଏହି ଫଳାଫଳକୁ ଏଥିପାଇଁ ଅସାମାନ୍ୟ କୁହାଯିବ ଯେ ଏହି ନିର୍ବାଚନକୁ ନ୍ୟାସନାଲ୍ କନଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ଓ ପିପୁଲ୍ସ କନଫରେନ୍ସ ଭଳି ସ୍ଥାନୀୟ ରାଜନୈତିକ ଦଳଗୁଡିକ ବର୍ଜନ କରିଥିଲେ । ଏହି ଦଳଗୁଡିକର ନେତାମାନେ ଏବେ ଜେଲ୍ ରେ ଅଛନ୍ତି । କଂଗ୍ରେସ ପ୍ରଥମେ ନିର୍ବାଚନରେ ଭାଗ ନେବ ବୋଲି କହି ପରେ ଓହରି ଆସିଥିଲା । କେବଳ ପଞ୍ଚାୟତ ସଭ୍ୟ ଓ ସରପଞ୍ଚମାନେ ଏହି ନିର୍ବାଚନରେ ମତଦାନ କରିଥିଲେ। ତେଣୁ ବିଜେପି ପାଇଁ ପ୍ରଚାରରେ ମଇଦାନ ପୁରାପୁରି ଖୋଲା ଥିଲା ।

ଏହି ଦୄଷ୍ଟିରୁ ବିଜେପି ସେଠାରେ ଭାରି ବହୁମତ ସହିତ ପ୍ରାୟ ସମସ୍ତ ଆସନରେ ଜିତିବା ନିଶ୍ଚିତ ବୋଲି ମନେ ହେଉଥିଲା । ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦କୁ ଅକାମୀ କରିବା ଓ ରାଜ୍ୟକୁ ଦୁଇଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେବା ପରେ ବିଜେପି ଏକମାତ୍ର ରାଜନୈତିକ ଦଳ ଭାବରେ ସେଠାରେ ତାହାର ରାଜନୈତିକ ଗତିବିଧି ଜାରି ରଖିଛି । ଅନ୍ୟ ପ୍ରାୟ ସମସ୍ତ ରାଜନୈତିକ ଦଳଗୁଡିକର ପ୍ରାୟ ୪୦୦୦ ଜଣ ନେତା ଓ କର୍ମୀଙ୍କୁ ବନ୍ଦି କରିବା ପରେ ଏକମାତ୍ର ବିଜେପି ପ୍ରାୟ ଏକ ମାସ ଧରି ଜୋରଦାର ନିର୍ବାଚନ ପ୍ରଚାର କରିଥିଲା । ମତଦାନ ସମୟରେ ବନ୍ଧୁକସଜ୍ଜିତ କଡା ସୁରକ୍ଷାର ବନ୍ଦୋବସ୍ତ ହୋଇଥିଲା ଏବଂ ୯୮% ମତଦାନ ରେକର୍ଡ ହୋଇଥିଲା । ଧାରା ୩୭୦ ଦୁର୍ବଳ କରିବା ଏହାର ଏକ ମହାନ୍ ସଫଳତା ବୋଲି କହି ବିଜେପି ଏହାକୁ ମୂଖ୍ୟ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ କରିଥିଲା ।

ଜାମ୍ମୂ, କାଶ୍ମୀର ଓ ଲଦାଖ ଅଞ୍ଚଳର ସମୂଦାୟ ୩୦୭ଟି ଆସନ ମଧ୍ୟରୁ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ୨୧୭ ଟି ଆସନରେ ବିଜୟ ମିଳିଛି । ମୋଟ ୨୨ଟି ଜିଲ୍ଲା ମଧ୍ୟରୁ ସ୍ବାଧୀନ ସଭ୍ୟମାନେ ୧୯ଟିରେ, ବିଜେପି ୨ଟିରେ ଓ ପାନ୍ଥର୍ସ ପାର୍ଟି ଗୋଟିଏ ଜିଲ୍ଲାକୁ ନିଜ ଅଧୀନକୁ ଆଣିଛନ୍ତି ।

କାଶ୍ମୀର ଉପତ୍ୟକା ଅଞ୍ଚଳରେ ନିର୍ବାଚନ ହୋଇଥିବା ୧୨୮ଟି ବ୍ଲକ୍ ମଧ୍ୟରୁ ୧୦୯ଟିରେ ସ୍ବାଧୀନ ସଭ୍ୟମାନେ ବହୁମତ ହାସଲ କରିଛନ୍ତି । ଗତବର୍ଷ ଜୁନ୍ ମାସରେ ଜାମ୍ମୂ କାଶ୍ମୀର ବିଧାନସଭା ଭଙ୍ଗ ହେବା ପରେ ଅକ୍ଟୋବର ମାସରେ ସେଠାରେ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ହୋଇଥିଲା । ସେସବୁ ନିର୍ବାଚନରେ ବିଜେପି କାଶ୍ମୀର ଅଞ୍ଚଳ ଭିତରକୁ ଯାଇ ତାହାର ପ୍ରଭାବ ବଢାଇ ପାରିଛି ବୋଲି ଦଳ ଦାବୀ କରୁଥିଲା । ମାତ୍ର ସଦ୍ୟ ସମାପ୍ତ ହୋଇଥିବା ବିଡିସି ନିର୍ବାଚନରେ ବିଜେପିକୁ ସେଠାରେ ୧୨୮ରୁ ମାତ୍ର ୧୮ଟି ଆସନ ମିଳିଛି ।

ଗତ ଅଗଷ୍ଟ ମାସରେ ଜାମ୍ମୂ କାଶ୍ମୀରରେ ଧାରା ୩୭୦କୁ ଅକାମୀ କରିବା ପରେ ସେଠାରେ ଏହା ଥିଲା ପ୍ରଥମ ନିର୍ବାଚନ । ଏହା ଏପରି ସମୟରେ ହୋଇଥିଲା ଯେତେବେଳେ ଜାମ୍ମୂ ଓ କାଶ୍ମୀର ଘୋର ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଓ ଏହା ଏକ ଆନ୍ତର୍ଜାତିକ ପ୍ରସଙ୍ଗ ହେବାରେ ଲାଗିଛି ।

ବିଜେପିର ବେଶି ପ୍ରଭାବ ଥିବା ଜାମ୍ମୂ ଅଞ୍ଚଳରେ ବି ସମୁଦାୟ ୧୪୮ଟି ବ୍ଲକ୍ ମଧ୍ୟରୁ ଏହାକୁ ୫୨ଟିରେ ସଫଳତା ମିଳିଥିବା ବେଳେ ୮୮ଟି ଆସନରେ ସ୍ବାଧୀନ ପ୍ରାର୍ଥୀମାନେ ଜିତିଛନ୍ତି । ବିଶେଷ କରି କାଠୁଆ, ସାମ୍ବା, ଉଦ୍ଧମପୁର ଓ ଜାମ୍ମୂ ଜିଲ୍ଲାରେ ପାର୍ଟି ସ୍ବାଧୀନ ସଭ୍ୟଙ୍କଠାରୁ ହାରିଯିବା ଏହା ପାଇଁ ଏକ ଚିନ୍ତାର ବିଷୟ ହେବ । ତାହାଠାରୁ ଆହୁରି ବଡ ଚିନ୍ତାର କାରଣ ହେଉଛି ଯେ ଜାମ୍ମୂ ଓ କାଶ୍ମୀର ବିଷୟରେ ବିଜେପି ଶାସିତ କେନ୍ଦ୍ର ସରକାର ଗତ ତିନି ମାସରେ ଯେଉଁ ସବୁ ନିଷ୍ପତ୍ତି ନେଇଛି ସେସବୁ ଦଳ ମଜବୁତ୍ ଥିବା ଅଞ୍ଚଳରେ ବି ଗ୍ରହଣୀୟ ହୋଇ ପାରିଲା ନାହିଁ ।

ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ରୁପେ ଘୋଷଣା କରିବା ପରେ ସେଠାରେ ଏହାକୁ ସ୍ବାଗତ କରାଯାଇଛି ଓ ବିଜେପି ସେ ଅଞ୍ଚଳରେ ବହୁତ ଭଲ ଫଳ ପ୍ରଦର୍ଶନ କରିବ ବୋଲି ଏକ ଧାରଣା ତିଆରି ହୋଇଥିଲା । ମାତ୍ର ସେଠାରେ ମଧ୍ୟ ୩୧ଟି ଆସନରୁ ସ୍ବାଧୀନ ପ୍ରାର୍ଥୀମାନେ ୨୦ଟିରେ ବିଜୟ ଲାଭ କରିଛନ୍ତି ।

ଜାମ୍ମୂ ଓ କାଶ୍ମୀରକୁ ନେଇ ଦେଖା ଯାଉଥିବା ସମସ୍ତ ଅନିଶ୍ଚିତତା ମଧ୍ୟରେ ଯାହା ବିଜେପି ସମର୍ଥିତ ଗଣମାଧ୍ୟମରୁ ଅନୁମାନ କରାଯାଉଛି ତାହା ହେଲା , ନୂତନ ଜାମ୍ମୂ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକାଂଶ ପ୍ରଶାସନିକ କ୍ଷମତା ଏହି ବ୍ଲକ୍ ଡେଭଲପମେଣ୍ଟ କାଉନସିଲଗୁଡିକ ପାଖରେ ରହିବ । ତେଣୁ ଏବେ ଓମର୍ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନେତୄତ୍ବରେ ଥିବା ଦଳଗୁଡିକ ସ୍ଥାନରେ ନୂଆ ରାଜନେତାଙ୍କୁ ଆଣିବା ଦିଗରେ ହେଉଥିବା ଷଡଯନ୍ତ୍ରର ଏହି ନିର୍ବାଚନ ଏକ ଅଂଶବିଶେଷ ବୋଲି ମନେ କରାଯାଉଛି । ଏହା ଯଦି ସଫଳ ହୁଏ ତେବେ ସେଠାରେ କେବଳ ବିଜେପି ଓ ସ୍ବାଧୀନ ସଭ୍ୟମାନେ ରାଜନୈତିକ ଶକ୍ତି ଭାବେ ରହିବେ ବୋଲି ଚିନ୍ତା କରାଯାଉଛି । ସେତେବେଳେ ଜାମ୍ମୂ କାଶ୍ମୀରରେ କଂଗ୍ରେସ ସମେତ ସମସ୍ତ ବର୍ତ୍ତମାନର ରାଜନୈତିକ ଦଳଗୁଡିକ ନିଶ୍ଚିହ୍ନ ହୋଇ ଯିବେ ବୋଲି ଏହି ଷଡଯନ୍ତ୍ରର ଉଦ୍ଦେଶ୍ୟ ରଖାଯାଇଛି ।

ତେବେ ଏପରି ସାମ୍ଭାବ୍ୟ ଘଟଣା ଭାରତ ଇତିହାସରେ ପ୍ରଥମ ଥର ହେବ ନାହିଁ ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତରେ ବ୍ରିଟିଶ୍ ଶାସନକୁ ଦୁର୍ବଳ କରିବା ପାଇଁ ଗାନ୍ଧିଜୀଙ୍କ ଡାକରାରେ ୧୯୩୯ ମସିହାରେ ସମସ୍ତ ପ୍ରଦେଶରୁ କଂଗ୍ରେସ୍ ମନ୍ତ୍ରିମଣ୍ଡଳସବୁ ଇସ୍ତଫା ଦେଇଥିଲେ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନ ଡାକରା ଦେବା ପରେ ସେ ନିଜେ, ନେହେରୁ, ମୌଲାନା ଆଜାଦ୍, ସର୍ଦ୍ଦାର ପଟେଲ ସମେତ ଦେଶବ୍ୟାପୀ ହଜାର ହଜାର କଂଗ୍ରେସ କର୍ମି ତଥା ସ୍ବାଧୀନତା ସଂଗ୍ରାମୀ ବ୍ରିଟିଶ୍ ଦ୍ବାରା ଗିରଫ ହୋଇ ଦୀର୍ଘ ସମୟ ପାଇଁ କାରାବରଣ କରିଥିଲେ । ସେହି ମଉକାରେ ସବରକରଙ୍କ ନେତୄତ୍ତ୍ବରେ ଥିବା ହିନ୍ଦୁ ମହାସଭା ସେତେବେଳର ଜିନ୍ନାଙ୍କ ନେତୄତ୍ବାଧୀନ ଇଣ୍ଡିଆନ୍ ମୁସଲିମ୍ ଲିଗ୍ ସହ ମିଶି ୪ଟି ପ୍ରଦେଶରେ ସରକାର ଗଢିଥିଲେ ଏବଂ ତାହା ଦ୍ବାରା କଂଗ୍ରେସକୁ ରାଜନୈତିକ ଦୄଶ୍ୟପଟରୁ ସବୁଦିନ ପାଇଁ ନିଶ୍ଚିହ୍ନ କରିବା ପାଇଁ ବ୍ରିଟିଶ୍ ଷଡଯନ୍ତ୍ରକୁ କାର୍ଯ୍ୟାନ୍ବୟନ କରିଥିଲେ ।

ମାତ୍ର ପରେ ଯାହା ହେଲା ତାହା ହେଉଛି ଇତିହାସ । ଇଁରାଜୀରେ ଗୋଟିଏ କଥା ଅଛି । “Those who do not learn from history are doomed to repeat it.’ ଅର୍ଥାତ୍ ଯେଉଁମାନେ ଇତିହାସରୁ ଶିକ୍ଷା ଲାଭ କରନ୍ତି ନାହିଁ ସେମାନେ ଦୁର୍ଭାଗ୍ୟଜନକ ଭାବେ ତାହାକୁ ଦୋହରାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.